Masthead

ବିରୋଧ କାମ ଦେଲାନି, ଦାମଙ୍କ ପରିବାରକୁ ଟିକେଟ

ପାରାଦୀପ (ବଡ଼ ଖବର ବ୍ୟୁରୋ): ପ୍ରକାଶ ପାଇଛି ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ପାରାଦୀପ ନିର୍ବାଚନମଣ୍ଡଳିର ବିଧାୟକ ପ୍ରାର୍ଥୀ ଭାବରେ ଗୀତାଞ୍ଜଳି ରାଉତରାୟଙ୍କ ନାମ ଘୋଷଣା ପରେ କର୍ମୀ ଓ ଶୁଭେଛୁଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ପାରାଦୀପ ନୂଆବଜ଼ାର ଠାରେ ରହିଥିବା ବିଜୁ ମେମୋରିଆଲ ଟ୍ରଷ୍ଟ ପରିସରରେ କର୍ମୀମାନେ ପରସ୍ପରକୁ ମିଠା ଖୁଆଇ ବାଣ ଫୁଟାଇ ସେଲିବ୍ରେସନ କରିଛନ୍ତି । କିଛିଦିନ ଧରି ପାରାଦୀପ ନିର୍ବାଚନମଣ୍ଡଳିରେ ବିଧାୟକ ପ୍ରାର୍ଥୀଙ୍କୁ ନେଇ ଚାଲିଥିବା ବାଦ ବିବାଦର ଅନ୍ତ ଘଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତିକୁ ସମସ୍ତ ଦଳୀୟ କର୍ମୀ ସ୍ବାଗତ କରିବେ।

ବିଜେଡି ହେଉଛି ଭାରତର ଏକମାତ୍ର ଆଞ୍ଚଳିକ ଦଳ ଯିଏ ଦିର୍ଘ ୨୬ ବର୍ଷ ହେଲା ଲୋକଙ୍କ ହୃଦୟରେ ରହିଛି । ବିଧାୟକ ପ୍ରାର୍ଥୀ ଭାବରେ ଗୀତାଞ୍ଜଳି ରାଉତରାୟଙ୍କୁ ପ୍ରାର୍ଥୀ ଘୋଷଣା ପରେ ଯେଉଁ କନ୍ଦଳ ସୃଷ୍ଟି ହୋଇଥିଲା ତାହାକୁ ସମସ୍ତ କର୍ମୀ ଭୁଲିଯିବା ସହିତ ଆଗାମୀ ଦିନରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ଓ ପାରାଦୀପ ନିର୍ବାଚନମଣ୍ଡଳିର ବିଧାୟକ ଭାବରେ ଗୀତାଞ୍ଜଳି ରାଉତରାୟଙ୍କୁ ସମସ୍ତ ଦଳୀୟ କର୍ମୀ ବିଜୟୀ କରାଇବେ ବୋଲି କର୍ମୀ ମାନେ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ