Masthead

ରଖେ ହରି ତ ମାରେ କିଏ, ମୃତ୍ୟୁ ମୁଖରୁ ବର୍ତ୍ତିଲେ ଦୁଇ ମହିଳା

ବଡ଼ବିଲ (ବଡ଼ ଖବର ବ୍ୟୁରୋ): ରଖେ ହରି, ତ ମାରେ କିଏ ? ଯଦି ଭଗବାନ ପ୍ରାଣୀକୁ ରକ୍ଷା କରିବାକୁ ଚାହିଁବେ, ତେବେ କୌଣସି ଶକ୍ତି ସେହି ପ୍ରାଣୀର ଜୀବନ ନେଇପାରିବ ନାହିଁ। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କେନ୍ଦୁଝରରେ । ସଡ଼କ ଦୁର୍ଘଟଣାରୁ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ ଦୁଇ ମହିଳା ଶ୍ରମିକ । କେନ୍ଦୁଝର ଜିଲ୍ଲା ବଡ଼ବିଲ ସହର ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ନିକଟରେ ଗୁରୁବାର ହୋଇଛି ଏପରି ଅଘଟଣ । ଏହି ଘଟଣାର ଆଶ୍ଚର୍ୟ୍ୟଜନକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯାହା ଆଖିକୁ ବିଶ୍ୱାସ ନ ହେଲେ ମଧ୍ୟ ସତ। ମାତ୍ର କେଇ ସେକେଣ୍ଡ ମଧ୍ୟରେ ସିଧାସଳଖ ମୃତ୍ୟୁ ମୁଖରୁ ଦୁଇ ଜଣ ମହିଳା କିପରି ବଞ୍ଚିଯାଉଛନ୍ତି ।

ଦୁଇଜଣ ମହିଳା ଶ୍ରମିକ ଏହି ରାସ୍ତା ଅତିକ୍ରମ କରୁଛନ୍ତି । କିଛି ସମୟ ପରେ ଉଭୟ ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ । ହଠାତ୍ ରାସ୍ତାରେ ଯାଉଥିବା ଏକ ହାଇୱା ଟ୍ରକ୍ ଦୃତ ଗତିରେ ତାଙ୍କ ଉପରକୁ ମାଡ଼ି ଆସିଲା । କେହି କିଛି ବୁଝିବା ପୂର୍ବରୁ ହାଇୱା ସେମାନଙ୍କୁ ଧକ୍କା ଦେଇଥିଲା । ଏଥିରେ ଜଣେ ମହିଳା ବାମ ପଟକୁ ଛିଟିକି ପଡ଼ିଥିବା ବେଳେ, ଅନ୍ୟ ମହିଳା ଜଣକ ଗାଡ଼ିର ଠିକ୍ ମଝିରେ ପଡ଼ିଯାଥିଲେ । ଗାଡ଼ିଟି ଚାଲିଗଲା ପରେ ଉଭୟ କିପରି ରାସ୍ତାରୁ ଉଠୁଛନ୍ତି । ସୌଭାଗ୍ୟ ବଶତଃ ଏଭଳି ଭୟଙ୍କର ଦୁର୍ଘଟଣାରୁ ଉଭୟ ମୃତ୍ୟୁ ମୁଖରୁ ବଞ୍ଚିଯିବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ଯାହାକୁ ଭଗବାନଙ୍କ ଆଶୀର୍ବାଦ କହିଲେ ଭୂଲ୍ ହେବାନାହିଁ । ଏହି ଦୁଇ ମହିଳା ଶ୍ରମିକ ପାଖରେ ଥିବା ଏକ ‘ଶୋ’ ରୁମରେ ଝାଡୁ ପୋଛା କାମକରନ୍ତି । ଏମାନେ ହେଲେ, ଠାକୁରାଣୀ ଅଞ୍ଚଳର ଫୁଲମତି କେରକେଟା ଓ ଦାମୁ ହଟିଂ ର ମମତା ପାତ୍ର । ଫୁଲମତିଙ୍କ ଅଣ୍ଟା ପିଠି ଓ ପଞ୍ଜରାରେ ମାଡ଼ ହୋଇଥିଲା ବେଳେ, ମମତା ମଧ୍ୟ ଆହତ ହୋଇଛନ୍ତି । ଘଟଣାରେ ପୋଲିସ୍ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି