Masthead

ଶୁଭ୍ରାଂଶୁଙ୍କ ମିଥ୍ୟା ରିପୋର୍ଟ ପ୍ରତିବାଦରେ ଧାରଣା

କଟକ (ବଡ଼ ଖବର ବ୍ୟୁରୋ): ଶୁଭ୍ରାଂଶୁଙ୍କ ମିଥ୍ୟା ରିପୋର୍ଟ ପ୍ରତିବାଦରେ ଓଡ଼ିଶା ସମାଜସେବୀ ମହାସଙ୍ଘର ଏକ ଦିବସୀୟ ଧାରଣା ଓ ପ୍ରତିବାଦ ସଭା । କଟକ ବଡ଼ ମେଡିକାଲରେ ଅସ୍ତିମଜ୍ଜା ଅପରେସନ ହୋଇଥିବା କର୍କଟ ପୀଡିତ ବାଳକ ଶୁଭ୍ରାଂଶୁ ସବ୍ୟସାଚୀ ସାହୁଙ୍କ ମୃତ୍ୟୁ ଉପରେ କଟକ ବଡ଼ ମେଡ଼ିକାଲ ର ମିଥ୍ୟା ସମ୍ବାଦ ପ୍ରକାଶିତ ଉପରେ ଗାନ୍ଧୀ ମାର୍ଗରେ ଓଡ଼ିଶା ସମାଜସେବୀ ମହାସଙ୍ଗର ଏକ ଦିବସୀୟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।

ଶୁଭ୍ରାଂଶୁଙ୍କର ମୃତ୍ୟୁର ମିଥ୍ୟା ଖବର ପ୍ରକାଶିତ କରିଥିବା ଘଟଣାକୁ ମହାସଙ୍ଘ ଦୃଢ଼ ନିନ୍ଦା କରିବା ସହ ସରକାରଙ୍କୁ ନିବେଦନ ସହ ଦାବି କରିଥିଲା ଯେ ଶୁଭ୍ରାଂଶୁଙ୍କ ମୃତ୍ୟୁର ବାସ୍ତବ ସତ୍ୟାସତ୍ୟ ଲୋକଲୋଚନକୁ ଆସୁ । ଭୁଲ ଅପରେସନ କରିଥିବା ଓ ମିଥ୍ୟା ରିପୋର୍ଟ ଦେଇଥିବା ଡାକ୍ତରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଅପରେସନ ନାଁରେ ଏକ୍ସପେରିମେଣ୍ଟ କରିଥିବା ଘଟଣାରେ ରାଜ୍ୟରେ ବାଃ ବାଃ ନେଇଥିବା ରାଜ୍ୟ ସରକାର ଶୁଭ୍ରାଂଶୁଙ୍କ ପରିବାରକୁ କ୍ଷତିପୂରଣ ସ୍ୱରୂପ ପଚାଶ ଲକ୍ଷ ଟଙ୍କା ପ୍ରଦାନ କରନ୍ତୁ ବୋଲି ଏହି ପ୍ରତିବାଦ ସଭାରେ ମହାସଙ୍ଘ ଦାବି ରଖିଥିଲା ।

ଏହି ପ୍ରତିବାଦ ସଭାରେ ଶୁଭ୍ରାଂଶୁଙ୍କ ବାପା ସନାତନ ସାହୁ, ଓଡ଼ିଶା ସମାଜସେବୀ ମହାସଂଘର ରାଜ୍ୟ ସଭାପତି ନାରାୟଣ ଚନ୍ଦ୍ର ଓଝା, ସମାଜସେବୀ ମନସ୍ମିତା ଜେନା, ଲିପିକା ରାୟ, ଲକ୍ଷ୍ମଣ ଦାସ, ଆଲୋଖ ଚନ୍ଦ୍ର ଜେନା, ପ୍ରତାପ ସାହୁ,ଅଭିନାସ ଦାସ, ପିୟାପ୍ରିୟଦର୍ଶିନୀ ମହାପାତ୍ର, ଶ୍ରୀକାନ୍ତ ମିଶ୍ର, ସଂଗ୍ରାମ ବଳିଆରସିଂ, ନିରଞ୍ଜନ ସାହୁ, ସ୍ୱର୍ଣ୍ଣଲତା ସାହୁ, ଶିବୁ ପଟ୍ଟନାୟକ, ଭୁବନାନନ୍ଦ ସାମନ୍ତ, ନଧବର ମହାରଣା ପ୍ରମୁଖ ଯୋଗଦାନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା