Masthead

ଜଟଣୀ ମୁନିସିପାଲିଟି ଦୁର୍ନୀତିର ତଦନ୍ତ ପାଇଁ ଗଠନ ହେଲା ଅନୁସନ୍ଧାନକାରୀ କମିଟି

ଜଟଣୀ (ବଡ଼ ଖବର ବ୍ୟୁରୋ): ଜଟଣୀ ମୁନିସିପାଲିଟି ଦୁର୍ନିତୀର ତଦନ୍ତ ପାଇଁ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ଦିଆଯାଇଥିବା ଅନୁଦାନର ବ୍ୟାପକ ଅପବ୍ୟୟ ଓ ଦୁର୍ନୀତି ସଂପର୍କରେ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ରାଜ୍ୟ କମିଟି ନିକଟରେ ବହୁ ଅଭିଯୋଗ ପହଁଚିବା ପରେ ଏହି ଦୁର୍ନୀତିର ତଦନ୍ତ କରିବାକୁ ସଂଗଠନ ପକ୍ଷରୁ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରାଯାଇଛି । ଏହି କମିଟିରେ ରାଜ୍ୟ ସାଧାରଣ ସଂପାଦକ ତଥା ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ସୁବାଶ ଦାସ ଓ ବରିଷ୍ଠ ଆଇନଜୀବୀ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ନେତୃତ୍ୱ ଏକ ତଥ୍ୟ ଅନୁସନ୍ଧାନକରୀ କମିଟି ଗଠନ କରାଯାଇଛି ।

ଏହି କମିଟି ଖୁବଶୀଘ୍ର ଜଟଣୀ ମୁନିସିପାଲିଟି ଅଞ୍ଚଳ ଗ୍ରସ୍ତକରି ମୁନିସିପାଲିଟିରେ ହୋଇଥିବା କୋଟିକୋଟି ଟଙ୍କର ଦୁର୍ନୀତି ସଂପର୍କରେ ତଦନ୍ତ କରିବା ସଙ୍ଗେ ସଙ୍ଗେ ରାଜ୍ୟ କମିଟି ନିକଟରେ ରିପୋର୍ଟ ଦାଖଲ କରିବେ । ଖୋର୍ଦ୍ଧା ଜିଲ୍ଲାର ଆବାହକ ଆଇନଜୀବୀ ପ୍ରଶାନ୍ତ ନାୟକଙ୍କୁ ଏହିକିମିଟିର ଆବାହାକ ରୂପେ ନିଯୁକ୍ତି କରାଯାଇଛି । ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ରାଜ୍ୟ ଆବାହକ ବରିଷ୍ଠ ଆଇନଜୀବୀ ସୁବ୍ରତ କୁମାର ନନ୍ଦ ଏକ ପ୍ରେସ୍ ବିବୃତ୍ତିରେ ଏହା ପ୍ରକାଶ କରିଛନ୍ତି । ରାଜ୍ୟ କମିଟିର ତଥ୍ୟ ଅନୁସନ୍ଧାନକାରୀ କମିଟି ଜଟଣୀ ଅ ଳ ପରିଦର୍ଶନ ପୂର୍ବରୁ ଏ ସଂପର୍କରେ ଜନସାଧାରଣଙ୍କୁ ବିଜ୍ଞପ୍ତି ମାଧ୍ୟରେ ଜଣାଇଦିଆଯିବ । ଜଟଣୀ ମୁନିସିପାଲିଟି ଦୁର୍ନିତୀ ସଂପର୍କରେ କମିଟିର ଗ୍ରସ୍ତ ସମୟରେ ତଥ୍ୟ ପ୍ରଦାନ କରିବାକୁ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା