Masthead

ବିଚାର ବିଭାଗୀୟ ହାଜତକୁ ଗଲେ ବିଆରଏସ ନେତ୍ରୀ କେ. କବିତା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଚାର ବିଭାଗୀୟ ହାଜତକୁ ଗଲେ ବିଆରଏସ ନେତ୍ରୀ କେ. କବିତା । ଏପ୍ରିଲ ୯ ତାରିଖ ପର୍ୟ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ । ଇଡି ହେପାଜତ ଶେଷ ହେବା ପରେ ବିଚାର ବିଭାଗୀୟ ହାଜତ ଗଲେ କେ.କବିତା । ଏପ୍ରିଲ ୧ ତାରିଖରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନର ଶୁଣାଣି । ଦିଲ୍ଲୀ ମଦ ନୀତି ସ୍କାମ୍‌ ମାମଲାରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ତା’ପରେ ତାଙ୍କୁ କୋର୍ଟରେ ହାଜର କରାଇ ରିମାଣ୍ଡରେ ନେଇଥିଲା ଇଡି। ଗତ ସପ୍ତାହରେ ତାଙ୍କୁ ଆଉ ଥରେ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଥିଲେ କୋର୍ଟ। ଇଡିର ଅଭିଯୋଗ ଅନୁଯାୟୀ, ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ କବିତା ‘ସାଉଥ ଗ୍ରୁପ୍‌’ର ଜଣେ ମୁଖ୍ୟ ସଦସ୍ୟ, ଯାହା ପ୍ରତ୍ୟାହୃତ ହୋଇସାରିଥିବା ନୂଆ ଅବକରୀ ନୀତି ଅଧୀନରେ ଆପ୍‌କୁ ୧୦୦ କୋଟି ଟଙ୍କା ଦେଇ ମଦ ଲାଇସେନ୍‌ସ ପାଇଥିଲା। ଇଡି କହୁଛି ଆପ୍ ଏହି ଅର୍ଥକୁ ଗୋଆ ଓ ପଞ୍ଜାବ ବିଧାନସଭା ନିର୍ବାଚନରେ ଲଗାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା