Masthead

କରୋନା ମାଡ଼ରେ ଭସାଣି ଫିକା

କଟକ (ବଡ଼ ଖବର ବ୍ୟୁରୋ): ଚଳିତ ବର୍ଷ କଟକରେ ବହୁ କଟକଣାରେ ଦଶହରା ପାଳିତ ହେଉଛି । ପୂର୍ବରୁ ମେଢ଼ଗୁଡିକ ଦେବୀଗଡାରେ ବିସର୍ଜନ ହୋଇଆସୁଥିଲା । ମାତ୍ର ଚଳିତ ବର୍ଷ ଦେବୀଗଡ଼ାରେ ପଡିବନି ମୂର୍ତ୍ତି । ସରକାରଙ୍କ କୋଭିଡ ଗାଇଡ଼ ଲାଇନ କଟକର ଭାଇଚାରାରେ ଫାଟ ସୃଷ୍ଟି କରୁଛି ବୋଲି ଆଲୋଚନା ହେଉଛି । ପ୍ରଶାସନ ଦ୍ୱାରା ଖୋଳା ହୋଇଥିବା ୧୪ଟି କୃତ୍ରିମ ପୋଖରୀରେ ସମସ୍ତ ମୂର୍ତ୍ତି ବିସର୍ଜନ କରାଯିବ । ଭସାଣି ଉତ୍ସବ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଅନୁଷ୍ଠିତ ହେବ । ସମସ୍ତ ପୂଜା ମଣ୍ଡପ ଲାଗି ୪ଟି ପର୍ୟ୍ୟାୟରେ ସମୟ ଧାର୍ୟ୍ୟ ହୋଇଛି । ସକାଳ ୧୦ଟାରୁ ୧୨ଟା , ୧୨ଟାରୁ ୨ଟା , ୨ଟାରୁ ୪ଟା ଏବଂ ୪ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଭସାଣି ଉତ୍ସବ ହେବ । ପ୍ରତି ପୂଜା କମିଟିର ୭ ଜଣ ଲୋକଙ୍କୁ ଭସାଣି ଉତ୍ସବରେ ସାମିଲ୍ ପାଇଁ ଅନୁମତି ମିଳିବ ।

ମୂର୍ତ୍ତିକୁ ଚେଚିସ୍ ବଦଳରେ ଡାଲା ଅଟୋ କିମ୍ବା ପିକ୍ଅପରେ ନେଇପାରିବେ ବୋଲି ଡିସିପି ପ୍ରତୀକ ସିଂହ କହିଛନ୍ତି ।ସହରରେ ହୋଇଥିବା ୯ଟି ବଡ଼ ମୂର୍ତ୍ତି କୁ ପୋଲିସ ପ୍ରଶାସନ ବିସର୍ଜନ କରିବ । ବାକି ୧୬୦ ଛୋଟ ମୂର୍ତ୍ତିକୁ କଟକଣା ମଧ୍ୟରେ ପୋଲିସ ପ୍ରଶାସନ ସହାୟତାରେ ପୂଜା କମିଟି ପୂର୍ବ ନିର୍ଦ୍ଧାରିତ ସମୟ ଓ ନିର୍ଦ୍ଦିଷ୍ଟ ପୁଷ୍କରିଣୀରେ ବିସର୍ଜନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପୂଜା କମିଟି ସଭାପତି ଓ ସମ୍ପାଦକମାନଙ୍କୁ ଜଣାଇ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ