Masthead

କେନ୍ଦ୍ର ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା, ୨୦୨୪ ନିର୍ବାଚନ ପୂର୍ବରୁ ଲାଗୁ ହେବ CAA

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସିଏଏକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ଘୋଷଣା । ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ନାଗରିକତା ସଂଶୋଧନ ଅଧିନିୟମ ଲାଗୁ କରି ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି। ଅମିତ ଶାହ କହିଛନ୍ତି, “ଆମ ମୁସଲିମ ଭାଇମାନଙ୍କୁ ସିଏଏ ବିରୋଧରେ ବିଭ୍ରାନ୍ତକର ତଥ୍ୟ ଦିଆଯାଉଛି। ସେମାନଙ୍କୁ ଉସକା ଯାଉଛି। ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶ ଭଳି ଦେଶରୁ ନିର୍ୟାତନା ସହି ନ ପାରି ଭାରତ ଆସୁଥିବା ଲୋକଙ୍କୁ ନାଗରିକତା ଦେବା ପାଇଁ ସିଏଏ ଆସିଛି। ଏହା କାହା ଠାରୁ ଭାରତର ନାଗରିକତା ଛଡ଼ା ନେବ ନାହିଁ।”

ସିଏଏ ହେଉଛି ନାଗରିକତା ସହ ଜଡ଼ିତ ଏକ ଆଇନ । ଏହା ଲାଗୁ ହେବା ଫଳରେ ସିଧାସଳଖ ଭାବେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ଲୋକଙ୍କୁ ନାଗରିକତା ମିଳିଯିବ । ୨୦୧୪ ପୂର୍ବରୁ ବିଭିନ୍ନ କାରଣରୁ ଭାରତକୁ ଆସିଥିବା ବିଦେଶୀ ନାଗରିକଙ୍କୁ ଏହି ନାଗରିକତା ମିଳିବ ।

ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ, ଖ୍ରୀଷ୍ଟିୟାନ ପରି ଅଣମୁସଲିମ୍ ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକତା ମିଳିଯିବ । ଦେଶର ବିଭିନ୍ନ ରାଜ୍ୟରରେ ରହୁଥିବା ସଂଖ୍ୟାଲଘୁମାନେ ମଧ୍ୟ ନାଗରିକତା ପାଇ ପାରିବେ । ଆଗାମୀ ଲୋକ ସଭା ନିର୍ବାଚନରେ ମୋଦି ସରକାର କ୍ଷମତାକୁ ଆସିବ ବୋଲି ବିଶ୍ୱାସ ଥିବା କହିଛନ୍ତି। ଏପରିକି ଭାଜପା ୩୭୦ ଏବଂ ଏନ୍‌ଡିଏକୁ ୪୦୦ରୁ ଅଧିକ ଆସନ ମିଳିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ