Masthead

ମିଶ୍ରଣ ମଂଚରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓପନ ଚାଲେଞ୍ଜ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେପିର ମିଶ୍ରଣ ମଂଚରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓପନ ଚାଲେଞ୍ଜ । ଖୋଲା ବିତର୍କ ପାଇଁ ନବୀନଙ୍କୁ ଆହ୍ୱାନ ଦେଲେ ଧର୍ମେନ୍ଦ୍ର । ରୂପାନ୍ତରୀକରଣ ପ୍ରସଙ୍ଗରେ ଡିବେଟ ପାଇଁ ଧର୍ମେନ୍ଦ୍ର ନବୀନଙ୍କୁ ଚାଲେଞ୍ଜ ଦେଇଛନ୍ତି । ସେ କହିଛନ୍ତି ରୂପାନ୍ତରୀକରଣ ନାଁରେ ବିଜେଡି ସରକାର ପ୍ରତାରଣା କରୁଛନ୍ତି । ଏହା ରୂପାନ୍ତରଣ ନା ଛଳନା । ସରକାର ଦିନରେ ଲଣ୍ଠନ ଦେଖାଉଛନ୍ତି । ଆମ ରାଜ୍ୟ ସଭାପତି ମନମୋହନ ସାମଲ ଚାହିଁଲେ ମୋଦି ସରକାରଙ୍କ ପ୍ରତିନିଧି ହୋଇ ମୁଁ ଡିବେଟ କରିବି । ସେପଟୁ ମୁଖ୍ୟମନ୍ତ୍ରୀ ମଧ୍ୟ ସିଧା ଆସିବେ କୌଣସି ଗୁମାସ୍ତା ମାଧ୍ୟମରେ ନୁହେଁ । ଏପରିକି ଆମ ବିଧାୟକ ସୂରଜ ସୂର୍ଯ୍ୟବଂଶୀ ଗଲେ ମଧ୍ୟ ସେ ମଧ୍ୟ ସୁନ୍ଦର ଭାବରେ ରୂପାନ୍ତରଣ ନା ଛଳନା ସେ ବିଷୟରେ ତଥ୍ୟ ସହ ଉପସ୍ଥାପନା କରିବେ । ଏହାସହ ବିଭିନ୍ନ ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କୁ ଯେଉଁ ଟାର୍ଗେଟ କରାଯାଉଛି ସେ ସମ୍ପର୍କରେ ପରୋକ୍ଷରେ ସେ ମନ୍ତବ୍ୟ ରଖି କହିଛନ୍ତି, ଭଡ଼ାଟିଆ ଇଷ୍ଟ ଇଣ୍ଡିଆ ପାଖରୁ ମୋ ସାର୍ଟିଫିକେଟ ଦରକାର ନାହିଁ ।

ମୁଁ କଣ କାମ କରିଛି ତାହା ଓଡ଼ିଶାର ମାଆ ମାନେ ସାର୍ଟିଫିକେଟ ଦେବେ । ମୁଖ୍ୟମନ୍ତ୍ରୀ ମହାପ୍ରସାଦ, ଜଗନ୍ନାଥ ପତାକା ଛୁଇଁ କୁହନ୍ତୁ ତାଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ କେହି ଦାଦନ କାମ କରିବାକୁ ଯାଉନାହାନ୍ତି । ଏଭଳି କଡ଼ା ଶବ୍ଦରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର । ଅନ୍ୟପକ୍ଷରେ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟାକୁ ନେଇ ରିଆକ୍ସନ ଦେଇଛନ୍ତି ବିଜୁ ଜନତା ଦଳ ରାଜ୍ୟସଭା ସାଂସଦ ମୁନା ଖାଁ । ସେ କହିଛନ୍ତି ଇଲେକ୍ସନ ପିରିୟଡରେ ଏଭଳି କହିବା ସାଧାରଣ କଥା । ଆହ୍ୱାନ ଦେବେ ଅନେକ କଥା କହିବେ ଏସବୁ ଇଲେକ୍ସନ ଷ୍ଟଣ୍ଟ । ନବୀନ ବାବୁ ତାଙ୍କ କାର୍ଯ୍ୟ କରିଚାଲିଛନ୍ତି । ୨୫ ବର୍ଷରେ କାହାକୁ ଆହ୍ୱାନ ଦେଇନାହାନ୍ତି କି କାହାକୁ କିଛି କହିନାହାନ୍ତି ।

ଅନ୍ୟପକ୍ଷରେ ଏହି ଘଟଣାରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୋସିଆଲ ମିଡିଆ ଏକ୍ସ ଜରିଆରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ଲେଖିଛନ୍ତି, ଧର୍ମେନ୍ଦ୍ରଙ୍କୁ ଆଇନା ଦେଖାଇଲେ ଏତେ ଚିଡ଼ି ଯାଉଛନ୍ତି କଣ ପାଇଁ । ୩ଟି ସାଧାରଣ ପ୍ରଶ୍ନ ପଚରାଯାଇଥିଲା । ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବରେ ନିଜ ମାଟି ପାଇଁ ଗୋଟେ ୟୁନିଭର୍ସିଟି କରିବା ଛାଡ଼ନ୍ତୁ ନିଜ ଜିଲ୍ଲା ଅନୁଗୁଳ ପଡୋଶୀ ଢେଙ୍କାନାଳ, ସମ୍ବଲପୁରରେ ଗୋଟିଏ ବିଦ୍ୟାଳୟ କିମ୍ବା ଜବାହାର ନବୋଦୟ ବିଦ୍ୟାଳୟ ଟିଏ କରିନାହାନ୍ତି । ଦକ୍ଷତା ବିକାଶ କେନ୍ଦ୍ର ଟିଏ ବି ସ୍ଥାପନ କରିନାହାନ୍ତି । ଏନଏଚ-୫୫ ଅବସ୍ଥା ଯାହା କେନ୍ଦ୍ରମନ୍ତ୍ରୀ ଜାତୀୟ ରାଜପଥ ଛାଡ଼ି ରାଜ୍ୟ ରାଜପଥକୁ ଭରସା କରୁଛନ୍ତି ବୋଲି ପ୍ରଣବ ପ୍ରକାଶ ଦାସ ଲେଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ