Masthead

ବଜେଟରେ ୧୦ଟି କ୍ଷେତ୍ର ଉପରେ ଅଧିକ ଫୋକସ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆସିଛି ଅନ୍ତରୀଣ ବଜେଟ । ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଥମ ଏବଂ ଦ୍ୱିତୀୟ ପାଳି ସରକାରର ଅର୍ଥନୀତି ଅବତାରଣା କଲେ ଅର୍ଥମନ୍ତ୍ରୀ। ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବଜେଟରେ ବ୍ୟବସ୍ଥା ହୋଇଛି। ସବ୍‌କା ସାଥ୍‌, ସବକା ବିକାଶ ଓ ସବ୍‌କା ପ୍ରୟାସ ଚାଲୁ ରହିଛି ବୋଲି କହିଛନ୍ତି ନିର୍ମଳା। ତେବେ ବଜେଟ୍‌ରେ ୨୦୨୪ ରେ ୧୦ଟି ମୁଖ୍ୟ ଦିଗରେ ଗୁରୁତ୍ୱ ଦିଆଯାଇଛି । ୩ଟି ରେଳ କରିଡର୍ ଆରମ୍ଭ ହେବ । ୪୦ ହଜାର ସାଧାରଣ ବଗି ବନ୍ଦେ ଭାରତ ବଗିକୁ ରୂପାନ୍ତର ହେବ । ପ୍ରତିରକ୍ଷା ବ୍ୟୟ ୧୧.୧% ବୃଦ୍ଧି ପାଇବ ।

ଆୟୁଷ୍ମାନ ଭାରତରେ ସାମିଲ ହେବେ ସବୁ ଆଶା ଓ ଅଙ୍ଗନବାଡ଼ି । ୫ ବର୍ଷରେ ଆହୁରି ୨ କୋଟି ଆବାସ ମିଳିବ । ଅପରିବର୍ତ୍ତିତ ରହିଲା ଆୟକର ସୀମା । ପର୍ଯ୍ୟଟନର ବିକାଶ ପାଇଁ ଲାକ୍ଷାଦ୍ୱୀପର ବିକାଶ ହେବ । ୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ମାନ୍ୟତା । କୋଟିଏ ଘରକୁ ସୌର ଶକ୍ତିରେ ମିଳିବ ବିଦ୍ୟୁତ ।୫୦ ବର୍ଷିଆ ସୁଧରହିତ ଯୋଜନାରେ ଦିଆଯିବ ଋଣ । ବିମାନ ବନ୍ଦର ଦୁଇଗୁଣା ହେବ । ସାଧାରଣ ଲୋକ ଏହି ବଜେଟ ଉପରେ ଅଧିକ ଆଶା ରଖିଥିଲେ । ମହିଳା, ଯୁବକ ଓ ଚାଷୀଙ୍କ ଉପରେ ଏହି ବଜେଟ ଅଧିକ ଗୁରୁତ୍ୱ ଦେଇଛି । ୫୭ ମିନିଟରେ ଅର୍ଥମନ୍ତ୍ରୀ ଦେଶର ଅର୍ଥ ବ୍ୟବସ୍ଥାକୁ ଜନତାଙ୍କ ସାମ୍ନାରେ ରଖିଥିଲେ । ତେବେ ଆସନ୍ତୁ ନଜର ପକାଇବା କେଉଁ ଯୋଜନା ପାଇଁ କେତେ ଟଙ୍କା ଘୋଷଣା ହୋଇଛି ।

କେଉଁ ଯୋଜନା ପାଇଁ କେତେ ଟଙ୍କା?
ପିଏମ୍ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା – ୨୪୦୦ କୋଟି
ପିଏମ୍ ଆବାସ ଯୋଜନା – ୮୦,୬୭୧ କୋଟି
ଜଳଜୀବନ ମିଶନ – ୭୦,୧୬୩ କୋଟି
ୟୁରିଆ ସବସିଡି – ୧,୬୪,୦୦୦ କୋଟି
ମନରେଗା – ୮୬,୦୦୦ କୋଟି
ଆୟୁଷ୍ମାନ ଭାରତ – ୭,୫୦୦ କୋଟି
ପିଏମ୍ କୃଷି ସିଞ୍ଚନ ଯୋଜନା -୧୧,୩୯୧ କୋଟି
ସେହିପରି ରେଳ ଯାତ୍ରାକୁ ସୁବିଧା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର। ୪୦ ହଜାର ସାଧାରଣ ବଗି ବନ୍ଦେ ଭାରତ ବଗିକୁ ରୂପାନ୍ତର ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ