Masthead

ଭାଇଙ୍କୁ ଡରି ପାର୍ଟି ଅଫିସରେ ରାତି କାଟିଲେ ଶର୍ମିଲା ରେଡ୍ଡି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶର୍ମିଲାଙ୍କୁ ଘାରିଲା ନିଜ ଭାଇ ଡର । ପାର୍ଟି କାର୍ଯ୍ୟାଳୟରେ କାଟିଲେ ରାତି । ବେରୋଜଗାରି ତଥା ଛାତ୍ରଙ୍କ ସମସ୍ୟା ପାଇଁ ରାସ୍ତାକୁ ଓହ୍ଲାଇଥିବା ଆନ୍ଧ୍ରପ୍ରଦେଶ କଂଗ୍ରେସ ମୁଖ୍ୟ ୱାଇଏସ୍‌ ଶର୍ମିଲା ରେଡ୍ଡିଙ୍କୁ ଘାରିଛି ନିଜ ଭାଇଙ୍କ ଭୟ। ନିଜ ଭାଇ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ଦ୍ୱାରା ଗୃହବନ୍ଦୀ ହେବା ଭୟରେ ସେ ପାର୍ଟି କାର୍ଯ୍ୟାଳୟରେ ରାତି କାଟିଛନ୍ତି।

ରାଜ୍ୟରେ ବେରୋଜଗାରି ସଂଖ୍ୟା ବଢ଼ି ଚାଲିଥିବା ବେଳେ ଛାତ୍ରଙ୍କ ସମସ୍ୟାର ସମାଧାନ ହେଉନି। ଏହା ପ୍ରତିବାଦରେ କଂଗ୍ରେସ ରାଜ୍ୟରେ ଜଗନମୋହନ ସରକାର ବିରୋଧରେ ବିକ୍ଷୋଭ ଡାକରା ଦେଇଛି। ଏହି ପରିପ୍ରେକ୍ଷୀରେ ଆନ୍ଧ୍ର କଂଗ୍ରେସ ମୁଖ୍ୟ ୱାଇଏସ୍‌ ଶର୍ମିଲା ରେଡ୍ଡି ଆଜି ‘ସଚିବାଳୟ ଚାଲ’ ଡାକରା ଦେଇଛନ୍ତି। ବିଜୟୱାଡାରୁ ଶହ ଶହ ସମର୍ଥକଙ୍କ ସହ ସେ ଏହି ବିକ୍ଷୋଭ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ଆଉ ତାଙ୍କୁ ଭୟ ଥିଲା ଯେ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଥିବା ତାଙ୍କ ଭାଇ ଜଗନ ମୋହନ ରେଡ୍ଡୀ ଶର୍ମିଳାଙ୍କୁ ଗୃହବନ୍ଦୀ କରିଦେବେ । ସେହି ଆଶଙ୍କାକୁ ନେଇ ଗତକାଲି ରାତିରେ ନିଜ ବାସଭବନକୁ ନଯାଇ କଂଗ୍ରେସ ଭବନରେ ରାତିଯାପନ କରିଛନ୍ତି । କଂଗ୍ରେସ ଭବନ ସ୍ଥିତ ନିଜ କାର୍ଯ୍ୟାଳୟରେ ଗଦି ବିଛାଇ ଶୋଇଥିବାର ଶର୍ମିଳାଙ୍କ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା