Masthead

ବରୀରେ ବଢୁଛି ବିଶ୍ୱଙ୍କ ପତିଆରା, ଆରମ୍ଭ ହେଲା ଜନ ସମ୍ପର୍କ ପଦ ଯାତ୍ରା

ବରୀ (ବଡ଼ ଖବର ବ୍ୟୁରୋ): ବରୀରେ ବଢୁଛି ବିଶ୍ଵଙ୍କ ପତିଆରା । ନିର୍ବାଚନକୁ ଆଉ କେଇ ମାସ ବାକି ଥିବା ବେଳେ ନିଜ ନିଜର ପତିଆରା ବଜାଇ ରଖିବାକୁ ଆରମ୍ଭ କରିଛନ୍ତି କସରତ୍ । ବରୀ ରେ ବିଜେଡିର ବିଧାୟିକା ସୁନନ୍ଦା ଦାସ ଥିବା ବେଳେ ବରୀ ବ୍ଲକ ମଧୁସୂଦନ ପୁର ପଞ୍ଚାୟତ ଠାରେ ରାଜ୍ୟ ବିଜେଡି ସମ୍ପାଦକ ବିଶ୍ଵ ରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା ସହିତ ସାଧାରଣ ଲୋକଙ୍କ ସହିତ ଯୋଡି ହେବା ସହ ଲୋକମାନଙ୍କ ସୁଖ ଦୁଃଖରେ ଭାଗି ହେବାକୁ ପ୍ରୟାସ କରିଛନ୍ତି ବିଶ୍ଵ ରଞ୍ଜନ ମଲ୍ଲିକ।

ମୋର ଜନ୍ମ ଭୂମି ବରୀ । ଵରୀବାସୀଙ୍କ ପାଇଁ ସେବା କରିବା ମୋର କର୍ତ୍ତବ୍ୟ। ବରୀବାସୀଙ୍କ ସେବା କ୍ଷେତ୍ରରେ ମୋ ଜୀବନ ଉତ୍ସର୍ଗୀକୃତ। ବିଗତ ଦିନରୁ ରାଜନୀତି କ୍ଷେତ୍ରରେ ନଥିଲା ବେଳେ ବି ସାଧାରଣ ଲୋକଙ୍କ ସହିତ ଯୋଡି ହୋଇ ରହି ସେମାନଙ୍କର ସୁଖ ଦୁଃଖରେ ସାଥୀ ହୋଇଛି ବୋଲି କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ମଲ୍ଲିକ ମତ ରଖିଛନ୍ତି। ଅଙ୍ଗାଳୋ ପଞ୍ଚାୟତ ସ୍ଥିତ ସାମେଶ୍ୱର ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ମଧୁସୂଦନ ପୁର ପଞ୍ଚାୟତରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରିଥିଲେ। ଶ୍ରୀ ମଲ୍ଲିକଙ୍କ ନେତୃତ୍ୱରେ ବହୁ ସଂଖ୍ୟାର ମହିଳାମାନେ ଯୋଗ ଦେବା ଘଟଣା ନବୀନ ପଟ୍ଟନାୟକଙ୍କ ପ୍ରତି ଥିବା ଭଲ ପାଇବା ହିଁ ପ୍ରମାଣିତ କରିଛି।

ମୁଖ୍ୟମନ୍ତ୍ରୀ ମାଆମାନଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ଥିବାରୁ ସେମାନେ ସ୍ୱାବଲମ୍ବୀ ହେବା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଆମ୍ଭମାନଙ୍କ ପାଇଁ ଗର୍ବ ଗୌରବର ବିଷୟ ବୋଲି ମତ ରଖିଛନ୍ତି । ଜନ ସମ୍ପର୍କ ପଦ ଯାତ୍ରା ମଧୁସୂଦନ ପୁର ପଞ୍ଚାୟତ ଦୁର୍ଗା ପୀଠ ଠାରୁ ଆରମ୍ଭ ହୋଇ ସୁନ୍ଦର ପୁର ବାରି ତୋଟା ଖେଳ ପଡ଼ିଆରେ ଶେଷ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସମ୍ପାଦକ ବିଶ୍ଵ ରଞ୍ଜନ ମଲ୍ଲିକଙ୍କ ସହିତ ବରୀ ବ୍ଲକ ଅଧକ୍ଷ ଅଶୋକ କୁମାର ଗେଡି, ଜିଲ୍ଲାପରିଷଦ ସଭ୍ୟ ଦିଲ୍ଲୀପ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ସନ୍ତୋଷ ସାମଲ, ଜିଲ୍ଲାପରିଷଦ ପ୍ରତିନିଧି ବୁଲୁ ଯାଦବ, ସ୍ଥାନୀୟ ସରପଞ୍ଚ ସୁଚିତ୍ରା ମଲିକ, ସ୍ଥାନୀୟ ସମିତି ସଭ୍ୟ ନଗେନ୍ଦ୍ର କୁମାର୍ ଧଳ , ପ୍ରାକ୍ତନ ସରପଞ୍ଚ ହର୍ସ ବର୍ଦ୍ଧନ ସାମଲ, ପ୍ରାକ୍ତନ ସରପଞ୍ଚ କୁଞ୍ଜ ବିହାରୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି