Masthead

ଓଡ଼ିଶାର ଗଣମାଧ୍ୟମରେ ନୂଆ ଯୁଗର ଆରମ୍ଭ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଜଣେ ନିଚ୍ଛକ ସାମ୍ବାଦିକ କିଛି ସମଭାବାପନ୍ନ ସାମ୍ବାଦିକ ବନ୍ଧୁମାନଙ୍କୁ ନେଇ ଏକ ୨୪ ଘଣ୍ଟିଆ ସ୍ୟାଟେଲାଇଟ ନ୍ୟୁଜ୍ ଚ୍ୟାନେଲ କରିବା ବୋଧହୁଏ ଭାରତରେ ଅର୍ଦ୍ଧେନ୍ଦୁ ଦାସ ପ୍ରଥମ । ରାଜନୈତିକ ନେତା, ଖଣି ଓ ମଦ ମାଫିଆ କିମ୍ବା ଶିଳ୍ପପତିଙ୍କ ବିନା ପୃଷ୍ଠପୋଷକତାରେ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କର ସମ୍ପାଦନାରେ ଆତ୍ମପ୍ରକାଶ କରିଛି ୨୪ ଘଣ୍ଟିଆ ସ୍ୟାଟେଲାଇଟ ନ୍ୟୁଜ୍ ଚ୍ୟାନେଲ ‘ବଡ଼ ଖବର’ ।

‘ବଡ଼ ଖବର’ ଲୋକଙ୍କ ଚ୍ୟାନେଲ । ଲୋକଙ୍କ କଥା କହିବ ଏହି ଚ୍ୟାନେଲ । ସାଧାରଣ ଲୋକଙ୍କ ସ୍ୱର ହେବ ଏହି ଚ୍ୟାନେଲ । କୌଣସି ଚାପର ବଶବର୍ତ୍ତୀ ନହୋଇ ଅଭାବୀ ମଣିଷର ଅନ୍ତରର ବେଦନାକୁ ପରିପ୍ରକାଶ କରିବ ‘ବଡ଼ ଖବର’ । ଆଜିଠାରୁ ଓଡ଼ିଶାର ଗଣମାଧ୍ୟମରେ ଏକ ନୂତନ ଯୁଗର ଅୟମାରମ୍ଭ ହେବାକୁ ଯାଉଛି । ଏହି ଚ୍ୟାନେଲର ଶୁଭ ମନାସିଛନ୍ତି ଅନେକ । ସହରରୁ ପଲ୍ଲୀ ପର୍ଯ୍ୟନ୍ତ ମନ୍ଦିରରେ ଜଳିଛି ଦୀପାଳି । ଏପରିକି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ‘ବଡ଼ ଖବର’ ପରିବାରକୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ