Masthead

ପ୍ଲାଷ୍ଟିକ ବୋତଲ ପାଣି ନିରାପଦ ନୁହେଁ, ୧ ଲିଟର ପାଣି ବୋତଲରେ ୨.୫ ଲକ୍ଷ ପ୍ଲାଷ୍ଟିକ କଣିକା ଥିବା ପରୀକ୍ଷଣରେ ପ୍ରକାଶ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଜାରରେ ମିଳୁଥିବା ପ୍ଲାଷ୍ଟିକ ବୋତଲର ମିନେରାଲ ପାଣି ପିଉଥିଲେ ହୋଇଯାଆନ୍ତୁ ସାବଧାନ । ସ୍ୱାସ୍ଥ୍ୟ ପାଇଁ ବିପଦଜ୍ଜନକ ନାନୋ ପ୍ଲାଷ୍ଟିକ । ଏହା ଆମେ କହୁନାହୁଁ, ନିକଟରେ ଏକ ଅଧ୍ୟୟନରେ ଏନେଇ ଖୁଲାସା ହୋଇଛି । ଗବେଷଣାରେ ଜଣାଯାଇଛି ଯେ ଦୈନନ୍ଦିନ ବ୍ୟବହୃତ ୧ ଲିଟର ପ୍ଲାଷ୍ଟିକ ବୋତଲ ପାଣିରେ ହାରାହାରି ୨ଲକ୍ଷ ୪୦ ହଜାର ସୂକ୍ଷ୍ମ ପ୍ଲାଷ୍ଟିକ କଣିକା ରହିଛି । ପୂର୍ବରୁ ସମସ୍ତ ଆକଳନ ଅପେକ୍ଷା ଏହି ସଂଖ୍ୟା ୧୦୦ ଗୁଣ ଅଧିକ ବୋଲି ଗବେଷକମାନେ ସ୍ପଷ୍ଟ କରିଛନ୍ତି । ପୂର୍ବ ଗବେଷଣାରେ କେବଳ ମାଇକ୍ରୋପ୍ଲାଷ୍ଟିକ, କିମ୍ବା ୧ ରୁ ୫୦୦୦ ମାଇକ୍ରୋମିଟର ମଧ୍ୟରେ ଖଣ୍ଡଗୁଡ଼ିକ ମିଳିଥିଲା। ତିନୋଟି ଜଣାଶୁଣା କମ୍ପାନୀର ବୋତଲ ଜଳ ଅଧ୍ୟୟନରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଯଦିଓ ଏହି କମ୍ପାନୀଗୁଡିକର ନାମ ଘୋଷଣା କରାଯାଇ ନାହିଁ ।

ବୋତଲ ପାଣିରେ ମାଇକ୍ରୋପ୍ଲାଷ୍ଟିକ ଏବଂ ନାନୋପ୍ଲାଷ୍ଟିକ ଅଛି ବୋଲି ବୈଜ୍ଞାନିକମାନେ ସନ୍ଦେହ କରିଥିଲେ, କିନ୍ତୁ ସେମାନେ ଚିହ୍ନଟ କରିବାରେ ଅସମର୍ଥ ହୋଇଥିଲେ। ବର୍ତ୍ତମାନ ବୈଜ୍ଞାନିକମାନେ ନୂତନ ଟେକ୍ନୋଲୋଜି ଷ୍ଟିମ୍ୟୁଲେଟେଡ ରମଣ ସ୍କାଟରିଂ(ଏସଆରଏସ) ମାଇକ୍ରୋସ୍କୋପି ବ୍ୟବହାର କରି ଆଶ୍ଚର୍ୟ୍ୟଜନକ ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ମାଇକ୍ରୋପ୍ଲାଷ୍ଟିକ ଅପେକ୍ଷା ନାନୋପ୍ଲାଷ୍ଟିକ ଅଧିକ ବିପଜ୍ଜନକ କାରଣ ସେସବୁ ଏହା ମଣିଷର ଧମନୀ, ଶିରାପ୍ରଶିରାରେ ପ୍ରବେଶ କରି ଜୀବକୋଷ ଉପରେ କୁପ୍ରଭାବ ପକାଉଛି। ଏହା ମସ୍ତିଷ୍କ ଏବଂ ହୃଦୟ ମାଧ୍ୟମରେ ଜନ୍ମିତ ଶିଶୁ ଶରୀରରେ ମଧ୍ୟ ପହଞ୍ଚି ପାରିବାର ଆଶଙ୍କା ରହିଛି। ଏହା ଜଣେ ବ୍ୟକ୍ତିଙ୍କ ଜୀବନରେ କେଉଁ ସମସ୍ୟା ସୃଷ୍ଟି କରିପାରେ ସେ ସମ୍ବନ୍ଧରେ କୌଣସି ଠୋସ ସୂଚନା ନାହିଁ, କିନ୍ତୁ କୁହାଯାଏ ଯେ ଗ୍ୟାଷ୍ଟ୍ରିକ ସମସ୍ୟା ସହିତ ଜନ୍ମ ସମୟରେ ପିଲାମାନଙ୍କଠାରେ ଶାରୀରିକ ଅସ୍ବାଭାବିକତା ମଧ୍ୟ ହୋଇପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି