Masthead

ପ୍ରଚାରପ୍ରସାର ଓ ବିଜ୍ଞାପନ ବାବଦକୁ ୫ ବର୍ଷକୁ ଖର୍ଚ୍ଚ ହୋଇଛି ୮୩ କୋଟି “

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରଚାର ପ୍ରସାରରେ ମାତିଛନ୍ତି ରାଜ୍ୟ ସରକାର । ନିର୍ବାଚନୀ ବର୍ଷରେ ବିଜ୍ଞାପନ ବାବଦରେ ରେକର୍ଡ ଖର୍ଚ୍ଚ । ୨୦୨୩-୨୪ ମସିହା ୯ ମାସରେ ସରକାର ଖର୍ଚ୍ଚ କରିଛନ୍ତି ୨୦ କୋଟି । ବିଧାନସଭାରେ ବିଜେପି ବିଧାୟିକ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନର ଉତ୍ତର ରଖି ଏହି ତଥ୍ୟ ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ।

୨୦୨୩-୨୪ରେ ପ୍ରଚାର ପ୍ରସାର ଓ ବିଜ୍ଞାପନ ବାବଦକୁ ୭୪ କୋଟି ୮୦ ଲକ୍ଷ ବ୍ୟୟବରାଦ କରିଥିବା ବେଳେ ୯ ମାସରେ ଖର୍ଚ୍ଚ କରିଛନ୍ତି ପ୍ରାୟ ୧୯ କୋଟି ୪୦ ଲକ୍ଷ ଟଙ୍କା । ମୁଦ୍ରିତ ଗଣମାଧ୍ୟମରେ ୧୭ କୋଟି ୪୩ ଲକ୍ଷ, ବୈଦ୍ୟୁତିକ ଗଣମାଧ୍ୟମକୁ ୩୧ ଲକ୍ଷ ଦିଆଯାଇଛି । କେବଳ ହୋର୍ଡିଙ୍ଗ ଆଉ ଆଉଟଡୋର ବ୍ରାଣ୍ଡିଂରେ ୧ କୋଟି ୯୩ ଲକ୍ଷ ଖର୍ଚ୍ଚ କରିଛନ୍ତି ସରକାର ।

ଗତ ୫ ବର୍ଷରେ ପ୍ରଚାର ପ୍ରସାର ବାବଦକୁ କେବଳ ସୂଚନା ଓ ଲୋକସଂପର୍କ ବିଭାଗ ଖର୍ଚ୍ଚ କରିଛି ପ୍ରାୟ ୮୩ କୋଟି ଟଙ୍କା । କିନ୍ତୁ ଗତ ୫ ବର୍ଷରେ ଚଳିତ ବର୍ଷ ସର୍ବାଧିକ ଥିବାବେଳେ ୨୦୧୯ ନିର୍ବାଚନ ଠାରୁ ମଧ୍ୟ ଏହା ଢେର ଅଧିକ ରହିଛି । ଏହାବାଦ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ନବୀନ ଓଡ଼ିଶା କାର୍ଯ୍ୟକ୍ରମ, ଓଡ଼ିଆ ବିଶ୍ଵ ଭାଷା ସମ୍ମିଳନୀକୁ ନେଇ ଅନ୍ୟ ବିଭାଗ ଗୁଡିକ ମଧ୍ୟ ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ 🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ 🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ