Masthead

ଆଜିଠୁ ବଜେଟ ଅଧିବେଶନ, କମ୍ପବି ଗୃହ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ । ନିର୍ବାଚନ ଆଉ ଅଳ୍ପଦିନ ଥିବାରୁ ଷୋଡଶ ବିଧାନସଭାର ଏହା ହେବ ଶେଷ ଅଧିବେଶନ । ସରକାର ଏହି ଅଧିବେଶନରେ କାମଚଳା ବଜେଟ ଆଣିବେ । ଦିନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ ଆରମ୍ଭ ହେବ । ଏହା ପରେ ମୁଖ୍ୟମନ୍ତ୍ରୀ ଗୃହରେ ଶୋକପ୍ରସ୍ତାବ ରଖିବେ । ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଷୋଡଶ ବିଧାନସଭାର ୧୫ତମ ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ରହିଛି । ଆସନ୍ତା ୮ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରାୟ ୨ ଲକ୍ଷ ୬୦ ହଜାର କୋଟିର କାମଚଳା ବଜେଟକୁ ଗୃହରେ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ସଂକ୍ଷିପ୍ତ ହେଲେ ବି ଏହି ଅଧିବେଶନ ବେଶ ସଗଗରମ ହେବା ଆଶା କରାଯାଉଛି । ବିଧାନସଭା ଅଧିବେଶନ ପାଇଁ ଉଭୟ ଶାସକ ଓ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି । ଗୃହକୁ ଶାନ୍ତିଶୃଙ୍ଖଳାର ସହ ଚଳାଇବା ପାଇଁ ସର୍ବଦଳୀୟ ବୈଠକ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତତ କରିଛନ୍ତି ବିରୋଧୀ । କଂଗ୍ରେସ ନିଜର ରଣନୀତି ପ୍ରସ୍ତୁତ କରିଥିବେଳେ ଆଜି ସକାଳେ ବିଜେଡି ଓ ବିଜେପି ବିଧାୟକ ଦଳର ବୈଠକ ବସିବ । ଗୃହକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ବାଚସ୍ପତି ପ୍ରମିଳା ମଲ୍ଲିକ ସର୍ବଦଳୀୟ ବୈଠକରେ ଆଲୋଚନା କରିଛନ୍ତି ।

ପ୍ରଥମ ଦିନରେ ରାଜ୍ୟପାଳ ଗୃହକୁ ସମ୍ବୋଧନ କରିବେ । ଏହାରି ଭିତରେ ବିରୋଧୀଙ୍କ ପ୍ରସଙ୍ଗ ଓ ସରକାରଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ବିଧାନସଭା ବଜେଟ୍ ଅଧିବେଶନ ବେଳେ ଆନ୍ଦୋଳନ ଓ ବିକ୍ଷୋଭ ଆଦିକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୩୨ ପ୍ଲାଟୁନ ଫୋର୍ସ ମୁତୟନ ହେବାକୁ ଥିବା ବେଳେ, ଏସଓଜି, ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଟିମ୍, କ୍ୱିକ୍ ଆକ୍ସନ ଟିମ୍, ଡଗ୍ ସ୍କ୍ୱାଡ୍ ସହ ଅଗ୍ନିଶମ ବିଭାଗର ଟିମ୍ ଉପସ୍ଥିତ ରହିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜନ୍ମ ବେଦୀକୁ ବିଜେ କରିବେ ମଣିମା 🔴 ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୁରୀରେ ଅଘଟଣ, ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ଜନ୍ମ ବେଦୀକୁ ବିଜେ କରିବେ ମଣିମା 🔴 ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୁରୀରେ ଅଘଟଣ, ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ