Masthead

ଆମେରିକା ବାଲ୍‌ଟିମୋର ବ୍ରିଜ୍‌ ଦୁର୍ଘଟଣା, ୬ ଶ୍ରମିକ ମୃତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଧକ୍କା ଦେଲା ମାଲବାହୀ ଜାହାଜ ଭୁଶୁଡ଼ିପଡିଲା ପୋଲ । ଆମେରିକା ବାଲ୍‌ଟିମୋର ବ୍ରିଜ୍‌ ଦୁର୍ଘଟଣା ଘଟଣାରେ ୬ ମୃତ । ନିଖୋଜ ଥିବା ୬ ଶ୍ରମିକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ଗତକାଲି କାର୍ଗୋସିପ୍‌ ଧକ୍କା ଦେବା ପରେ ବ୍ରିଜଟି ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲା । ଜାହାଜରେ ଥିବା ସମସ୍ତ ୨୨ ଭାରତୀୟ ସୁରକ୍ଷିତ ଥିବା ସୂଚନା ।

ଗତକାଲି ଆମେରିକାର ବାଲଟିମୋର ସହରରେ ଏକ ପୋଲରେ କଣ୍ଟେନର ଜାହାଜ ଧକ୍କା ହେବା ଫଳରେ ପୋଲଟି ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ପୋଲରେ ଥିବା କିଛି ଯାନବାହନ ଓ ଲୋକେ ନଦୀରେ ଖସିପଡିଥିଲେ । କିଛି ସେକେଣ୍ଡରେ ନଦୀ ମଧ୍ୟରେ ଲୀନ ହୋଇଯିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଦିନ ତମାମ ଉଦ୍ଧାର ଅପରେସନ ଚାଲିଥିଲେ ସୁଦ୍ଧା ଏବେବି ଅନେକ ନିଖୋଜଙ୍କ ପତ୍ତା ମିଳିନି । କିଛି ଉଦ୍ଧାର ମଧ୍ୟ ହୋଇଛନ୍ତି । ଏବେ ମଧ୍ୟ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ ଜାରି ରହିଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ