ଝାରସୁଗୁଡ଼ାରେ ବିଜେପିର ନାରୀ ଶକ୍ତି ବନ୍ଦନା ଶୋଭାଯାତ୍ରା

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ଝାରସୁଗୁଡ଼ାରେ ବିଜେପିର ନାରୀ ଶକ୍ତି ବନ୍ଦନା ଶୋଭାଯାତ୍ରା । ହଜାର ହଜାର ମହିଳାଙ୍କୁ ନେଇ ଦମ ଦେଖାଇଲା ବିଜେପି । ନାରୀ ଶକ୍ତି ବନ୍ଦନା ରାଲି ପୁରୁଣା ବସଷ୍ଟାଣ୍ଡରୁ ବାହାରି ଝାରସୁଗୁଡ଼ା ଟାଉନ ହୋଇ ସତସଙ୍ଗ ଭବନ ପର୍ଯ୍ୟନ୍ତ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ହଜାର ହଜାର ମହିଳା ସାମିଲ ହୋଇ ଭାରତୀୟ ଜନତା ପାର୍ଟିକୁ ଜିତାଇବାର ସକଳ୍ପ ନେଇ ଥିଲେ ।

ଗତ ୧୫ ବର୍ଷ ଧରି ଝାରସୁଗୁଡାରେ ଯେଉଁମାନେ ଲୋକଙ୍କ ଭୋଟ ପାଇ ପ୍ରତିନିଧିତ୍ବ କଲେ ଆଜି ସେମାନଙ୍କୁ ପ୍ରଶ୍ନ କରିବାର ସମୟ ଆସିଛି । ବିକାଶର ଦ୍ୱାହି ଦେଇ କେବଳ କ୍ଷମତାରେ ରହି ଝାରସୁଗୁଡାରେ ବିକାଶ ନାଁରେ ବିନାଶ କରିଥିବା ଲୋକଙ୍କୁ ଆଜି ଲୋକେ ପ୍ରତ୍ୟାଖ୍ୟାନ କରନ୍ତୁ । ଘରେ ଘରେ ପାଣି ପହଂଚି ପାରିନାହିଁ । ସରକାରୀ କଲେଜ ହେଲା ନାହିଁ । ଶିଳ୍ପ ସଂସ୍ଥାରେ ସ୍ଥାନୀୟ ନିଯୁକ୍ତି ନାହିଁ । ନିଜେ ବେପାରରେ ମାତି ଲୋକଙ୍କୁ ଦୁଃଖରେ ବୁଡାଇ ରଖିଲେ ।

ସେଭଳି ଜନ ପ୍ରତିନିଧି ଝାରସୁଗୁଡାବାସୀଙ୍କ ସ୍ବପ୍ନ ପୂରଣ କରି ପାରିବେ ନାହିଁ । ଏଥର କେନ୍ଦ୍ରରେ ପୁଣିଥରେ ମୋଦି ସରକାର ଆଉ ରାଜ୍ୟରେ ଡବଲ ଇଂଜିନ ସରକାର ହିଁ ବିକଳ୍ପ ବୋଲି କହିଛନ୍ତି ଝାରସୁଗୁଡା ବିଜେପି ପ୍ରାର୍ଥୀ ଟଂକଧର ତ୍ରିପାଠୀ କହିଛନ୍ତି। ଝାରସୁଗୁଡା ପୌରାଂଚଳର ସତସଙ୍ଗ ଭବନ ଠାରେ ଆୟୋଜିତ ନାରୀ ଶକ୍ତି ବନ୍ଦନା କାର୍ଯ୍ୟକ୍ରମରେ ଟଙ୍କଧର ତ୍ରିପାଠୀ ରାଜ୍ୟ ସରକାରର ଜନ ବିରୋଧୀ ନୀତି ଓ କାର୍ଯ୍ୟକୁ ସମାଲୋଚନା କରିବା ସହ ବିଜେପି ହିଁ ଦେଶ ତଥା ରାଜ୍ୟରେ ସୁଶାସନ ଦେଇ ପାରିବ ବୋଲି କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ