Masthead

ଟଙ୍କା ହଡପ ଅଭିଯୋଗ, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା ମାରିଲେ ୱାର୍ଡମେମ୍ବର

ବସ୍ତା(ବଡ଼ ଖବର ବ୍ୟୁରୋ): ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା ମାରି ଅଟକ । ୱାର୍ଡମେମ୍ବରମାନଙ୍କ ଭତ୍ତା ଟଙ୍କା ହଡପ ଅଭିଯୋଗରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ରାତି ସାରା ତାଲା ମାରି ଅଟକ ରଖିଛନ୍ତି ୱାର୍ଡ ମେମ୍ବର ମାନେ । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ମଥାନୀ ପଞ୍ଚାୟତରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମଥାନୀ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାଗବତ ବିଶ୍ବାଳକୁ ତାଲା ମାରି ଅଟକ ରଖିଛନ୍ତି ୱାର୍ଡମେମ୍ବରମାନେ । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି । ସୂଚନା ଅନୁଯାୟୀ ମଥାନୀ ପଞ୍ଚାୟତର ୱାର୍ଡମେମ୍ବରମାନେ ଦୀର୍ଘ ୭ ମାସର ଭତ୍ତା ଜାଗାରେ ମାତ୍ର ୫ ମାସର ଭତ୍ତା ଦେଇ ଅବଶିଷ୍ଟ ୨ ମାସର ଭତ୍ତା ଟଙ୍କା ନଦେବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ।

ଯାହାକୁ ନେଇ ୱାର୍ଡ ମେମ୍ବର ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ପାଟିତୁଣ୍ତ ହୋଇଥିଲା । ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାଗବତ ବିଶ୍ବାଳ ଚଞ୍ଚକତା କରି ଟଙ୍କା ହଡପ କରିଥିବା ଅଭିଯୋଗ କରି ତୁରନ୍ତ ଭତ୍ତା ପ୍ରଦାନ ଦାବିରେ ୱାର୍ଡମେମ୍ବରମାନେ ଗତକାଲି ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାଗବତଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ମାରି ଅଟକ ରଖିଛନ୍ତି । ଏନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସରପଞ୍ଚଙ୍କ ଷ୍ଟ୍ରାଇକ ପାଇଁ ମିଟିଂ ହୋଇ ନଥିବାରୁ ୱ୍ବାର୍ଡମେମ୍ବରମାନଙ୍କ ଭତ୍ତା ଦିଆଯିବ ନାହିଁ ବୋଲି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ