Masthead

ଆଜି ୧୨୫ କଳସ ଜଳରେ ସ୍ନାନ କରିବେ ପ୍ରଭୁ ରାମ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଆଉ ମାତ୍ର କିଛି ଘଣ୍ଟା। ଅପେକ୍ଷା ସେହି ଦିବ୍ୟ ମୂହୁର୍ତ୍ତକୁ। ରାମଲାଲା ଆସିବେ। ଅଯୋଧା ଏବେ ଭକ୍ତମୟ ସହ ଭକ୍ତିମୟ। ଖାଲି ଅଯୋଧ୍ୟା କାହିଁକି ସାରାଦେଶବାସୀଙ୍କ ମନରେ ଆନନ୍ଦର ଲହରୀ। କାଲି ପୁରୁଷୋତ୍ତମଙ୍କ ହେବ ପ୍ରାଣପ୍ରତିଷ୍ଠା। ରଙ୍ଗୀନ ଆଲୋକର ମାଳାରେ ଉତ୍ସବ ମୁଖର ରାମଲଲାଙ୍କ ଜନ୍ମଭୂମୀ । ବିଭିନ୍ନ ରଙ୍ଗରେ ରଙ୍ଗୀନ ହୋଇଛି ରାମ ମନ୍ଦିର । ଦେଖିଲେ ଲାଗୁଛି ସତେ ଯେମିତି ଅଯୋଧ୍ୟାରେ ଦୀପାବଳି ପାଳନ ହେଉଛି ।

ରାମୟଣର ବର୍ଣ୍ଣନା ଅନୁସାରେ ରାମ ବନବାସରୁ ଫେରିବା ପରେ ଯେଉଁ ଉତ୍ସାହ ଅଯୋଧ୍ୟାରେ ଦେଖିବାକୁ ମିଳିଥିଲା । ଏବେ ଅଯୋଧ୍ୟା ସମେତ ସାରା ଦେଶରେ ରାମଙ୍କ ଆଗମନକୁ ନେଇ ସେଭଳି ଉତ୍ସାହ ଦେଖିବାକୁ ମିଳୁଛି । କେବଳ ରାମ ମନ୍ଦିର ନୁହେଁ, ସୂର୍ୟ୍ୟ ପଥ, ଲତାମଙ୍ଗେସ୍କର ଚୌକରେ ସୁଦୃଶ୍ୟ ଆଲୋକମାଳାର ସଜ୍ଜୀକରଣ ସମସ୍ତଙ୍କ ମନ ମୋହୁଛି । ଏହାଛଡା ସନ୍ଧ୍ୟାରେ ଲେଜର ଲାଇଟ ସୋ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ତେବେ ରାମ ମନ୍ଦିରରେ ସ୍ୱତନ୍ତ୍ର ରୀତିନୀତି ଚାଲିଛି। ଏହି କ୍ରମରେ, ପ୍ରଭୁ ରାମଙ୍କ ପ୍ରତିମା ରବିବାର ଦିନ ୧୨୫  କଳସ ଜଳରେ ସ୍ନାନ କରାଯିବ। ଆଜି ରାମଲଲାଙ୍କ ପୂଜା ମଣ୍ଡପକୁ ମଧ୍ୟ ପୂଜା କରାଯିବ। ଶ୍ରୀ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଟ୍ୱିଟ କରି କହିଛନ୍ତି ଯେ, ରବିବାର ଦିନ ସ୍ଥାପିତ ଦେବତାମାନଙ୍କ ଦୈନିକ ପୂଜା, ହୋମ,ପାରାୟଣ, ଆଦି କାର୍ଯ୍ୟ , ସକାଳ ନୀତି, ମୂର୍ତ୍ତିକୁ ୧୧୪ଟି କଳସ ଜଳରେ ସ୍ନାନ, ମହାପୂଜା, ପୂର୍ବରୁ ସ୍ଥାପିତ ମୂର୍ତ୍ତିକୁ ପ୍ରାସାଦ ପରିକ୍ରମା, ରାତ୍ରୀ ଜାଗରଣ, ସଂଧ୍ୟା ପୂଜା ଏବଂ ଆରତୀ ହେବ ।

ଶନିବାର ଦିନ, ପ୍ରଭୁ ରାମଙ୍କ ପ୍ରାଣପ୍ରତିଷ୍ଠା ପୂର୍ବରୁ ବୈଦିକ ରୀତିନୀତିର ପଞ୍ଚମ ଦିନରେ, ରାମ ମନ୍ଦିରରେ ମିଠା ଏବଂ ଫଳ ସହିତ ଦୈନିକ ପ୍ରାର୍ଥନା ଓ ହୋମ କରାଯାଇଥିଲା। ଶ୍ରୀ ରାମ ଜନ୍ମଭୂମି ଟ୍ରଷ୍ଟ ଟ୍ୱିଟରରେ ପୋଷ୍ଟ କରି କହିଛନ୍ତି, “ଦୈନିକ ପୂଜା, ହୋମ ଇତ୍ୟାଦି ୨୦ ଜାନୁୟାରୀ ୨୦୨୪ ରେ ହୋଇଥିଲା। ମିଠା ଏବଂ ଫଳ ସହିତ ରୀତିନୀତି ମଧ୍ୟ କରାଯାଇଥିଲା। ମନ୍ଦିର ପ୍ରାଙ୍ଗଣରେ ୮୧ କଳସ ସ୍ଥାପନ କରି ପୂଜା କରାଯାଇଥିଲା। ସନ୍ଧ୍ୟା ପୂଜା ଏବଂ ଆରତୀ ମଧ୍ୟ ହୋଇଥିଲା। ” ଏହି ସମୟରେ, ଜାନୁଆରୀ ୨୨ ରେ ‘ପ୍ରାଣ ପ୍ରତିଷ୍ଠା’ କାର୍ଯ୍ୟକ୍ରମର ଦୁଇ ଦିନ ପୂର୍ବରୁ ଅଯୋଧ୍ୟା ମନ୍ଦିର ପ୍ରବେଶ ଦ୍ୱାରରେ ଭଗବାନ ରାମଙ୍କ ଶିଶୁ ରୂପକୁ ନେଇ ପୋଷ୍ଟର ଲଗାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା