Masthead

ପଦୋନ୍ନତିରେ ଜାଲିଆତି, ଭ୍ରଷ୍ଟାଚାର ବିରୋଧୀ ସଂଗଠନର ଅଭିଯୋଗପତ୍ର ଦାଖଲ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଅତିରିକ୍ତ ଜିଲାପାଳଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ସେକ୍ସନ୍ ଅଫିସର ପଦବୀ ପାଇଁ ପଦୋନ୍ନତି ପାଇଥିବା ଉଲ୍ଲାମ୍ଫା ଭାତ୍ରା ତାଙ୍କର ପ୍ରକୃତ ଜାତି ପ୍ରମାଣପତ୍ରକୁ ଜାଲିଆତି କରି ପଦୋନ୍ନତି ପାଇଥିବା ଅଭିଯୋଗ ହୋଇଛି । ଡିପିସି ମିଟିଂ ଜାନୁୟାରୀ ମାସରେ ମଧ୍ୟ ଏ ସମ୍ପର୍କରେ ନେଲା ବେଳେ ଜାତିଗତ ପ୍ରମାଣପତ୍ରକୁ ଠିକ୍ ଭାବରେ ଯାଞ୍ଚ କରିନାହାନ୍ତି । ନବରଙ୍ଗପୁର ଜିଲାରେ ବହୁସଂଖ୍ୟକ ଜାତିଗତ ଜାଲ ପ୍ରମାଣପତ୍ର ଦେଇ ଚାକିରି କରିବା ସଙ୍ଗେ ସଙ୍ଗେ ପଦୋନ୍ନତି ପାଇଛନ୍ତି ।

ଏହାଛଡ଼ା ଅତିରିକ୍ତ ଜିଲାପାଳଙ୍କର ଅନ୍ୟ ଏକ ବିଜ୍ଞପ୍ତି ଫଳରେ ସହାୟକ ରାଜସ୍ୱ ନିରୀକ୍ଷକ ଓ ଅମିନଙ୍କ ପଦୋନ୍ନତିରେ ମଧ୍ୟ ଜାଲ ଜାତିଗତ ପ୍ରମାଣପତ୍ର ବଳରେ ପଦୋନ୍ନତି ଦିଆଯାଇଛି । ଯେଉଁ ଅଧିକାରୀମାନେ ଏଭଳି ପଦୋନ୍ନତି ଦେଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଅତ୍କଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ରାଜ୍ୟ ଆବାହକ ବରିଷ୍ଠ ଆଇନଜୀବୀ ସୁବ୍ରତ କୁମାର ନନ୍ଦ ଏକ ଅଭିଯୋଗପତ୍ର ଦାଖଲ କରି ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି।

ନବରଙ୍ଗପୁର ଜିଲାପାଳଙ୍କୁ ଏହାର ତଦନ୍ତ କରିବା ସଙ୍ଗେ ସଙ୍ଗେ ଯେଉଁମାନେ ଜାଲ ଜାତିଗତ ପ୍ରମାଣପତ୍ର ଦେଇ ପଦୋନ୍ନତି ପାଇ ଚାକିରି କରିଛନ୍ତି ସେମାନଙ୍କ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂଗଠନ ଅନରୋଧ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି