Masthead

ଅଙ୍ଗନୱାଡ଼ିରେ ବ୍ୟାପକ ଦୁର୍ନୀତି, ଅନିୟମିତତା ଅଭିଯୋଗ

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ନାଁରେ ସିଡିପିଓଙ୍କ ଅଭିଯୋଗ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅଙ୍ଗନୱାଡ଼ିରେ ବ୍ୟାପକ ଦୁର୍ନୀତି, ଅନିୟମିତତା ଅଭିଯୋଗ । ଅଙ୍ଗନବାଡ଼ି ସୁପରଭାଇଜର ବୀଣା ଦାସଙ୍କ ବିରୋଧରେ ଅଭିଯୋଗ ହୋଇଛି । ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ଗ୍ରାମାଂଚଳର ଶିଶୁବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) କବିତା ମହାପାତ୍ର । ଅଙ୍ଗନବାଡ଼ି କେନ୍ଦ୍ରକୁ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ପାଇଁ ଆସୁଥିବା ଛତୁଆ ଓ ବିଭିନ୍ନ ପ୍ରକାର ପୁଷ୍ଟିକର ଖାଦ୍ୟଗୁଡ଼ିକ ନିମ୍ନମାନର ରହୁଛି ବୋଲି ଲିଙ୍ଗିପୁର, ସେକ୍ଟର-୧, ଶିଶୁପାଳ ଓ ବାସୁଆଘାଇ ପଂଚାୟତର ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏପରିକି ଅଙ୍ଗନବାଡ଼ି ସୁପରଭାଇଜର ବୀଣା ଦାସଙ୍କ କାର୍ୟ୍ୟକଳା ପରେ ସେ ଅସନ୍ତୁଷ୍ଟ ଓ ସେ ନିଜ ଇଚ୍ଛାରେ କାର୍ୟ୍ୟ କରିବା, କେତେଜଣ ଅଙ୍ଗନବାଡ଼ିକର୍ମୀଙ୍କୁ ନେଇ ଏକଛତ୍ରବାଦ ଚଳାଇବା, ସରକାରୀ କାର୍ୟ୍ୟ ଠିକ୍ ଭାବରେ ତୁଲାଉନଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି ସିଡିପିଓ । ଭୁବନେଶ୍ୱର ଗ୍ରାମ୍ୟ ସିଡ଼ିପିଓ କବିତା ମହାପାତ୍ରଙ୍କ ତତ୍ୱାବଧାନରେ ଥିବା ୧୯୦ଟି ଅଙ୍ଗନବାଡ଼ିକେନ୍ଦ୍ରର ଖାଦ୍ୟର ମାନ ଯାଂଚ କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହିତ ଗ୍ରାମବାସୀ ସରକାରଙ୍କୁ ଦାବି ଓ ଅନୁରୋଧ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା