Masthead

ଝାରସୁଗୁଡ଼ାରେ ବିଜେପିର ନାରୀ ଶକ୍ତି ବନ୍ଦନା ଶୋଭାଯାତ୍ରା

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ଝାରସୁଗୁଡ଼ାରେ ବିଜେପିର ନାରୀ ଶକ୍ତି ବନ୍ଦନା ଶୋଭାଯାତ୍ରା । ହଜାର ହଜାର ମହିଳାଙ୍କୁ ନେଇ ଦମ ଦେଖାଇଲା ବିଜେପି । ନାରୀ ଶକ୍ତି ବନ୍ଦନା ରାଲି ପୁରୁଣା ବସଷ୍ଟାଣ୍ଡରୁ ବାହାରି ଝାରସୁଗୁଡ଼ା ଟାଉନ ହୋଇ ସତସଙ୍ଗ ଭବନ ପର୍ଯ୍ୟନ୍ତ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ହଜାର ହଜାର ମହିଳା ସାମିଲ ହୋଇ ଭାରତୀୟ ଜନତା ପାର୍ଟିକୁ ଜିତାଇବାର ସକଳ୍ପ ନେଇ ଥିଲେ ।

ଗତ ୧୫ ବର୍ଷ ଧରି ଝାରସୁଗୁଡାରେ ଯେଉଁମାନେ ଲୋକଙ୍କ ଭୋଟ ପାଇ ପ୍ରତିନିଧିତ୍ବ କଲେ ଆଜି ସେମାନଙ୍କୁ ପ୍ରଶ୍ନ କରିବାର ସମୟ ଆସିଛି । ବିକାଶର ଦ୍ୱାହି ଦେଇ କେବଳ କ୍ଷମତାରେ ରହି ଝାରସୁଗୁଡାରେ ବିକାଶ ନାଁରେ ବିନାଶ କରିଥିବା ଲୋକଙ୍କୁ ଆଜି ଲୋକେ ପ୍ରତ୍ୟାଖ୍ୟାନ କରନ୍ତୁ । ଘରେ ଘରେ ପାଣି ପହଂଚି ପାରିନାହିଁ । ସରକାରୀ କଲେଜ ହେଲା ନାହିଁ । ଶିଳ୍ପ ସଂସ୍ଥାରେ ସ୍ଥାନୀୟ ନିଯୁକ୍ତି ନାହିଁ । ନିଜେ ବେପାରରେ ମାତି ଲୋକଙ୍କୁ ଦୁଃଖରେ ବୁଡାଇ ରଖିଲେ ।

ସେଭଳି ଜନ ପ୍ରତିନିଧି ଝାରସୁଗୁଡାବାସୀଙ୍କ ସ୍ବପ୍ନ ପୂରଣ କରି ପାରିବେ ନାହିଁ । ଏଥର କେନ୍ଦ୍ରରେ ପୁଣିଥରେ ମୋଦି ସରକାର ଆଉ ରାଜ୍ୟରେ ଡବଲ ଇଂଜିନ ସରକାର ହିଁ ବିକଳ୍ପ ବୋଲି କହିଛନ୍ତି ଝାରସୁଗୁଡା ବିଜେପି ପ୍ରାର୍ଥୀ ଟଂକଧର ତ୍ରିପାଠୀ କହିଛନ୍ତି। ଝାରସୁଗୁଡା ପୌରାଂଚଳର ସତସଙ୍ଗ ଭବନ ଠାରେ ଆୟୋଜିତ ନାରୀ ଶକ୍ତି ବନ୍ଦନା କାର୍ଯ୍ୟକ୍ରମରେ ଟଙ୍କଧର ତ୍ରିପାଠୀ ରାଜ୍ୟ ସରକାରର ଜନ ବିରୋଧୀ ନୀତି ଓ କାର୍ଯ୍ୟକୁ ସମାଲୋଚନା କରିବା ସହ ବିଜେପି ହିଁ ଦେଶ ତଥା ରାଜ୍ୟରେ ସୁଶାସନ ଦେଇ ପାରିବ ବୋଲି କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି