Masthead

ନାବାଳକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ, ସିନ ରିକ୍ରିଏସନ କଲା ପୋଲିସ

ସାଲେପୁର (ବଡ଼ ଖବର ବ୍ୟୁରୋ): ନାବାଳକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ। ଅଭିଯୁକ୍ତକୁ ଘଟଣାସ୍ଥଳକୁ ଆଣି ମର୍ଡର ସିନ ରିକ୍ରିଏସନ କଲା ପୋଲିସ । କଟକ ଜିଲ୍ଲା ସାଲେପୁର ବ୍ଲକ ଜଗତପୁର ଥାନା ଅନ୍ତର୍ଗତ ପୂର୍ବକଛ ଗ୍ରାମର, ଥୋରିଆ ସାହି ନିକଟରେ ହୋଇଥିବା ବହୁ ଚର୍ଚ୍ଚିତ ବିଭତ୍ସ ନାବାଳକ ହତ୍ୟାକାଣ୍ଡ ଉପରୁ ପରଦା ହଟିଛି। ଚର୍ଚ୍ଚିତ ନାବାଳକ ଜ୍ୟୋତି ପ୍ରକାଶ ବେହେରା ହତ୍ୟାକାଣ୍ଡର ଅଭିଯୁକ୍ତ ଏବେ ପୋଲିସ କବଜ୍ଜାରେ । ଜଗତପୁର ପୋଲିସର ଦୀର୍ଘ ୮ ଦିନ ଧରି ଛାନଭିନ ପରେ ମୃତ ନାବାଳକ ଜ୍ୟୋତି ପ୍ରକାଶର ହତ୍ୟାକାରୀଙ୍କୁ ଗିରଫ କରିଛି । ହତ୍ୟାକାରୀ ସେହି ଅଞ୍ଚଳର ବାବୁଲି ପଣ୍ଡା । ପ୍ରାଥମିକ ସୂଚନା ଅନୁସାରେ ନାବାଳକକୁ ବଳାତ୍କାର ଉଦ୍ୟମ ଓ ଶାରୀରିକ ଶୋଷଣର ପ୍ରମାଣ ଲୁଚାଇବାକୁ ଯାଇ ଗଲାକାଟି ବିଭତ୍ସ ହତ୍ୟା କରିଥିଲା ବାବୁଲା।

ଗତ ଡିସେମ୍ବର ୧୬ ତାରିଖରେ ଗାଁ ନିକଟରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ଜ୍ୟୋତି ପ୍ରକାଶ ଶୋଇଥିବା ବେଳେ ନିଶାସକ୍ତ ଅବସ୍ଥାରେ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲା ବାବୁଲି । ବଳାତ୍କାର ଉଦ୍ୟମ ପରେ ଜ୍ୟୋତି ପ୍ରକାଶକୁ କାଠ ଫାଳିଆରେ ଆକ୍ରମଣ କରି ବିଫଳ ହୋଇଥିଲା ବାବୁଲି । ଶେଷରେ ଜ୍ୟୋତି ପ୍ରକାଶକୁ ବିଭତ୍ସ ଭାବେ ହତ୍ୟା କରିଥିଲା। ଡିସେମ୍ବର ୧୭ ତାରିଖରେ ଏହି ଘଟଣା ଜଣାପଡିବା ପରେ ଅଭିଯୁକ୍ତ ବାବୁଲି ଗାଁ ଛାଡି ଫେରାର ହୋଇଯାଇଥିଲା । ଦୀର୍ଘ ୮ ଦିନର ଅପରେସନ ପରେ ଏକ ଅଜ୍ଞାତ ସ୍ଥାନରୁ ବାବୁଲିକୁ ଜଗତପୁର ପୋଲିସ ଉଠାଇ ଆଣିବା ସହ ଅଧିକ ତଦନ୍ତ ଜାରି ରଖିଛି। ସମସ୍ତ ତଥ୍ୟ ପ୍ରମାଣ ହାସଲ ପରେ ଗଣମାଧ୍ୟମକୁ ସୂଚନା ଦେବେ ବୋଲି କମିଶନରେଟ ପୋଲିସ ମତବ୍ୟକ୍ତ କରିଛନ୍ତି । ଆଜି ଅଭିଯୁକ୍ତକୁ ଘଟଣାସ୍ଥଳକୁ ଆଣି ମର୍ଡର ସିନ ରିକ୍ରିଏସନ କରି ହତ୍ୟାରେ ବ୍ୟବହୃତ ଅସ୍ତ୍ର ଦା ଏବଂ ରକ୍ତଭିଜା ଗାମୁଛା, କାଠ ଵଟମ ଜବତ କରିଛି ଜଗତପୁର ପୋଲିସ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ