Masthead

କରୋନା ମାଡ଼ରେ ଭସାଣି ଫିକା

କଟକ (ବଡ଼ ଖବର ବ୍ୟୁରୋ): ଚଳିତ ବର୍ଷ କଟକରେ ବହୁ କଟକଣାରେ ଦଶହରା ପାଳିତ ହେଉଛି । ପୂର୍ବରୁ ମେଢ଼ଗୁଡିକ ଦେବୀଗଡାରେ ବିସର୍ଜନ ହୋଇଆସୁଥିଲା । ମାତ୍ର ଚଳିତ ବର୍ଷ ଦେବୀଗଡ଼ାରେ ପଡିବନି ମୂର୍ତ୍ତି । ସରକାରଙ୍କ କୋଭିଡ ଗାଇଡ଼ ଲାଇନ କଟକର ଭାଇଚାରାରେ ଫାଟ ସୃଷ୍ଟି କରୁଛି ବୋଲି ଆଲୋଚନା ହେଉଛି । ପ୍ରଶାସନ ଦ୍ୱାରା ଖୋଳା ହୋଇଥିବା ୧୪ଟି କୃତ୍ରିମ ପୋଖରୀରେ ସମସ୍ତ ମୂର୍ତ୍ତି ବିସର୍ଜନ କରାଯିବ । ଭସାଣି ଉତ୍ସବ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଅନୁଷ୍ଠିତ ହେବ । ସମସ୍ତ ପୂଜା ମଣ୍ଡପ ଲାଗି ୪ଟି ପର୍ୟ୍ୟାୟରେ ସମୟ ଧାର୍ୟ୍ୟ ହୋଇଛି । ସକାଳ ୧୦ଟାରୁ ୧୨ଟା , ୧୨ଟାରୁ ୨ଟା , ୨ଟାରୁ ୪ଟା ଏବଂ ୪ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଭସାଣି ଉତ୍ସବ ହେବ । ପ୍ରତି ପୂଜା କମିଟିର ୭ ଜଣ ଲୋକଙ୍କୁ ଭସାଣି ଉତ୍ସବରେ ସାମିଲ୍ ପାଇଁ ଅନୁମତି ମିଳିବ ।

ମୂର୍ତ୍ତିକୁ ଚେଚିସ୍ ବଦଳରେ ଡାଲା ଅଟୋ କିମ୍ବା ପିକ୍ଅପରେ ନେଇପାରିବେ ବୋଲି ଡିସିପି ପ୍ରତୀକ ସିଂହ କହିଛନ୍ତି ।ସହରରେ ହୋଇଥିବା ୯ଟି ବଡ଼ ମୂର୍ତ୍ତି କୁ ପୋଲିସ ପ୍ରଶାସନ ବିସର୍ଜନ କରିବ । ବାକି ୧୬୦ ଛୋଟ ମୂର୍ତ୍ତିକୁ କଟକଣା ମଧ୍ୟରେ ପୋଲିସ ପ୍ରଶାସନ ସହାୟତାରେ ପୂଜା କମିଟି ପୂର୍ବ ନିର୍ଦ୍ଧାରିତ ସମୟ ଓ ନିର୍ଦ୍ଦିଷ୍ଟ ପୁଷ୍କରିଣୀରେ ବିସର୍ଜନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପୂଜା କମିଟି ସଭାପତି ଓ ସମ୍ପାଦକମାନଙ୍କୁ ଜଣାଇ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି