Masthead

ଦୀର୍ଘମାସ ପରେ ଗୋଟିଏ ମଞ୍ଚରେ ଏକାଠି ନଜର ଆସିଲେ ମୋଦି-ନୀତୀଶ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦୀର୍ଘମାସ ପରେ ଗୋଟିଏ ମଞ୍ଚରେ ଏକାଠି ନଜର ଆସିଛନ୍ତି ପ୍ରଧାନମନ୍ତ୍ରୀ ଓ ବିହାର ମୁଖ୍ୟମନ୍ତ୍ରୀ । ବିହାର ଓøରଙ୍ଗାବାଦ ଜନସଭାରେ ଉଭୟଙ୍କ ସାକ୍ଷାତ ଓ ଏକାଠି ବସିବା ଭିଡିଓ ବେଶ ଭାଇରାଲ ହେଉଛି । ବାରମ୍ବାର ମେଣ୍ଟ ବଦଳାଇବାର ଅପଖ୍ୟାତି ମୁଣ୍ଡାଇଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ଏଭଳି ଏକ ବୟାନ ରଖିଥିଲେ ଯେଉଁଥିରେ ପ୍ରଧାନମନ୍ତ୍ରୀ ଜୋର୍‌ରେ ହସିଉଠିଥିଲେ।

ବିହାରର ଔରଙ୍ଗାବାଦରେ ଏକ ଜନସମାବେଶକୁ ସମ୍ବୋଧିତ କରି ନୀତୀଶ କୁମାର ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ, ମୁଁ ସର୍ବଦା ବିଜେପି ନେତୃତ୍ୱାଧୀନ ଏନଡିଏ ସହିତ ରହିବି ଏବଂ ଏଠାରୁ ଅନ୍ୟ କେଉଁଠିକୁ ଯିବି ନାହିଁ। ‘ଆପଣମାନେ ପୂର୍ବରୁ ମଧ୍ୟ ଆସିଥିଲେ କିନ୍ତୁ ମୁଁ ନିଖୋଜ ହୋଇଯାଇଥିଲି। କିନ୍ତୁ ମୁଁ ଏବେ ଆପଣଙ୍କ ସହିତ ଅଛି। ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି ଯେ ମୁଁ ଏଠାରୁ ଆଉ ସେଠାକୁ ଯିବି ନାହିଁ । ମୁଁ କେବଳ ଆପଣଙ୍କ ସହିତ ରହିବି।’ ନୀତୀଶଙ୍କ ଏହି ବୟାନ ମଞ୍ଚରେ ହାସ୍ୟରୋଳ ସୃଷ୍ଟି କରିଥିବା ବେଳେ ତାଙ୍କର ଏଭଳି ପ୍ରତିଶ୍ରୁତି ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ