Masthead

ଜାଗା ମିଶନ ନାଁରେ ବସ୍ତିବାସିନ୍ଦାଙ୍କୁ ଧୋକା

ଟାଙ୍ଗୀ (ବଡ଼ ଖବର ବ୍ୟୁରୋ): ଜାଗା ମିଶନ ନାଁରେ ବସ୍ତି ବାସିନ୍ଦାଙ୍କୁ ଧୋକା । ୭ବର୍ଷ ତଳୁ ଯୋଗ୍ୟତା ପ୍ରମାଣ ପତ୍ର ଦେଇ ଭଣ୍ଡେଇ ଦେଇଛନ୍ତି ସରକାର । କୁଆଡେ ଗଲା ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନା । କେବେ ମିଳିବ ସହରାଞ୍ଚଳର ଭୂମିହୀନଙ୍କୁ ସ୍ଥାୟୀ ଜମି ପଟ୍ଟା । ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାର ଘୋଷଣା କରିଥିଲେ ଜାଗା ମିଶନ ଯୋଜନା । ଏହି ପ୍ରକଳ୍ପ ଘୋଷଣାକୁ ଏହା ଭିତରେ ବିତିଗଲାଣି ୭ବର୍ଷ ।

ଏଥିପାଇଁ ଥରକୁ ଥର ସର୍ଭେ ଚାଲିଛି । ବାରମ୍ବାର ସଂଶୋଧିତ ହିତାଧିକାରୀ ତାଲିକା ବି ପ୍ରକାଶ ପାଇଛି । ହେଲେ ଆଜି ପର୍ଯ୍ୟନ୍ତ ବସ୍ତି ବାସିନ୍ଦାଙ୍କ ଜଗା ପାଇବାର ସ୍ବପ୍ନ ପୂରଣ ହୋଇପାରୁନି । ଏ ଦୃଶ୍ୟ ହେଉଛି ନୟାଗଡ ଜିଲ୍ଲା ରଣପୁର ସହରାଞ୍ଚଳର ୧୫ଟି ୱାର୍ଡରେ ବସବାସ କରୁଥିବା ଭୂମିହୀନ ବସ୍ତି ବାସିନ୍ଦାଙ୍କ ଦୁଃଖ । ଆଜିକୁ ୩୦ବର୍ଷ ହେବ ରହି ଆସୁଛନ୍ତି ୨୦୦ରୁ ଅଧିକ ପରିବାର । ସରକାରଙ୍କର ଯୋଜନା ଘୋଷଣା ଓ ଘନ ଘନ ପ୍ରଚାର ପରେ ଏମାନେ ଆଶା କରିଥିଲେ ସ୍ଥାୟୀ ପଟ୍ଟା ଖଣ୍ଡେ ମିଳିଲେ ପରିଚୟ ବଦଳି ଯିବ, କିନ୍ତୁ ଆଶା ଆଶାରେ ହଁ ରହିଗଲା ।

ସେପଟେ ୨୦୧୭ରୁ ଭୂମିହୀନ ବସ୍ତିବାସିନ୍ଦାଙ୍କୁ କେବଳ ଯୋଗ୍ୟତା ପ୍ରମାଣପତ୍ର ଧରାଇ ଚୁପ୍ ବସିଛି ରଣପୁର ଏନ୍ଏସି ଅଫିସ । ପ୍ରମାଣ ପତ୍ର ଦେବାର ୭ବର୍ଷ ପରେ ବି ନା ମିଳିଛି ଜଗା ନା ମିଳିଛି ଘର । ଯୋଜନାର ଲାଭ ପାଇବା ପାଇଁ ବାରମ୍ବାର ଲୋକେ ଏନ୍ଏସି ଠାରୁ ଆରମ୍ଭ ଜିଲ୍ଲାପାଳଙ୍କ ଅଫିସ ଓ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ୍ୟ ଏମାନଙ୍କର ଜଗା ପାଇବାର ସ୍ବପ୍ନ ପୂରଣ ହୋଇପାରୁନି । ସେପଟେ ରଣପୁର ଏନ୍ଏସିରେ ବୈମାତୃକ ମନଭାବ ବିରୁଦ୍ଧରେ ଏକତ୍ରିତ ହେଲେଣି ଶହ ଶହ ଭୂମି ହୀନ ପରିବାର । ଜମି ପଟ୍ଟା ଖଣ୍ଡେ ନଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତ ଦୂରକଥା ପିଲାଙ୍କୁ ପାଠ ପଢେଇବାରେ ହେଉଛି ଅସୁବିଧା ।

ସେପଟେ ପ୍ରଥମ ପର୍ଯ୍ୟାୟରେ ରଣପୁର ସହରାଞ୍ଚଳର ୮୫ଜଣ ଭୂମିହୀନ ପରିବାରକୁ ସ୍ଥାୟୀ ଜମିପଟ୍ଟା ସହ ଜଗା ଯୋଗାଇଦେବାକୁ ଥିବାବେଳେ ଦ୍ୱତୀୟ ପର୍ଯ୍ୟାୟରେ ବାକି ପରିବାରକୁ ଖୁବ ଶୀଘ୍ର ଜଗା ଯୋଗାଇ ଦିଆଯିବ ବୋଲି କହିଛନ୍ତି ରଣପୁର ଏନ୍ଏସିର କାର୍ୟ୍ୟନିର୍ବାହୀ ଅଧିକାରୀ ରଞ୍ଜନ ଦାଶ । ତେବେ କେବେ ପୂର୍ଣ୍ଣ ହେବ ବସ୍ତିବାସିନ୍ଦାଙ୍କ ଦୁଃଖ । କେବେ ମିଳିବ ଭୂମିହୀନଙ୍କୁ ପଟ୍ଟା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ