Masthead

ପୁଣି ରକ୍ତ ରଞ୍ଜିତ ହେବ ଶୁଳିଆ ପୀଠ, ବଳି ପଡ଼ିବେ ହଜର ହଜାର ପଶୁପକ୍ଷୀ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୁଳିଆ ଯାତ୍ରାରେ ପୁଣି ପଡିବ ବଳି । ହଜାର ହଜାର ନିରୀହ ପଶୁ ପକ୍ଷୀଙ୍କ ବଳିରେ ରକ୍ତ ରଞ୍ଜିତ ହେବ ଶୁଳିଆ ପୀଠ । ପ୍ରଶାସନ ଓ ଶୁଳିଆ ଯାତ୍ରା କମିଟି ବୈଠକ ପରେ ଏହି ସୂଚନା ଦେଇଛି ଆୟୋଜକ କମିଟି । ହେଲେ ଯାତ୍ରା ବେଳେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ଉପରେ ପ୍ରଶାସନକୁ ଜଣା ଯାଇଛି । ସେପଟେ ଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ପାଳନ କରିବା ପାଇଁ ପଦକ୍ଷେପ ନିଆଯାଉ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏଥର ଶୁଳିଆ ଯାତ୍ରାରେ ପୁଣି ପଡିବ ବଳି । ରକ୍ତରଞ୍ଜିତ ହେବ ପ୍ରସିଦ୍ଧ ଖଇରଗୁଡାର ଶୁଲିଆ ପୀଠ ।

ବଳି ପଡିବେ ହଜାର ହଜାର ନୀରିହ ପଶୁ ପକ୍ଷୀ । ଆସନ୍ତା ୧୬ ତାରିଖରେ ଆଦିବାସୀ ରୀତିନୀତି ଓ ପରମ୍ପରା ଅନୁସାରେ ପୀଠରେ ବଳି ପଡ଼ିବା ନେଇ ଶୁଳିଆ ଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ହେଲେ ଧାର୍ମିକ ସ୍ଥଳରେ ବଳି ପ୍ରଥା ବାରଣ ନଥିବାରୁ ଆଦିବାସୀ ପରମ୍ପରା ହିସାବରେ ଯାତ୍ରା ପାଳନ କରାଯାଉଛି । ଏପରିକି ମାନସିକ ପୂରଣ ପାଇଁ ଶୁଳିଆ ବୁଢା ପାଖରେ ପଶୁପକ୍ଷୀ ଅର୍ପଣ କରିଥାନ୍ତି ଶ୍ରଦ୍ଧାଳୁ । ଚଳିତ ବର୍ଷ ଶୁଳିଆ ଯାତ୍ରା ପାଳନ ପାଇଁ ଶୁକ୍ରବାର ସନ୍ଧ୍ୟାରେ ବଲାଙ୍ଗିର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ବସିଥିଲା । ଜିଲ୍ଲା ପ୍ରଶାସନ ଓ ଶୁଲିଆ ଯାତ୍ରା କମିଟି ସହ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

ତେବେ ଶୁଳିଆ ଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଥିବାରୁ ଅନେକ ସମସ୍ୟା ଦେଖା ଦେଇଥାଏ । ଏବର୍ଷ ଯେମିତି ଏସବୁ ଅସୁବିଧା ନହେବ ସେନେଇ ଜିଲ୍ଲାପ୍ରଶାସନକୁ ଜଣାଇଛି ଶୁଳିଆ କମିଟି । ସେପଟେ ଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ପାଳନ କରିବା ପାଇଁ ପଦକ୍ଷେପ ନିଆଯାଉ ଥିବା କହିଛନ୍ତି ଉପଜିଲ୍ଲାପାଳ । ଆସନ୍ତା ୧୪ ରୁ ୧୬ ଯାଏ ତିନି ଦିନ ଧରି ଖଇରଗୁଡାରେ ପ୍ରସିଦ୍ଧ ଶୁଳିଆ ମହୋତ୍ସବ ଅନୁଷ୍ଠିତ ହେବ । ହେଲେ ୧୬ ତାରିଖରେ ପଶୁ ପକ୍ଷୀଙ୍କ ବଳିରେ ରକ୍ତ ରଞ୍ଜିତ ହୋଇ ଉଠିବ ଶୁଳିଆ ପୀଠ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍କ ନାଁରେ ହରିଲୁଟ 🔴 ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ 🔴 ଆଡପ ମଣ୍ଡପରେ ମହାପ୍ରଭୁ 🔴 ମୟୂରଭଞ୍ଜରେ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ 🔴 ଜନ୍ମ ବେଦୀକୁ ବିଜେ କରିବେ ମଣିମା 🔴 ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୁରୀରେ ଅଘଟଣ, ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ପାର୍କ ନାଁରେ ହରିଲୁଟ 🔴 ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ 🔴 ଆଡପ ମଣ୍ଡପରେ ମହାପ୍ରଭୁ 🔴 ମୟୂରଭଞ୍ଜରେ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ 🔴 ଜନ୍ମ ବେଦୀକୁ ବିଜେ କରିବେ ମଣିମା 🔴 ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୁରୀରେ ଅଘଟଣ, ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ