Masthead

ବକ୍ସିଂ ଡେ’ ଟେଷ୍ଟ କ’ଣ ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଛି ପ୍ରଥମ ଟେଷ୍ଟ୍ର ମ୍ୟାଚ । ସେପଟେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ବି ଖେଳୁଛନ୍ତି ଟେଷ୍ଟ  । ତେବେ ଏହି ଦୁଇ ମ୍ୟାଚ ଭିତରେ ଏକ ଶବ୍ଦ ବାରମ୍ବାର ଶୁଣିବାକୁ ମିଳୁଛି  । ଯାହା ହେଲା ବକ୍ସିଂ ଡେ’ ଟେଷ୍ଟ  ।   ବକ୍ସିଂ ଡେ’ କ’ଣ ? କେଉଁଠୁ ଆସିଲା ଏହି ପଂକ୍ତି ତେକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ  । ଆସନ୍ତୁ ଜାଣିବ ବକ୍ସିଂ ଡେ’ ର ମାନେ କ’ଣ  ।

ବକ୍ସିଂ ଡେ’ ହେଉଛି ଖ୍ରୀଷ୍ଟମାସ ବା ବଡ଼ ଦିନର ପରଦିନ  । ଅର୍ଥାତ ଡିସେମ୍ବର ୨୬ ତାରିଖ  । ଏହି ଦିନଟିକୁ ଯୁକ୍ତରାଜ୍ୟ ବା ପୂର୍ବରୁ କେବେ ନା କେବେ ଯୁକ୍ତରାଜ୍ୟ ସହ ମିଶିହୋଇ ରହିଥିବା ଦେଶମାନେ ପାଳନ କରନ୍ତି  । ବକ୍ସିଂ ଡେ’ ଶବ୍ଦଟି ଖ୍ରୀଷ୍ଟମାସ ବକ୍ସରୁ ଆସିଛି  । ପରମ୍ପରା ଅନୁସାରେ ଏକ ବକ୍ସରେ କିଛି ଉପହାର ରଖି ଛୋଟ ପିଲା, ପୋଷ୍ଟ ମ୍ୟାନ , ଶ୍ରମିକ ଓ ଦୁଖୀ ଦରିଦ୍ର ମାନଙ୍କୁ ଦିଆଯାଏ  ।

ଏହି ପରମ୍ପରା ପ୍ରଥମେ ଗ୍ରେଟ ବ୍ରିଟେନରେ ଆରମ୍ଭ ହୋଇଥିଲା  । ଯାହା ପରେ ସମଗ୍ର ବିଶ୍ୱକୁ ବ୍ୟାପିଯାଇଛି  । ୧୯୫୦ ମସିହାରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଥର ପାଇଁ ଡିସେମ୍ବର ୨୬ ତାରିଖରେ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା  । ସେହି ଦିନ ଏହି ପଂକ୍ତି ପ୍ରଥମ ଥର ଉଚ୍ଚାରଣ ହୋଇଥିଲା  । ସେହିଦିନଠାରୁ କ୍ରିକେଟ କ୍ୟାଲେଣ୍ଡରରେ ବକ୍ସିଂ ଡେ’ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ଆସିଛି  । ପରବର୍ତ୍ତି ସମୟରେ ଅଷ୍ଟ୍ରେଲିଆ, ସାଉଥ ଆଫ୍ରିକା ନ୍ୟୁଜଲାଣ୍ଡରେ ବକ୍ସିଂ ଡେ’ ଟେଷ୍ଟ ଖେଳାଯାଉଛି ।

ଅଷ୍ଟ୍ରେଲିଆରେ ପ୍ରତ୍ୟେକ ବର୍ଷ ଏହି ମ୍ୟାଚ ମେଲବର୍ଣ୍ଣରେ ଖେଳାଯାଏ  । ଚିଳତ ବର୍ଷ ମଧ୍ୟ ଏହି କ୍ରିକେଟ ଷ୍ଟାଡିୟମରେ ଚାଲିଛି ଅଷ୍ଟ୍ରେଲିଆ-ପାକିସ୍ତାନ ମଧ୍ୟରେ ଟେଷ୍ଟ ମୁକାବିଲା  । ସେହିପରି ଦକ୍ଷିଣ ଆଫ୍ରିକାରେ ମଧ୍ୟ ଏହି ପ୍ରଥା ପାଳିତ ହୋଇଆସୁଛି  । ଚଳିତ ବର୍ଷ ସେଞ୍ଚୁରିଅନରେ ଭାରତ ସହ ଟେଷ୍ଟ ମ୍ୟାଚ ଖେଳୁଛି ଦକ୍ଷିଣ ଆଫ୍ରିକା । ବକ୍ସିଂ ଡେ’ରେ ଖାଲି ଟେଷ୍ଟ ନୁହିଁ ଦିନିକିଆ ମଧ୍ୟ ଖେଳାଯାଇଛି  । ୧୯୮୯ ମସିହାରେ ପ୍ରଥମଥର ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ବକ୍ସିଂ ଡେ’ରେ ଦିନିକିଆ ମ୍ୟାଚ ଖେଳାଯାଇଥିଲା  ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!