Masthead

ସରକାରଙ୍କ ଗୁଣଗାନ କଲେ, ବିଜେଡି ବିଧାୟକଙ୍କ ବିରୋଧରେ ରଣହୁଙ୍କାର ଦେଲେ

ବଡ଼ଚଣା (ବଡ଼ ଖବର ବ୍ୟୁରୋ): ସରକାରଙ୍କ ଗୁଣଗାନ କଲେ, ବିଜେଡି ବିଧାୟକଙ୍କ ବିରୋଧରେ ରଣହୁଙ୍କାର ଦେଲେ। କହିଲେ ଯିଏ ଜଗନ୍ନାଥଙ୍କୁ ବିକି ଖାଇଛି, ତାହାଠାରୁ ଆଉ କଣ ଆପଣ ଚାହାନ୍ତି। ପ୍ରଗତୀ ମଞ୍ଚ ଆଳରେ ବିଶାଳ ଜନସମାଗମ କରି ବଡ଼ଚଣା କଂଗ୍ରେସ ନେତା କ୍ୟାପଟେନ ରାଜନାରାୟଣ ମହାପାତ୍ର ବଡ଼ଚଣା ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ସିଧାସିଧି ଟାର୍ଗେଟ କରିଛନ୍ତି। ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟ ସରକାର ପ୍ରତି ପଞ୍ଚାୟତକୁ ଟଙ୍କା ଦେଇଥିଲେ ସେ ଟଙ୍କାକୁ ବିଧାୟକ ଓ ତାଙ୍କ ର କୁଜି ନେତା ଲୁଟ୍ କରିଛନ୍ତି ।

ଯାହା ଜଗନ୍ନାଥ ପ୍ରେମୀମାନଙ୍କୁ ଆଘାତ ଦେଇଛି। ଏ ବିଧାୟକ ଚିନାବାଦାମ ବିହନ ଠାରୁ ଆରମ୍ଭ କରି ଭୂତଗାଡି ଦୁର୍ନୀତିରେ ଉବୁଟୁବୁ ହୋଇଛନ୍ତି। ଚଣ୍ଡିଖୋଲ ଜିଲ୍ଲା ମାନ୍ୟତା ପାଇଥାନ୍ତା, ନିଜ ଟିକେଟ ପାଇଁ ହାତ ଟେକିଦେଲେ। ଫଳରେ ଚଣ୍ଡିଖୋଲ ଆଜି ଜିଲ୍ଲା ମାନ୍ୟତା ରୁ ବଞ୍ଚିତ ହୋଇଛି। ଚିନାବାଦାମ ବିହୀନ ବଡ଼ଚଣାକୁ ସାରା ବିଶ୍ବ ଦରବାରରେ ନିନ୍ଦିତ କରିଥିଲା। ସେତେବେଳେ କୃଷି ମନ୍ତ୍ରୀ ଥିଲେ ଅମର ପ୍ରସାଦ ଶତପଥୀ। ଯିଏ ବଡ଼ଚଣାକୁ ନିନ୍ଦିତ କରିଛି ଆପଣ ମାନେ ତାଙ୍କୁ ଫୋପାଡ଼ି ଦିଅନ୍ତୁ। ଆଜିର ଜନସମାବେଶରେ ବିଧାୟକଙ୍କ ସମୟରେ ହୋଇଥିବା ଏଭଳି ଅନେକ ଦୁର୍ନୀତିର ମୁଖା ଖୋଲିଥିଲେ ରାଜନାରାୟଣ।

ଚଣ୍ଡିଖୋଲ ଏନଏସି ପାଇବା ଶ୍ରେୟ ହେଉଛି ମୋ ବାପା ତଥା ପୂର୍ବତନ ମନ୍ତ୍ରୀ ତଥା ପ୍ରାକ୍ତନ ବିଧାୟକ ସୀତାକାନ୍ତ ମହାପାତ୍ରଙ୍କର। ବଡ଼ଚଣାର ବିକାଶ ଯାହା ହୋଇଛି ତାଙ୍କର କ୍ଷମତା ସମୟରେ, ଏ ବିଧାୟକ କେବଳ ନିଜର ବିକାଶ କରିଛନ୍ତି ବଡ଼ଚଣାର ନୁହେଁ। ଏଥର ବଡ଼ଚଣାବାସୀ ତାଙ୍କୁ ଉଚିତ୍ ଜବାବ୍ ଦେବେ ବୋଲି କ୍ୟାପଟେନ ମହାପାତ୍ର ତାଙ୍କ ଅଭିଭାଷଣରେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି