Masthead

ଆଜି ସ୍ପେଶାଲ କୋର୍ଟରେ ହାଜର କରାଇ ରିମାଣ୍ଡ ଆବେଦନ କରିପାରେ ଇଡି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଦୀର୍ଘ ୭ଘଣ୍ଟାର ମାରାଥନ ଜେରା ପରେ ହେମନ୍ତ ସୋରେନଙ୍କୁ ବାନ୍ଧିଛି ଇଡ଼ି । ଆଜି ହେମନ୍ତଙ୍କୁ ସ୍ପେଶାଲ କୋର୍ଟରେ ହାଜର କରିବା ସହିତ ୭ଦିନିଆ ରିମାଣ୍ଡ ପାଇଁ ଆବେଦନ କରିପାରେ ଇଡି । ସେପଟେ ଇଡି ବିପକ୍ଷରେ ହେମନ୍ତ ସୋରେନ ହାଇକୋର୍ଟରେ ଦାଖଲ କରିଥିବା ଯାଚିକା ଉପରେ ମଧ୍ୟ ସକାଳ ୧୦ଟାରେ ଶୁଣାଣି ହୋଇପାରେ । ‘ଜୀବନ ଏକ ବଡ଼ ଯୁଦ୍ଧ । ମୁଁ ପ୍ରତି ମୁହୂର୍ତ୍ତରେ ଲଢ଼ି ଚାଲିଛି। ଜିତିବା, ହାରିବାର ମୂଲ୍ୟ କିଛି ନାହିଁ। ମୋର କାହାକୁ ଭୟ ନାହିଁ।

ଏସବୁ ଛୋଟ ଛୋଟ ଘଟଣା ମୋତେ ଦୋହଲାଇ ପାରିବ ନାହିଁ। ଲଢ଼େଇ ଜାରି ରହିବ । ମୁଁ ମୋ ରାଜ୍ୟବାସୀଙ୍କ ହୃଦୟର ଯନ୍ତ୍ରଣାକୁ ଏପରି ବ୍ୟର୍ଥ ହେବାକୁ ଦେବିନି । ମୁଁ କେବେ ବି ନଇଁବି ନାହିଁ, କେବେ ବି ହାର ମାନିବି ନାହିଁ।, ଜୟ ଝାଡ଼ଖଣ୍ଡା।’ ଗିରଫ ହେବା ପୂର୍ବରୁ ନିଜ ଏକ୍ସ ରେ ଏପରି ଭାବେ ମନର ଭାବନାକୁ ଉପସ୍ଥାପନ କରିଥିଲେ ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ । ଗିରଫ ପରେ ଇଡି ହାଜତରେ ହେମନ୍ତଙ୍କ ପ୍ରଥମ ରାତି କଟିଥିବା ବେଳେ ଆଜି ତାଙ୍କୁ କୋର୍ଟରେ ହାଜର କରିବା ସହ ଇଡି ରିମାଣ୍ଡ ଆବେଦନ କରିବ ।ଗିରଫ ପରେ ହେମନ୍ତ ସୋରେନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆଗକୁ ନିର୍ବାଚନ ଆସୁଥିବା ବେଳେ ଇଡିକୁ ଅସ୍ତ୍ର କରି ତାଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ଆଣିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ