Masthead

ସରିଲା ମା’ଙ୍କ ପୂଜା; ଆଜି ଭସାଣି

ରେଙ୍ଗାଲି (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ ବସଷ୍ଟାଣ୍ଡ ଦୁର୍ଗାପୂଜା କମିଟି ପକ୍ଷରୁ ମା’ଙ୍କ ସାର୍ବଜନୀନ ପୂଜା ଶେଷ ହୋଇଛି । ଯୁବଶିଳ୍ପୀ ପ୍ରଭାତ ମାହାଣାଙ୍କ ଦ୍ୱାରା ନିର୍ମିତ ମା’ଙ୍କ ମୃଣ୍ମୟମୂର୍ତ୍ତି ବିଶେଷ ଆକର୍ଷଣ ଥିଲା। କୋଭିଡ କଟକଣା ଭିତରେ ବିଧିବିଧାନ ଅନୁସାରେ ପୂଜାକାର୍ଯ୍ୟ ସମ୍ପନ୍ନ ହୋଇଛି । କମିଟି ପକ୍ଷରୁ ଭକ୍ତମାନଙ୍କ ପାଇଁ ମାକ୍ସ, ସାନିଟାଜର, ପ୍ରାଥମିକ ଚିକିତ୍ସାର ସମସ୍ତ ସାମଗ୍ରୀ ମହଜୁଦ ରଖାଯାଇଥିଲା । ଭକ୍ତମାନେ ସାମାଜିକ ଦୂରତା ରକ୍ଷାକରି ମା’ଙ୍କୁ ଦର୍ଶନ କରିଥିଲେ । ସୋମବାର ପୀଠରେ ମା’ଙ୍କ ଦଶମୀ ପୂଜା ସହ ଅପରାଜିତା ପୂଜା ଅନୁଷ୍ଠିତ ହୋଇଛି । ସନ୍ଧ୍ୟାରେ ମହାଆଳତି ସମୟରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ହୋମ ଯଜ୍ଞ ସହ ମା’ଙ୍କ ଘଟ ବିସର୍ଜନ କରାଯାଇଥିଲା ।

ଆଜି ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେଉଛି । ବିନା ଭକ୍ତରେ ମା’ଙ୍କ ବିସର୍ଜନ ବିଶ୍ୱାସ କରିହେଉନି । କରୋନାର କଟକଣା ଯୋଗୁଁ ପୋଲିସ ଫୋର୍ସର ଆବଶ୍ୟକତା ନଥିଲେ ମଧ୍ୟ ଥାନା ଅଧିକାରୀ ଆଇନ ଶୃଙ୍ଖଳା ପ୍ରତି ଯତ୍ନବାନ ଥିବା କହିଛନ୍ତି । ରେଙ୍ଗାଲି ବସଷ୍ଟାଣ୍ଡ ଅଞ୍ଚଳର ସମସ୍ତ ଯୁବକଙ୍କର ଉଦ୍ୟମ କ୍ରମେ ସାର୍ବଜନୀକ ଦୁର୍ଗାପୂଜା ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ