Masthead

ଜଣକ ପରେ ଜଣେ ବିଜେଡି ଛାଡୁଛନ୍ତି ଓଡ଼ିଆ ସିନେ ତାରକା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ୨୦୦୯ରୁ ୨୦୧୯ ମଧ୍ୟରେ ବିଜେଡିରେ ଏମିତି କ୍ରେଜ୍ ଦେଖାଦେଇଥିଲା ଯେ କେବଳ ଷ୍ଟାରମାନଙ୍କୁ ରାଜନୀତି ମଇଦାନକୁ ଓହ୍ଲାଇବା ଦେଖାଗଲା । କ୍ରମାନ୍ୱୟରେ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସ ନାୟକ, ଅରିନ୍ଦମ ରାୟ ପ୍ରମୁଖ ଦଳରେ ସାମିଲ ହୋଇଥିଲେ । ସେମାନଙ୍କୁ ଦଳ ମଧ୍ୟ ଷ୍ଟାର ପ୍ରଚାରକ ଭାବେ ଉଭା କରିଥିଲା । ଏହି ସିନେ ତାରକାମାନ ବିଭିନ୍ନ ନିର୍ବାଚନରେ ପ୍ରଚାର ମଙ୍ଗ ଧରିଥିଲେ । ସେମାନଙ୍କ ପ୍ରଚାରରେ ଜନତା ପ୍ରଭାବିତ ହୋଇଥିବା ମଧ୍ୟ ପରିଲକ୍ଷିତ ହୋଇଥିଲା । ଦଳ ଯଥାକ୍ରମେ ୩ଟି ଟର୍ମ ଏହି ଷ୍ଟାର ପ୍ରଚାରକଙ୍କ ଭରସାରେ ପ୍ରଚାର ଦାୟିତ୍ୱ ଛାଡ଼ିଥିଲା ।


ଏହି ଅଭିନେତାମାନେ ଦଳରେ ମିଶିବା ପରେ ଭିନ୍ନ ପଦପଦବିରେ ମଧ୍ୟ ଅଭିଷିକ୍ତ ହୋଇଥିଲେ । ଯେପରିକି ସିଦ୍ଧାନ୍ତ ମହାପାତ୍ରଙ୍କୁ ଦଳ ୨୦୦୯ରେ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା ଓଲିଉଡ୍ ଜଗତର ମୁନା ଭାଇ ଭାବେ ପରିଚିତ ସିଦ୍ଧାନ୍ତ ମହାପାତ୍ର ସେହି ବର୍ଷ ଭେଟେରାନ୍ ନେତା ଚନ୍ଦ୍ରଶେଖର ସାହୁଙ୍କୁ ପରାସ୍ତ କରି ସାଂସଦ ହୋଇଥିଲେ । ପୁଣି ୨୦୧୪ରେ ମଧ୍ୟ ଦଳ ସିଦ୍ଧାନ୍ତଙ୍କ ଉପରେ ଭରସା କରିଥିଲେ । ସେ ମଧ୍ୟ ୨୦୧୪ରେ ସେଠାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ପରେ ତାଙ୍କୁ ଦଳ ଆଉ ଟିକଟ ଦେଇନଥିଲା ।

ସେହିପରି ଅନୁଭବ ମହାନ୍ତି ବିଜେଡିରେ ୨୦୧୩ ଏପ୍ରିଲରେ ମିଶିଥିଲେ । ତାଙ୍କୁ ଦଳ କେନ୍ଦାପଡ଼ା ଭଳି ଆସନରୁ ଲୋକସଭା ପାଇଁ ପ୍ରାର୍ଥୀ କରିଥିଲା । ଅନୁଭବ ୨୦୧୪ ନିର୍ବାଚନରେ ଭେଟେରାନ ନେତା ତଥା ପୂର୍ବତନ କେନ୍ଦାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପରାସ୍ତ କରିଥିଲେ । ମାତ୍ର ତାଙ୍କ କ୍ୟାରିୟରରେ କିଛି ଅଦେଖା କଳଙ୍କ ଲାଗିବାରୁ ସେ ଦଳ ପାଇଁ କୋଣଠେସା ହୋଇଗଲେ ।

ସେହିପରି ଆକାଶ ଦାସ ନାୟକ ମଧ୍ୟ ବିଜେଡିରେ ମିଶିବା ପରେ ତାଙ୍କୁ କୋରୋଇ ବିଧାନସଭା ଆସନ ପାଇଁ ଦଳ ଟିକଟ ଦେଇଥିଲା । ସେ କୋରେଇ ଆସନରୁ ଜିତି ବିଧାୟକ ହୋଇଥିଲେ । ତାପରେ ତାଙ୍କୁ ଦଳ ଆଉ ୨୦୧୯ରେ ଟିକଟ ଦେଇନଥିଲା । ବର୍ତ୍ତମାନ ୨୦୨୪ ପାଇଁ ସେ ଟିକଟ ନପାଇବାରୁ ଦଳ ଛାଡ଼ିଲେ ।

ଷ୍ଟାର ପ୍ରଚାରକ ଅରିନ୍ଦମ ରୟ ୨୦୧୯ ନିର୍ବାଚନ ପରେ ପରେ ବିଜେଡିରେ ମିଶିଥିଲେ । ଦଳ ତାଙ୍କୁ ଏଯାବତ କୌଣସି ପଦପଦବୀ ଦେଇନଥିଲା । କେବଳ ପ୍ରଚାରରେ ସାମିଲ କରି ତାଙ୍କଠାରୁ ଫାଇଦା ନେବାରେ ଲାଗିଥିଲା । ତେଣୁ ଅରିନ୍ଦମ ଅନୁଭବ କଲେ ଯେ କେଉଁଠି ନା କେଉଁଠି ସେ ଅବହେଳାର ଶିକାର ହୋଇ ଚାଲିଛନ୍ତି । ଶେଷ ସମୟରେ ସେ ଟିକଟ ଲବିରେ ଥିଲେ । ମାତ୍ର ତାଙ୍କୁ ଅଣଦେଖା କରାଯିବାରୁ ସେ ମଧ୍ୟ ନିକଟରେ ଇସ୍ତଫା ଦେଇ ବିଜେପିରେ ସିମିଲ ହୋଇଛନ୍ତି । ଏହିକ୍ରମରେ ଦେଖିବାକୁ ଗଲେ ହାତଗଣତି କେଇଜଣଙ୍କୁ ଛାଡ଼ି ବାକି ସବୁ ବଡ଼ବଡ଼ ଷ୍ଟାର ଏବେ ବିଜେଡି ଶିବିରକୁ ବାଏ ବାଏ କରିସାରିଲେଣି । ଦେଖିବାକୁ ବାକି ରହିଲା ଯେ ଏମାନଙ୍କ ବିନା ବିଜେଡିର ପ୍ରଚାର ଭାର ସମ୍ଭାଳୁଛି କିଏ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର