Masthead

ଶୁଭ୍ରାଂଶୁଙ୍କ ମିଥ୍ୟା ରିପୋର୍ଟ ପ୍ରତିବାଦରେ ଧାରଣା

କଟକ (ବଡ଼ ଖବର ବ୍ୟୁରୋ): ଶୁଭ୍ରାଂଶୁଙ୍କ ମିଥ୍ୟା ରିପୋର୍ଟ ପ୍ରତିବାଦରେ ଓଡ଼ିଶା ସମାଜସେବୀ ମହାସଙ୍ଘର ଏକ ଦିବସୀୟ ଧାରଣା ଓ ପ୍ରତିବାଦ ସଭା । କଟକ ବଡ଼ ମେଡିକାଲରେ ଅସ୍ତିମଜ୍ଜା ଅପରେସନ ହୋଇଥିବା କର୍କଟ ପୀଡିତ ବାଳକ ଶୁଭ୍ରାଂଶୁ ସବ୍ୟସାଚୀ ସାହୁଙ୍କ ମୃତ୍ୟୁ ଉପରେ କଟକ ବଡ଼ ମେଡ଼ିକାଲ ର ମିଥ୍ୟା ସମ୍ବାଦ ପ୍ରକାଶିତ ଉପରେ ଗାନ୍ଧୀ ମାର୍ଗରେ ଓଡ଼ିଶା ସମାଜସେବୀ ମହାସଙ୍ଗର ଏକ ଦିବସୀୟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।

ଶୁଭ୍ରାଂଶୁଙ୍କର ମୃତ୍ୟୁର ମିଥ୍ୟା ଖବର ପ୍ରକାଶିତ କରିଥିବା ଘଟଣାକୁ ମହାସଙ୍ଘ ଦୃଢ଼ ନିନ୍ଦା କରିବା ସହ ସରକାରଙ୍କୁ ନିବେଦନ ସହ ଦାବି କରିଥିଲା ଯେ ଶୁଭ୍ରାଂଶୁଙ୍କ ମୃତ୍ୟୁର ବାସ୍ତବ ସତ୍ୟାସତ୍ୟ ଲୋକଲୋଚନକୁ ଆସୁ । ଭୁଲ ଅପରେସନ କରିଥିବା ଓ ମିଥ୍ୟା ରିପୋର୍ଟ ଦେଇଥିବା ଡାକ୍ତରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଅପରେସନ ନାଁରେ ଏକ୍ସପେରିମେଣ୍ଟ କରିଥିବା ଘଟଣାରେ ରାଜ୍ୟରେ ବାଃ ବାଃ ନେଇଥିବା ରାଜ୍ୟ ସରକାର ଶୁଭ୍ରାଂଶୁଙ୍କ ପରିବାରକୁ କ୍ଷତିପୂରଣ ସ୍ୱରୂପ ପଚାଶ ଲକ୍ଷ ଟଙ୍କା ପ୍ରଦାନ କରନ୍ତୁ ବୋଲି ଏହି ପ୍ରତିବାଦ ସଭାରେ ମହାସଙ୍ଘ ଦାବି ରଖିଥିଲା ।

ଏହି ପ୍ରତିବାଦ ସଭାରେ ଶୁଭ୍ରାଂଶୁଙ୍କ ବାପା ସନାତନ ସାହୁ, ଓଡ଼ିଶା ସମାଜସେବୀ ମହାସଂଘର ରାଜ୍ୟ ସଭାପତି ନାରାୟଣ ଚନ୍ଦ୍ର ଓଝା, ସମାଜସେବୀ ମନସ୍ମିତା ଜେନା, ଲିପିକା ରାୟ, ଲକ୍ଷ୍ମଣ ଦାସ, ଆଲୋଖ ଚନ୍ଦ୍ର ଜେନା, ପ୍ରତାପ ସାହୁ,ଅଭିନାସ ଦାସ, ପିୟାପ୍ରିୟଦର୍ଶିନୀ ମହାପାତ୍ର, ଶ୍ରୀକାନ୍ତ ମିଶ୍ର, ସଂଗ୍ରାମ ବଳିଆରସିଂ, ନିରଞ୍ଜନ ସାହୁ, ସ୍ୱର୍ଣ୍ଣଲତା ସାହୁ, ଶିବୁ ପଟ୍ଟନାୟକ, ଭୁବନାନନ୍ଦ ସାମନ୍ତ, ନଧବର ମହାରଣା ପ୍ରମୁଖ ଯୋଗଦାନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍