Masthead

କେନ୍ଦ୍ର ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା, ୨୦୨୪ ନିର୍ବାଚନ ପୂର୍ବରୁ ଲାଗୁ ହେବ CAA

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସିଏଏକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ଘୋଷଣା । ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ନାଗରିକତା ସଂଶୋଧନ ଅଧିନିୟମ ଲାଗୁ କରି ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି। ଅମିତ ଶାହ କହିଛନ୍ତି, “ଆମ ମୁସଲିମ ଭାଇମାନଙ୍କୁ ସିଏଏ ବିରୋଧରେ ବିଭ୍ରାନ୍ତକର ତଥ୍ୟ ଦିଆଯାଉଛି। ସେମାନଙ୍କୁ ଉସକା ଯାଉଛି। ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶ ଭଳି ଦେଶରୁ ନିର୍ୟାତନା ସହି ନ ପାରି ଭାରତ ଆସୁଥିବା ଲୋକଙ୍କୁ ନାଗରିକତା ଦେବା ପାଇଁ ସିଏଏ ଆସିଛି। ଏହା କାହା ଠାରୁ ଭାରତର ନାଗରିକତା ଛଡ଼ା ନେବ ନାହିଁ।”

ସିଏଏ ହେଉଛି ନାଗରିକତା ସହ ଜଡ଼ିତ ଏକ ଆଇନ । ଏହା ଲାଗୁ ହେବା ଫଳରେ ସିଧାସଳଖ ଭାବେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ଲୋକଙ୍କୁ ନାଗରିକତା ମିଳିଯିବ । ୨୦୧୪ ପୂର୍ବରୁ ବିଭିନ୍ନ କାରଣରୁ ଭାରତକୁ ଆସିଥିବା ବିଦେଶୀ ନାଗରିକଙ୍କୁ ଏହି ନାଗରିକତା ମିଳିବ ।

ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ, ଖ୍ରୀଷ୍ଟିୟାନ ପରି ଅଣମୁସଲିମ୍ ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକତା ମିଳିଯିବ । ଦେଶର ବିଭିନ୍ନ ରାଜ୍ୟରରେ ରହୁଥିବା ସଂଖ୍ୟାଲଘୁମାନେ ମଧ୍ୟ ନାଗରିକତା ପାଇ ପାରିବେ । ଆଗାମୀ ଲୋକ ସଭା ନିର୍ବାଚନରେ ମୋଦି ସରକାର କ୍ଷମତାକୁ ଆସିବ ବୋଲି ବିଶ୍ୱାସ ଥିବା କହିଛନ୍ତି। ଏପରିକି ଭାଜପା ୩୭୦ ଏବଂ ଏନ୍‌ଡିଏକୁ ୪୦୦ରୁ ଅଧିକ ଆସନ ମିଳିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି