Masthead

ସାମ୍ନାକୁ ଆସିଲା ରାମମନ୍ଦିର ଭିତର ଦୃଶ୍ୟ

ଅଯୋଧ୍ୟା (ବଡ଼ ଖବର ବ୍ୟୁରୋ): ସାମ୍ନାକୁ ଆସିଲା ରାମଲାଲାଙ୍କ ବିଗ୍ରହ ପ୍ରତିଷ୍ଠା ହେବା ମହଲାର ପ୍ରଥମ ଦୃଶ୍ୟ । କାମ ଶେଷ ହେବା ପରେ ଏହି ଦୃଶ୍ୟ ସାମ୍ନାକୁ ଆସିଛି । ମନ୍ଦିରର କୋଣ ଅନୁକୋଣରେ ସ୍ଥାନ ଦିଆଯାଇଛି ଆକର୍ଷଣୀୟ କଳାକୃତିକୁ । ଏହି ମହଲାରେ ଥିବା ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ । ଏହି ମହାଲର କାରୁକାର୍ଯ୍ୟ ଏତେ ସୁନ୍ଦର ହୋଇଛି ଯେ କେହି ବି ଦେଖିଲେ କ୍ଷଣିଏ ଠିଆ ହାଇଯିବ । କାରିଗରିଙ୍କ କଳାକୃତି ବେଶ ମନୋରମ ହୋଇଛି ।

ସେପଟେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ ସାମ୍ବାଦିକ ସମ୍ମିଳନୀ କରି ମନ୍ଦିର ବାବଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ମନ୍ଦିରର ଦକ୍ଷିଣ ପାଶ୍ୱର୍ରେ ହନୁମାନଙ୍କ ମନ୍ଦିର ଓ ଉତରଭାଗରେ ଦେବୀ ଅନ୍ନପୂର୍ଣ୍ଣାଙ୍କ ମନ୍ଦିର ରହିବ । ମନ୍ଦିରକୁ ଆସିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖାସ ବ୍ୟବସ୍ଥା ରହିଛି । ଏକାସହ ୨୫ହଜାର ଶ୍ରଦ୍ଧାଳୁ ଏଠାରେ ରହିପାରିବେ । ଖାଦ୍ୟ,ପାନୀୟ ପାଇଁ କ୍ୟାଟିଂନ, ଶୌଚାଳୟ. ଡାକ୍ତରଖାନ ମଧ୍ୟ ପରିସର ମଧ୍ୟରେ ରହିବ । ଦିବ୍ୟାଙ୍ଗଙ୍କ ପାଇଁ ଲିପ୍ଟର ବ୍ୟବସ୍ଥା ରହିବ । ମୋଟ ୪୪ଟି ଦ୍ୱାର ରହିଛି । ୩୩ଟି ଶିଢ଼ି ଚଢିବା ପରେ ଶ୍ରଦ୍ଧାଳୁ ମୁଖ୍ୟ ଦ୍ୱାରରେ ପହଁଚିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ