Masthead

‘ପୁଷ୍ପକ ବିମାନ’ ଲଞ୍ଚ କଲା ଇସ୍ରୋ

କର୍ଣ୍ଣାଟକ (ବଡ଼ ଖବର ବ୍ୟୁରୋ): ଇସ୍ରୋକୁ ମିଳିଛି ଆଉ ଏକ ସଫଳତା । କର୍ଣ୍ଣାଟକର ଏରୋନଟିକାଲ ଟେଷ୍ଟ ରେଞ୍ଜରୁ ଆରଏଲଭିର ଲ୍ୟାଣ୍ଡିଂ ମିଶନ୍ ‘ପୁଷ୍ପକ’କୁ ସଫଳତାର ସହ କାର୍ୟ୍ୟକାରୀ କରିଛି ଇସ୍ରୋ । ସକାଳ ପ୍ରାୟ ୭ଟାରୁ ଚଲାକେରେ ରନୱେରୁ ଏହାକୁ ଲଞ୍ଚ୍ କରାଯାଇଥିଲା । ଇସ୍ରୋ ତରଫରୁ ଏହା ତୃତୀୟ ଆରଏଲଭିର ଲ୍ୟାଣ୍ଡିଂ ମିଶନ୍ ସଫଳତାର ଶିଖର ଛୁଇଁଛି । ପୂର୍ବରୁ ୨୦୧୬ ଏବଂ ଗତବର୍ଷ ଏପ୍ରିଲରେ ଦ୍ୱିତୀୟ ଲ୍ୟାଣ୍ଡିଂ ମିଶନ୍ ପରୀକ୍ଷା କରାଯାଇଥିଲା ।

ପ୍ରଥମେ ଏହାକୁ ବାୟୁସେନାର ହେଲିକପ୍ଟର ଯୋଗେ ପ୍ରାୟ ୪.୫ କି.ମି ଉଚ୍ଚକୁ ନିଆଯାଇଥିଲା । ଏହାପରେ ପୂର୍ବ ନିର୍ଦ୍ଧାରିତ ପିଲବକ୍ସ ପାରାମିଟର ପାଇବା ପରେ ଏହାକୁ ଲଞ୍ଚ୍ କରାଯାଇଛି । କମ୍ ଖର୍ଚ୍ଚରେ ସ୍ପେସକୁ ପ୍ରବେଶ ସକ୍ଷମ କରାଇବାକୁ ଆରଏଲଭି ପାଇଁ ଅତ୍ୟାବଶ୍ୟକ ଟେକନୋଲୋଜିର ବିକାଶ ଉଦ୍ଦେଶ୍ୟରେ ଏହି ମିଶନ୍ ଆରମ୍ଭ କରାଯାଇଛି । କମ୍ ଖର୍ଚ୍ଚରେ ମହାକାଶରେ ପହଞ୍ଚିବା ପାଇଁ ଭାରତର ଏକ ବଡ଼ ପ୍ରୟାସ ଭାବରେ ଉଭା ହୋଇଛି ‘ପୁଷ୍ପକ’ ଲଞ୍ଚ୍ ଭେହିକିଲ ।

ଏହା ଭାରତ ପାଇଁ ଆରଏଲଭିର ଭବିଷ୍ୟତ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ । ଗୁରୁତ୍ୱପୂର୍ଣ୍ଣ ଇଲେକ୍ଟ୍ରୋନିକ୍ସକୁ ନେଇ ଗଠିତ ଆରଏଲଭିର ଉପର ଭାଗ ଖୁବ ମହଙ୍ଗା ହୋଇଥିବା ବେଳେ ଏହା ସୁରକ୍ଷିତ ଭାବରେ ପୃଥିବୀକୁ ଫେରାଇ ଆଣିହେବ । ଏହାପରେ ଏହି ଟେକ୍ନୋଲୋଜି ସମ୍ଭବତ ଇନ-ଅର୍ବିଟ ଉପଗ୍ରହଗୁଡ଼ିକର ରିଫିଲିଂକୁ ସକ୍ଷମ କରିପାରିବ କିମ୍ବା ନବୀକରଣ ପାଇଁ ଉପଗ୍ରହଗୁଡିକ ପୁନରୁଦ୍ଧାର କରିପାରିବ, ଯାହା ସ୍ପେସ୍ ଆବର୍ଜନାକୁ କମ୍ କରିବାରେ ସାହାଯ୍ୟ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି