Masthead

ଗୁଜୁରାଟ ଭଦୋଦରାରେ ଡଙ୍ଗା ବୁଡ଼ି, ୧୬ ମୃତ

ଗୁଜୁରାଟ(ବଡ଼ ଖବର ବ୍ୟୁରୋ): ଗୁଜୁରାଟର ଭଦୋଦରାଠାରେ ଘଟିଛି ଏକ ବଡ଼ ଦୁର୍ଘଟଣା । ହର୍ନି ହ୍ରଦରେ ଏକ ଡଙ୍ଗା ଓଲଟି ଯିବାରୁ ୧୬ ଜଣକ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୪ ଜଣ ଛାତ୍ରଛାତ୍ରୀ ଥିବାବେଳେ ୨ ଜଣ ଶିକ୍ଷକ ଅଛନ୍ତି। ଆହୁରି କିଛି ନିଖୋଜ ଥିବା ସୂଚନା ମିଳିଛି। ସୂଚନାନୁସାରେ, ସନରାଇଜ ସ୍କୁଲ ଛାତ୍ରଛାତ୍ରୀମାନେ ପିକ୍ ନିକ୍ ଯାଇଥିବା ବେଳେ ଡଙ୍ଗା ଓଲଟି ଥିଲା। ଦୁର୍ଘଟଣା ସମୟରେ ଡଙ୍ଗାରେ ୩୪ ଜଣ ଥିଲେ।। ୪ରୁ ୫ଜଣ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଚାଲିଛି। ଡଙ୍ଗାର କ୍ଷମତା ୧୪ ଜଣଙ୍କ ପାଇଁ ଥିଲା କିନ୍ତୁ ୨୭ ରୁ ଅଧିକ ଲୋକଙ୍କୁ ଏଥିରେ ନିଆଯାଇଥିଲା।

ସମସ୍ତ ଛାତ୍ରଛାତ୍ରୀ ଭଦୋଦରାସ୍ଥିତ ଏକ ବିଦ୍ୟାଳୟର ଥିଲେ। ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଗୁରୁତର ଆହତ ଛାତ୍ରମାନଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ତେବେ ସୁରକ୍ଷାରେ ତ୍ରୁଟି ଓ ଅବହେଳା ଯୋଗୁଁ ବୋଟ ଦୁର୍ଘଟଣା ଘଟିଥିବା କୁହାଯାଉଛି । ସ୍କୁଲ ପିଲାଙ୍କୁ ଲାଇଫ ଜ୍ୟାକେଟ ଦିଆଯାଇଥିଲେ ନୀରିହ ଶିଶୁଙ୍କ ଜୀବନ ଯାଇନଥାନ୍ତା ବୋଲି ଅଭିଯୋଗ ହୋଇଛି । ବଡୋଦରା ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର