Masthead

ଅଙ୍ଗନୱାଡ଼ିରେ ବ୍ୟାପକ ଦୁର୍ନୀତି, ଅନିୟମିତତା ଅଭିଯୋଗ

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ନାଁରେ ସିଡିପିଓଙ୍କ ଅଭିଯୋଗ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅଙ୍ଗନୱାଡ଼ିରେ ବ୍ୟାପକ ଦୁର୍ନୀତି, ଅନିୟମିତତା ଅଭିଯୋଗ । ଅଙ୍ଗନବାଡ଼ି ସୁପରଭାଇଜର ବୀଣା ଦାସଙ୍କ ବିରୋଧରେ ଅଭିଯୋଗ ହୋଇଛି । ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ଗ୍ରାମାଂଚଳର ଶିଶୁବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) କବିତା ମହାପାତ୍ର । ଅଙ୍ଗନବାଡ଼ି କେନ୍ଦ୍ରକୁ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ପାଇଁ ଆସୁଥିବା ଛତୁଆ ଓ ବିଭିନ୍ନ ପ୍ରକାର ପୁଷ୍ଟିକର ଖାଦ୍ୟଗୁଡ଼ିକ ନିମ୍ନମାନର ରହୁଛି ବୋଲି ଲିଙ୍ଗିପୁର, ସେକ୍ଟର-୧, ଶିଶୁପାଳ ଓ ବାସୁଆଘାଇ ପଂଚାୟତର ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏପରିକି ଅଙ୍ଗନବାଡ଼ି ସୁପରଭାଇଜର ବୀଣା ଦାସଙ୍କ କାର୍ୟ୍ୟକଳା ପରେ ସେ ଅସନ୍ତୁଷ୍ଟ ଓ ସେ ନିଜ ଇଚ୍ଛାରେ କାର୍ୟ୍ୟ କରିବା, କେତେଜଣ ଅଙ୍ଗନବାଡ଼ିକର୍ମୀଙ୍କୁ ନେଇ ଏକଛତ୍ରବାଦ ଚଳାଇବା, ସରକାରୀ କାର୍ୟ୍ୟ ଠିକ୍ ଭାବରେ ତୁଲାଉନଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି ସିଡିପିଓ । ଭୁବନେଶ୍ୱର ଗ୍ରାମ୍ୟ ସିଡ଼ିପିଓ କବିତା ମହାପାତ୍ରଙ୍କ ତତ୍ୱାବଧାନରେ ଥିବା ୧୯୦ଟି ଅଙ୍ଗନବାଡ଼ିକେନ୍ଦ୍ରର ଖାଦ୍ୟର ମାନ ଯାଂଚ କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହିତ ଗ୍ରାମବାସୀ ସରକାରଙ୍କୁ ଦାବି ଓ ଅନୁରୋଧ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ