Masthead

ଆଜି କେଜ୍ରିୱାଲଙ୍କ ପରିବାରକୁ ଭେଟିବେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଅବକାରୀ ଦୁର୍ନୀତି ମାମଲାରେ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଛି ଇଡି । ଏହାକୁ ତୀବ୍ର ନିନ୍ଦା କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଆଜି ଅରବିନ୍ଦ କେଜ୍ରିଓ୍ବାଲଙ୍କ ପରିବାରକୁ ଭେଟିବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଏନେଇ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ଆଇନଗତ ସହାୟତା ପ୍ରଦାନ କରିବାକୁ ରାହୁଲ ଗାନ୍ଧୀ ଆଜି କେଜ୍ରିୱାଲ କିମ୍ବା ତାଙ୍କ ପରିବାରଙ୍କୁ ଭେଟିବାକୁ ଚେଷ୍ଟା କରିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । କେଜ୍ରିଓ୍ବାଲଙ୍କ ଗିରଫଦାରୀ ପରେ ରାହୁଲ ଏକ୍ସରେ ଟ୍ବିଟ କରି ଲେଖିଛନ୍ତି ଯେ ଭୟଭୀତ ଏକଛତ୍ରବାଦୀ ଶାସକ ଏକ ମୃତ ଗଣତନ୍ତ୍ର ସୃଷ୍ଟି କରିବାକୁ ଚାହୁଁଛି । ଗଣମାଧ୍ୟମ ସମେତ ସମସ୍ତ ଅନୁଷ୍ଠାନକୁ କାବୁ କରିବା, ଦଳ ଭାଙ୍ଗିବା, କମ୍ପାନୀରୁ ଟଙ୍କା ଲୁଟିବା, ମୁଖ୍ୟ ବିରୋଧୀ ଦଳର ଆକାଉଣ୍ଟକୁ ଫ୍ରିଜ୍ କରିବା ‘ସଇତାନ ଶକ୍ତି’ ପାଇଁ କମ ଥିଲା, ତେଣୁ ଏବେ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କ ଗିରଫ ମଧ୍ୟ ଏକ ସାଧାରଣ କଥା ହୋଇଛି । ଇଣ୍ଡିଆ ମେଣ୍ଟ ଏହାର ଦୃଢ ଜବାବ ଦେବ ।

ସେହିପରି ନିଜ ଟ୍ୱିଟରେ ପ୍ରିୟଙ୍କା ଲେଖିଛନ୍ତି, ଆଗକୁ ନିର୍ବାଚନ ଥିବା ବେଳେ ତା’ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏଭଳି ଭାବେ ଟାର୍ଗେଟ କରିବା ପୂରା ଭୁଲ୍ ଓ ଅସାମ୍ବିଧାନିକ। ରାଜନୀତିର ସ୍ତର ଏତେ ତଳକୁ ଖସିବା ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାରଙ୍କୁ ଶୋଭା ଦେଉନି। ଅବକାରୀ ଦୁର୍ନୀତି ମମାଲାରେ ୯ ଥର ସମନ ପରେ ବି ଇଡିରେ ହାଜର ହୋଇନଥିଲେ କେଜ୍ରିଓ୍ବାଲ । ଶେଷରେ ଗୁରୁବାର ସନ୍ଧ୍ୟାରେ କେଜ୍ରିଓ୍ବାଲଙ୍କ ବାସଭବନରେ ପହଞ୍ଚିଥିଲା ଇଡି ଟିମ । ମାତ୍ର କିଛି ଘଣ୍ଟାର ଜେରା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏହା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଦିଲ୍ଲୀ ସରକାରଙ୍କ ଏକାଧିକ ମନ୍ତ୍ରୀ ଓ ଶତାଧିକ ଆମ ଆଦମୀ ପାର୍ଟି କର୍ମୀ ମଧ୍ୟ ପହଞ୍ଚି ପ୍ରତିବାଦ କରିଥିଲେ । ପୋଲିସ ସହ ସଂଘର୍ଷ ହେବା ସହ କିଛି କର୍ମୀଙ୍କୁ ପୋଲିସ ଉଠାଇ ନେଇଥିଲା । ସୁରକ୍ଷା ଦୃଷ୍ଟିରୁ କେଜ୍ରିଓ୍ବାଲଙ୍କ ବାସଭବନ ସମେତ ଆଖପାଖ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାପିଡ ଆକ୍ସନ ଫୋର୍ସ ମଧ୍ୟ ମୁତୟନ ହୋଇଥିବା ବେଳେ ବାସଭବନ ବାହାରେ ଧାରା ୧୪୪ ମଧ୍ୟ ଜାରି କରାଯାଇଛି । ଗିରଫଦାରୀ ବିରୋଧରେ ଆମ ଆଦମୀ ପାର୍ଟି ସୁପ୍ରିମକୋର୍ଟରେ ମଧ୍ୟ ଦ୍ବାରସ୍ଥ ହୋଇଛି । ଆପର ମନ୍ତ୍ରୀ ଓ ବିଧାୟକ ମାନେ କେଜ୍ରିଓ୍ବାଲଙ୍କ ଗିରଫଦାରୀଙ୍କୁ ତୀବ୍ର ବିରୋଧ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି