Masthead

ନୂଆ ବସ୍‌ ଷ୍ଟାଣ୍ଡକୁ ବିରୋଧ କରି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି(ବଡ଼ ଖବର ବ୍ୟୁରୋ): ନୂଆ ବସଷ୍ଟାଣ୍ଡ ନିର୍ମାଣକୁ ବିରୋଧ କରି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ । କଣ୍ଟାବାଞ୍ଜି ନଗର କମିଟି ଓ ସମଲେଶ୍ୱରୀ ମାର୍କେଟ କମ୍ପ୍ଲେ କ୍ସ ପକ୍ଷରୁ ବନ୍ଦ ପାଳନ । ନୂଆ ବସ୍‌ଷ୍ଟାଣ୍ଡକୁ ବିରୋଧ ସହ ପୁରୁଣା ବସଷ୍ଟାଣ୍ଡକୁ ଆଧୁନିକୀକରଣ ଦାବି ପ୍ରତିବାଦରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ କଣ୍ଟାବାଞ୍ଜି ବନ୍ଦ । ନୂଆ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେଲେ ପୁରୁଣା ବସଷ୍ଟାଣ୍ଡର ବ୍ୟବସାୟୀ ଓ କୁଲି ମଜୁରୀଆଙ୍କ ଜୀବନ ଜୀବିକା ହରାଇବେ ଓ ଯାତ୍ରୀମାନେ ହଇରାଣ ହେବେ ବୋଲି କୁହାଯାଇଛି ।

ସେପଟେ କଣ୍ଟାବାଞ୍ଜି ସହର ବାହାରେ ନୂଆ ବସଷ୍ଟାଣ୍ଡ ତିଆରି କରାଯାଉଛି । ଯାହାଫଳରେ ସହରର ଅଭ୍ୟନ୍ତରୀଣ ଟ୍ରାଫିକ ସମସ୍ୟା ଦୂର ହେବା ସହ ଯାତ୍ରୀ ଆଧୁନିକ ସୁବିଧା ପାଇ ପାରିବା ଲକ୍ଷରେ ରାଜ୍ୟସରକାର ନୂଆ ବସଷ୍ଟାଣ୍ଡ ତିଆରି କରାଯାଉଥିବା ଜଣାପଡିଛି । ତେବେ ପୁରୁଣା ବସଷ୍ଟାଣ୍ଡର କମ୍ପ୍ଲେକ୍ସର ବ୍ୟବସାୟୀ ନିଜ ଜୀବିକା ହରାଇବା ନେଇ ଆଜି କଣ୍ଟାବାଞ୍ଜି ବନ୍ଦ କରାଯାଇଛି । ଶିକ୍ଷାନୁଷ୍ଠାନ ଓ ଜରୁରୀ ସେବାକୁ ଛାଡି ଆଉ ସବୁ ବନ୍ଦ ରହିଛି । ଯାନବାହନ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି । ବନ୍ଦ ଯୋଗୁଁ ସାଧାରଣ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ