Masthead

ରାସ୍ତା ନ ହେଲା ନାହିଁ; ୨ଟ୍ରିପ୍ ବାଲି ହେଲେ ଦିଅ

ରାଜକନିକା (ବଡ଼ ଖବର ବ୍ୟୁରୋ): ରାଜକନିକାରୁ ଜୟନଗରକୁ ସଂଯୋଗ କରୁଛି ୨୦ନଂ ଜାତୀୟ ରାଜପଥ । ଏହି ରାସ୍ତାକୁ ପ୍ରଶସ୍ତ କରାଇ ୨୦ନଂ ଜାତୀୟ ରାଜପଥ ଘୋଷଣା କଲା ପ୍ରଶାସନ । କାରଣ ଜୟନଗରଘାଟ ପାରହେଲେ ବିଶ୍ୱ ପ୍ରସିଦ୍ଧ ଭିତରକନିକା ପ୍ରାଣୀ ଉଦ୍ୟାନ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ରାସ୍ତା ନାଁ ସିନା ବଦଳାଇ ଦେଲେ, କିନ୍ତୁ ଜାତୀୟ ରାଜପଥକୁ ସଂଲଗ୍ନ ଜୟନଗର ଗାଁର ଭାଗ୍ୟ ବଦଳିଲା ନାହିଁ । ଯେମିତି ସେମିତି ରହିଯାଇଛି । ସ୍ୱାଧୀନତାର ବହୁ ବର୍ଷ ପରେ ବି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଗାଁ ଲୋକେ ।

୩୦ରୁ ଅଧିକ ପରିବାର ବସବାସ କରନ୍ତି ଏଇ ଜୟନଗର ଗାଁରେ । ଗାଁ ମୁଣ୍ଡରେ ଜାତୀୟ ରାଜପଥ ଯାଇଥିଲେ ମଧ୍ୟ ଗାଁ ଭିତର ଅପନ୍ତରା, କାଦୁଅ ପଚପଚ । ଗାଁ ଭିତରୁ ପଶିବାକୁ ହେଲେ କାଦୁଅରେ ପହଁରିବାକୁ ପଡିବ । ଅସରାଏ ବର୍ଷାରେ ସ୍ଥିତି ଆହୁରି ବିଗିଡିଯାଏ । ପିଲାଠୁ ବୁଢା ସମସ୍ତେ କାଦୁଅ ପଙ୍କରେ ଜୀବନ ବିତାଉଛନ୍ତି । ସ୍ଥିତି ନ ଦେଖିଲେ ବିଶ୍ୱାସ କରିହେବନି । ଏହି ସମସ୍ୟା ଆଜି କି କାଲିର ନହେଁ, ପିଢି ପରେ ପିଢି ଲାଗିରହିଛି ।

ପଞ୍ଚାୟତ, ବ୍ଲକ, କଲେକ୍ଟର ଅଫିସ ସବୁଠି ଗୁହାରି କରିଛନ୍ତି ଗାଁ ଲୋକେ । ସରପଞ୍ଚ, ବିଡିଓ, ତହସିଲଦାଲ, ବିଧାୟକଙ୍କୁ ଦୁଃଖ ଜଣାଇଛନ୍ତି । ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ମିଳିଛି । ହେଲେ ଜୟନଗର ଗାଁର ଭାଗ୍ୟ ବଦଳୁନି । ଭୁଲି ଯାଇଛନ୍ତି ସମସ୍ତେ । କିଏ ବା କହିଁକି ଶୁଣିବ ଗାଁ ଲୋକଙ୍କ ହାରିଗୁହାରି ।

ଶେଷରେ ଅଣ୍ଟା ଭିଡିଛନ୍ତି ଗାଁର ଛୋଟରୁ ବଡ । ସ୍କୁଲପିଲା, ଯୁବକ, ମହିଳା ସମସ୍ତେ ରାସ୍ତାପାଇଁ କାମ କରିଛନ୍ତି । ନିଜ ଅର୍ଥ ଓ ଶ୍ରମଦାନ କରି ବାଲି ଓ ମାଟି କିଣି ରାସ୍ତା ନିର୍ମାଣ କରିଛନ୍ତି । ପ୍ରଶାସନ ଉପରେ ଗାଁ ଲୋକଙ୍କ ଭରସା ପାଉନି । ରାସ୍ତାକାମ ପ୍ରଶାସନ କରିବ, ଏ ଆଶା ଆଉ ନାହିଁ । ଗାଁ ଲୋକେ କହିଛନ୍ତି, ଯାହା କରିବୁ ଏବେ ଆମେ କରିବୁ ।

ସ୍ୱାଧୀନତାର ଏତେ ବର୍ଷ ପରେ ବି ଏଭଳି ଅବସ୍ଥା, ସରକାରଙ୍କ ଗାଁ ବିକାଶର ପ୍ରକୃତ ଦୃଶ୍ୟପଟକୁ ବଖାଣୁଛି ଜୟନଗର । ଭୋଟ ବେଳେ ଜୟନଗର ଗାଁରେ ମାଳ ମାଳ ନେତା,ମନ୍ତ୍ରୀ । ଭୋଟ ସରିବା ପରେ କାହାରି ଦେଖାଦର୍ଶନ ନାହିଁ । ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେବା ପ୍ରଶାସନର ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି