Masthead

ଆଜି ଉଦଘାଟନ ହେବ ଭାରତର ଦୀର୍ଘତମ ସମୁଦ୍ର ସେତୁ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଜି ଉଦଘାଟନ ହେବ ଦେଶର ସବୁଠାରୁ ବଡ଼ ସମୁଦ୍ର ବ୍ରିଜ ଅଟଳ ସେତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଉଦଘାଟନ କରିବେ । ମୁମ୍ବାଇରୁ ନଭି ମୁମ୍ବାଇକୁ ଏହା ସମୁଦ୍ର ଜରିଆରେ ସଂଯୋଗ କରିବ । ଏହି ପୋଲ ଉପରେ ଚାରିଚକିଆ ଯାନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ଥିବା ବେଳେ ବାଇକ୍, ଅଟୋରିକ୍ସା ଏବଂ ଟ୍ରାକ୍ଟରକୁ ସମୁଦ୍ର ବ୍ରିଜ୍ ଉପରେ ଯିବାକୁ ଅନୁମତି ଦିଆଯିବ ନାହିଁ । ସେତୁ ଉପରେ ଚଢ଼ିବା ଓ ବାହାରିବା ସମୟରେ ବେଗ ଘଣ୍ଟା ପ୍ରତି ୪୦ କିଲୋମିଟର ରହିବ । ଏହି ପୋଲ ଦ୍ୱାରା ମୁମ୍ବାଇ ଏବଂ ନଭି ମୁମ୍ବାଇ ମଧ୍ୟରେ ଯାତ୍ରା ସମୟ ପ୍ରାୟ ୨ ଘଂଟାରୁ ପ୍ରାୟ ୨୦ ମିନିଟକୁ ହ୍ରାସ ପାଇବ । ଅର୍ଥାତ୍ ଏହି ସେତୁ ଉଦଘାଟନ ପରେ ଏବେ ଦକ୍ଷିଣ ମୁମ୍ବାଇରୁ ନଭି ମୁମ୍ବାଇରେ ପହଂଚିବାକୁ ମାତ୍ର ୨୦ ମିନିଟ୍ ସମୟ ଲାଗିବ ।

୧୮,୦୦୦ କୋଟି ଟଙ୍କାର ଏହି ସମୁଦ୍ର ପୋଲ ମୁମ୍ବାଇର ସେଓ୍ୱରୀରୁ ବାହାରି ରାୟଗଡ଼ ଜିଲ୍ଲାର ଉରାନ ତାଲୁକର ନହୱା ଶେୱାରେ ଶେଷ ହୋଇଛି। ଅଟଳ ସେତୁରେ ଦୈନିକ ୭୦ ହଜାର ଯାନବାହନ ଚଳାଚଳ କରିବାର କ୍ଷମତା ରଖିଛି । ଏହାଦ୍ୱାରା କେବଳ ଯାତ୍ରୀଙ୍କ ଯାତ୍ରା ଦୂରତା ଓ ସମୟ କମିବ ନାହିଁ ବରଂ ସାମୁଦ୍ରିକ ସେତୁ ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ ବୋଲି ଆଶା କରାଯାଉଛି । ଏହା ହେଉଛି ଏକ ୬ ଲେନ୍‌ ବିଶିଷ୍ଟ ବ୍ରିଜ । ଏହି ବ୍ରିଜର ଅଧିକାଂଶ ଭାଗ ସମୁଦ୍ରରେ ରହିଛି । ୧୬.୫୦ କିଲୋମିଟର ସମୁଦ୍ରରେ ରହିଥିବା ବେଳେ ସ୍ଥଳଭାଗରେ ମାତ୍ର ୫.୫ କିଲୋମିଟର ରହିଛି । ଲମ୍ବା ରାସ୍ତାକୁ କମ୍‌ ସମୟରେ ଅତିକ୍ରମ କରିବା ପାଇଁ ଏହି ବ୍ରିଜଟି ତିଆରି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ