Masthead

ନୂଆ ବସ୍‌ ଷ୍ଟାଣ୍ଡକୁ ବିରୋଧ କରି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି(ବଡ଼ ଖବର ବ୍ୟୁରୋ): ନୂଆ ବସଷ୍ଟାଣ୍ଡ ନିର୍ମାଣକୁ ବିରୋଧ କରି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ । କଣ୍ଟାବାଞ୍ଜି ନଗର କମିଟି ଓ ସମଲେଶ୍ୱରୀ ମାର୍କେଟ କମ୍ପ୍ଲେ କ୍ସ ପକ୍ଷରୁ ବନ୍ଦ ପାଳନ । ନୂଆ ବସ୍‌ଷ୍ଟାଣ୍ଡକୁ ବିରୋଧ ସହ ପୁରୁଣା ବସଷ୍ଟାଣ୍ଡକୁ ଆଧୁନିକୀକରଣ ଦାବି ପ୍ରତିବାଦରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ କଣ୍ଟାବାଞ୍ଜି ବନ୍ଦ । ନୂଆ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେଲେ ପୁରୁଣା ବସଷ୍ଟାଣ୍ଡର ବ୍ୟବସାୟୀ ଓ କୁଲି ମଜୁରୀଆଙ୍କ ଜୀବନ ଜୀବିକା ହରାଇବେ ଓ ଯାତ୍ରୀମାନେ ହଇରାଣ ହେବେ ବୋଲି କୁହାଯାଇଛି ।

ସେପଟେ କଣ୍ଟାବାଞ୍ଜି ସହର ବାହାରେ ନୂଆ ବସଷ୍ଟାଣ୍ଡ ତିଆରି କରାଯାଉଛି । ଯାହାଫଳରେ ସହରର ଅଭ୍ୟନ୍ତରୀଣ ଟ୍ରାଫିକ ସମସ୍ୟା ଦୂର ହେବା ସହ ଯାତ୍ରୀ ଆଧୁନିକ ସୁବିଧା ପାଇ ପାରିବା ଲକ୍ଷରେ ରାଜ୍ୟସରକାର ନୂଆ ବସଷ୍ଟାଣ୍ଡ ତିଆରି କରାଯାଉଥିବା ଜଣାପଡିଛି । ତେବେ ପୁରୁଣା ବସଷ୍ଟାଣ୍ଡର କମ୍ପ୍ଲେକ୍ସର ବ୍ୟବସାୟୀ ନିଜ ଜୀବିକା ହରାଇବା ନେଇ ଆଜି କଣ୍ଟାବାଞ୍ଜି ବନ୍ଦ କରାଯାଇଛି । ଶିକ୍ଷାନୁଷ୍ଠାନ ଓ ଜରୁରୀ ସେବାକୁ ଛାଡି ଆଉ ସବୁ ବନ୍ଦ ରହିଛି । ଯାନବାହନ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି । ବନ୍ଦ ଯୋଗୁଁ ସାଧାରଣ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼