Masthead

ତୁଳସୀ ବାସ୍ନାରେ କମ୍ପୁଛି ଅଯୋଧ୍ୟା

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଚିକମିକ ଅଯୋଧ୍ୟା । ଚକଚକ ରାମଲାଲାଙ୍କ ମୂର୍ତ୍ତି । ଆସୁଛନ୍ତି ପୁରୁଷୋତ୍ତମ । ଉଲ୍ଲସିତ ରାମପ୍ରେମୀଙ୍କ ମନ । ପରୀ ଭଳି ଦିଶୁଛି ଅଯୋଧ୍ୟା ପୁରୀ । ବଧୂ ଭଳି ଲାଗୁଛି ରାମନଗରୀ । ଖାଲି ଅଯୋଧ୍ୟା ନୁହେଁ ସୁବୁଠି ରାମଙ୍କ ଜୟଜୟକାର । ବ୍ରାହ୍ମଣଙ୍କ ବେଦପାଠରେ କମ୍ପୁଛି ସାରା ନଗର । କାନରେ ବାଜୁଛି ରାମଲାଲାଙ୍କ ଗୀତ । ସମସ୍ତଙ୍କ କଣ୍ଠରେ ଖାଲି ଗୋଟିଏ ଗୀତ । ମେରେ ଝୋପଡ଼ି କେ ଭାଗ୍ୟ ଆଜ ଖୋଲ ଜାଏଙ୍ଗେ ମେରେ ରାମ ଆୟେଙ୍ଗେ ।

ଘର ଦୁଆରେ ସଜା ହେଲାଣି ଫୁଲଗୁଛ । ଅପେକ୍ଷା.. କେବେ ଅଯୋଧ୍ୟାର ସମସ୍ତ କୁଟୀରରେ ପଡିବ ପ୍ରଭୁଙ୍କ ପାଦ । ଜାନୁଆରୀ ୨୨ରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା । ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ଛୁଟୁଛି ସୁଅ । ପ୍ରଭୂ ଶ୍ରୀରାମଙ୍କ ମହୋତ୍ସବରେ ସାମିଲ ଅଧିର ଭକ୍ତ । ଏସବୁ ମଧ୍ୟରେ ବିହାରକୁ ମିଳିଛି ବଡ ଦାୟିତ୍ୱ । ମିଥଳା ଓ ଭୋଜପୁର ଜିଲ୍ଲା ପ୍ରଭୂ ଶ୍ରୀରାମଙ୍କୁ ସମର୍ପିତ କରିବେ ତୁଳସୀ ମାଳା । ଦିନେ ଛାଡି ଦିନେ ପ୍ରଭୂ ଶ୍ରୀରାମଙ୍କୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ଅଯୋଧ୍ୟାକୁ ପଠାଇବେ ଫୁଲମାଳ । ରାମ ମନ୍ଦିର ଟ୍ରଷ୍ଟ ତିନି ମାସ ପୂର୍ବରୁ ଏକ ଏକର ଜମିରେ ତୁଳସୀ ଚାଷ କରିବାକୁ ଭୋଜପୁରର ଶିକ୍ଷକଙ୍କୁ ଦାୟିତ୍ବ ଦେଇଥିଲା ।

ସେତେବେଳେ ହାର ପ୍ରସ୍ତୁତ କରି ପ୍ରଭୂଙ୍କୁ ପିନ୍ଧାଯିବ ବୋଲି ଶିକ୍ଷକଙ୍କୁ କୁହାଯାଇ ନଥିଲା । ସେପଟେ କର୍ଣ୍ଣାଟକ ବେଙ୍ଗାଲୁରୁରୁ ଆସିଛି ତୁଳସୀ ମାଳା । ଯାହାକୁ ତିଆରି କରିଛନ୍ତି ସ୍ବତନ୍ତ୍ର କାରିଗର । ମାଳା ତିଆରି କରିଥିବା କାରିଗର ନାରାୟଣ ସ୍ବାମୀ କହିଛନ୍ତି ଗୋଟିଏ ମାଳାର ଓଜନ ପାଖାପାଖି ୩ କିଲୋଗ୍ରାମ ରହିଛି । ଏଥିପାଇଁ ଏକ ଘଣ୍ଟା ସମୟ ଲାଗୁଥିବା ବେଳେ ୩ ଜଣ ଲୋକ ମାଳା ତିଆରି କରୁଛନ୍ତି । ଶ୍ରୀରାମଙ୍କୁ ଭେଟି ସ୍ବରୂପ ପ୍ରତିଦିନ ମାଳା ତିଆରି କରାଯାଇ ଅଯୋଧ୍ୟା ପଠାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି