Masthead

ଟିଟିଲାଗଡ଼ ଉପକାରାଗାରରୁ ଦୁଇ ବିଚାରାଧୀନ କଏଦୀ ଫେରାର

ବଲାଙ୍ଗୀର(ବଡ଼ ଖବର ବ୍ୟୁରୋ): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପକାରାଗାରରୁ ଦୁଇ ବିଚାରାଧୀନ କଏଦୀ ଫେରାର । ଗତକାଲି ରାତିରୁ ୨ କଏଦୀ ଚମ୍ପଟ ମାରିଥିବା ସୂଚନା ମିଳିଛି । ଉଭୟ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିଲେ । ଟିଟିଲାଗଡ଼ ଉପଖଣ୍ଡ ସିନ୍ଧେକେଲା ଥାନା ଅଞ୍ଚଳରେ ମାନସିକ ପୂରଣ ପାଇଁ ଦୁଇଟି ଶିଶୁ ବଳି ଦେଇଥିବା ଗୁଣିଆ ଶୋଭାବନ ରଣା ଏବଂ ଜଣେ ନାବାଳକଙ୍କୁ କୂଅରେ ଫିଙ୍ଗି ମାରିଦେବା ଅଭିଯୋଗରେ ଗିରଫ ସୁମିତ ବିହାରୀ ଜେଲ୍‌ରୁ ଫେରାର୍‌ ମାରିଛନ୍ତି ।

ଶନିବାର ରାତି ପ୍ରାୟ ୮ଟାରେ ପାଚେରି ଜେଲ୍‌ ଡେଇଁ ଉଭୟେ ଫେରାର୍‌ ମାରିଥିବା ଜେଲର ଚୈତନ୍ୟ ପ୍ରଧାନ କହିଛନ୍ତି। ସେ ଏନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିବା କହିଛନ୍ତି। ତେବେ ଉଭୟେ ଜେଲରଙ୍କ ଅତି ବିଶ୍ୱସ୍ତ ହୋଇଥିବା ନେଇ ବିନା ବାଧାରେ ଜେଲ୍‌ ଭିତରେ ଓ ବାହାରେ ବିଚରଣ କରୁଥିବା ଆଲୋଚନା ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି