ପୂଜା ପାଉଛନ୍ତି ମା’; ଖାଁ ଖାଁ ମଣ୍ଡପ

ନାଉଗାଁ (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ, ଭକ୍ତ ଓ ଭଗବାନଙ୍କୁ ଅଲଗା କରିଦେଇଛି। ଚଳିତ ବର୍ଷ ବିଭିନ୍ନ ପର୍ବପର୍ବାଣୀ ଫିକା ପଡିଥିବାବେଳେ ପୂଜା ଉତ୍ସବ ମଧ୍ୟ ମଳିନ ପଡିଯାଇଛି । ରାମ ନବମୀଠାରୁ ରଥଯାତ୍ରା ସହିତ ଗଣେଶ ପୂଜା ଯାଏଁ ସବୁଠି କରୋନା ଭୟ ଲାଗିରହିଥିଲା । ତେଣୁ ଜନ ସାଧାରଣଙ୍କ ଦର୍ଶନ ଉପରେ ସରକାରଙ୍କ ରୋକ ଲଗାଯାଇଥିଲା। ବିଶ୍ୱାସ ଥିଲା ଦୁର୍ଗା ପୂଜା ବେଳକୁ ସଂକ୍ରମଣ ହ୍ରାସପାଇବା ସହ କରୋନା କଟକଣା କୋହଳ ହୋଇଯିବ । ତେଣୁ ମା’ଙ୍କ ପୂଜା ଉତ୍ସବ ବେଶ ଧୁମଧାମରେ ପାଳିତ ହେବ। କିନ୍ତୁ ତାହା ମଧ୍ୟ ସମ୍ଭବ ହୋଇପାରିଲା ନାହିଁ।

ସଂକ୍ରମଣକୁ ଆଖି ଆଗରେ ରଖି ସରକାର ପୂଜା ପାଇଁ ବିଭିନ୍ନ ନୀତିନିୟମ ପ୍ରଣୟନ କରି ତାହାକୁ ପାଳନ କରିବା ପାଇଁ ପୂଜା କମିଟି ଗୁଡିକୁ ନିର୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅଂଚଳରେ ମା’ ଦଶଭୁଜାଙ୍କ ଆବାହନ ପୂଜା ଭକ୍ତ ଶୂନ୍ୟ ଭାବେ ପାଳିତ ହୋଇଛି । ଷଷ୍ଠୀ ବେଲବରଣୀଠାରୁ ସପ୍ତମୀ କଳସୀ ପୁଜା ଯାଏଁ କେବଳ ପୂଜା ମଣ୍ଡପ ଗୁଡିକରେ ପୂଜକ ଓ ସଂକଳ୍ପ କର୍ତ୍ତାଙ୍କୁ ଦେଖିବାକୁ ମିଳିଛି। ଏପରିକି କେତେକ ପୂଜା ମଣ୍ଡପ ଗୁଡିକୁ ଆବଦ୍ଧ କରାଯାଇ ମା’ଙ୍କୁ ପୂଜାର୍ଚ୍ଚନା କରାଯାଇଛି। ଆଜି ଅଷ୍ଟମୀରେ ହେବାକୁ ଥିବା ସନ୍ଧିପୂଜା, ଚଣ୍ଡୀପାଠ ସହିତ ନବମୀ ଓ ଦଶମୀ ପୂଜା ମଧ୍ୟ ଭକ୍ତଶୂନ୍ୟ ଭାବେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। ବ୍ଲକର ନାଉଗାଁ ସାର୍ବଜନୀନ ଦୂର୍ଗା ପୂଜା କମିଟି, ମୁଣ୍ଡାଳ ବଜାର ପୂଜା କମିଟି, ନୂଆଗାଁ ପୂଜା କମିଟି, କଣ୍ଟୁଣିଆ ହାଟ ପୂଜା କମିଟି, ନନ୍ଦିକେଶ୍ଵର ପୂଜା କମିଟି ଓ ଗଙ୍ଗଦା ହାଟ ପୂଜା କମିଟି ଆଦି ସ୍ଥାନ ମାନଙ୍କରେ ମା’ ଦଶଭୂଜା ସିଂହ ବାହିନୀ ଓ ନାଉଗାଁ ବ୍ଲକ ଛକ ପୂଜା ମଣ୍ଡପରେ ଶିବ ପାର୍ବତୀ ଭକ୍ତ ଶୂନ୍ୟ ଭାବେ ପୂଜା ପାଉଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ