Masthead

ନାଚ ଗୀତ ମାଧ୍ୟମରେ ଗଢୁଛନ୍ତି ଶିଶୁଙ୍କୁ ଭବିଷ୍ୟତ

ସୋନପୁର (ବଡ଼ ଖବର ବ୍ୟୁରୋ): ଶିକ୍ଷା ସମସ୍ତ ଶିଶୁଙ୍କ ମୈାଳିକ ଅଧିକାର । ଏଥିପାଇଁ ସରକାର ଆରମ୍ଭ କରାଯାଇଛି ଅଙ୍ଗନୱାଡି କେନ୍ଦ୍ର । ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ରୁଗୁଡି ପାଲିର ଅଙ୍ଗନୱାଡି କେନ୍ଦ୍ର-ଖ ସମସ୍ତ ଶିଶୁ ମାନଙ୍କୁ ଆକୃଷ୍ଟ କରୁଛି । ଅଙ୍ଗନୱାଡି ଦିଦି ଓ ସହାୟିକାଙ୍କ ଉତ୍ତମ ପରିବେଶ ଓ ଶୈଖିକ ବାତାବରଣ ପାଇଁ ଏହି କେନ୍ଦ୍ରରେ ଶିଶୁଙ୍କ ଉପସ୍ଥାନ ବଢୁଛି । ଏଠାକୁ ଛୁଟୁଛି ନେତା ମନ୍ତ୍ରୀ ଓ ବିଭିନ୍ନ ସରକାରୀ ପଦାଧିକାରୀଙ୍କ ସୁଅ । ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ରୁଗୁଡିପାଲି ଆଙ୍ଗନବାଡି କେନ୍ଦ୍ର-ଖ ।

ଏହି କେନ୍ଦ୍ରର ଚାରିଆଡେ ଲାଗିଛି ଭଳିକି ଭଳି ଫୁଳ ଓ ଫଳ ଗଛ ସହ ଶିଶୁଙ୍କ ଖେଳିବା ପାଇଁ ଖେଳ ସାମଗ୍ରୀ । କୁନି କୁନି ଛୋଟ ଶିଶୁମାନଙ୍କ ମୁହଁରୁ ବାହାରୁଛି ସବୁ ପ୍ରଶ୍ନର ଉତ୍ତର । ରଜ୍ୟ ସରକାରଙ୍କ ବିଭିନ୍ନ ପୃଷ୍ଟିକର ଖାଦ୍ୟ ସହତ ବିଭିନ୍ନ ଯୋଜନା ଗୁଡିକର ସଚେତନତା କରାଉଛନ୍ତି ଦିଦି । କିଶୋରୀ ବାଳିକାମାନଙ୍କୁ ବିଭିନ୍ନ ପୃଷ୍ଟିକର ଖାଦ୍ୟ ଯଥା ମୁଗ, ମୁଢି ,ବାଦାମ ଲଡୁ ଓ ଚଣା ଆଦି ଦେବା ସହିତ ବାଲ୍ୟ ବିବାହକୁ ନାଁ , ମିଲେଟ ମିଶନ ଆଦି ଯୋଜନାର ସଫଳ ରୂପାୟନ କରୁଛନ୍ତି ଏହି କେନ୍ଦ୍ରର ଦିଦି । ଏହାକୁ ନେଇ ସ୍ଥାନୀୟ ଅଚଂଳର ଲୋକେ ମଧ୍ୟ ଖୁସି ଥିବା କହିଛନ୍ତି ଓ ଦିଦିଙ୍କ କାର୍ଯ୍ୟପ୍ରଣାଳୀକୁ ପ୍ରସଂଶା କରିଛନ୍ତି । ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ସମନ୍ୱୀତ ଯୋଜନା ରେ ଥିବା ଏହି ଅଙ୍ଗନୱାଡି କେନ୍ଦ୍ରରେ କାର୍ଯ୍ୟରତ ଗୀତାଞଳୀ ରଣା ଜିଲ୍ଲା ସହିତ ସାରା ରାଜ୍ୟରେ ବେଶ ପରିଚିତ ।

ଉତ୍ତମ ଶିକ୍ଷାଦାନ, ଉତ୍ତମ ସ୍କୁଲ ପରିବେଷ ଓ ଶିଶୁଙ୍କ ଯତ୍ନ ଆଦି ଠିକ ସମୟରେ କାର୍ଯ୍ୟ ସମ୍ପାଦନ କରି ରୁଗୁଡିପାଲି ଅଙ୍ଗନବାଡି କେନ୍ଦ୍ର-ଖ କୁ ସମଗ୍ର ଜିଲ୍ଲାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ କରିଛନ୍ତି । ନାଚ ଗୀତ ମଧ୍ୟମରେ କୋମଳ ମତି ଶିଶୁଙ୍କୁ ଦେଉଛନ୍ତି ଶିକ୍ଷା ଓ ଗଢୁଛନ୍ତି ସେମାନଙ୍କ ଭବିଷ୍ୟତ । ଶିଶୁ ମାନଙ୍କ ମନ ମୋହିବା ପାଇଁ କେନ୍ଦ୍ରର ପରିବେଷକୁ ରଖିଛନ୍ତି ସଫାସୁତୁରା । ଶିଶୁମାନେ କିପରି ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରିବେ ସେଥିପାଇଁ କେନ୍ଦ୍ରର କାନ୍ଥରେ ବିଭିନ୍ନ ମହାପୁରୁଷଙ୍କ ଠାରୁ ଆରମ୍ଭ କରି ଅନେକ ଛବି ଟାଙ୍ଗିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି