Masthead

ମାହାଙ୍ଗାରେ ମିଛ ମିଶ୍ରଣ ପର୍ବ

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ରାଜନୀତିରେ କିଏ ସତ କହୁଛି ଆଉ କିଏ ମିଛ । ଏ ଦଳରୁ ସେ ଦଳ, କିଏ କେମିତି ଡେଇଁ ପାରୁଛି ସେକଥାକୁ ନେଇ ଚର୍ଚ୍ଚା ଥମିବାର ନାଆଁ ଧରୁନି । ବିଧାୟକ ନିଜ ଘରକୁ ଦଳୀୟ କର୍ମୀଙ୍କ ଦ୍ୱାରା ଭୋଟରଙ୍କୁ ଡାକି ସେମାନଙ୍କ ବେକରେ ସାଗୁଆ ଗାମୁଛା ପକାଇ ଗଡ଼ ଜିଣିଲା ଭଳି ବେଶ ଆତ୍ମ ବିଭୋର ହୋଇପଡୁଛନ୍ତି । ଏଭଳି ମିଛ ମିଶ୍ରଣକୁ ନେଇ ଉଠୁଛି ପଡୁଛି ମାହାଙ୍ଗା । ମାହାଙ୍ଗା ନିର୍ବାଚନମଣ୍ଡଳିରେ ଶାସକ ବିଜୁ ଜନତା ଦଳରେ ମିଛ ମିଶ୍ରଣ ପର୍ବକୁ ନେଇ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି । ନିଜ ଦଳର ସମର୍ଥକ ମାନଙ୍କ ବେକରେ ଗାମୁଛା ପକାଇ ସେମାନଙ୍କୁ ବିଜେପି ଓ କଂଗ୍ରେସ ଦଳରୁ ଆସିଥିବା କହି ମିଡ଼ିଆକୁ ବୟାନ ଦିଆ ଯାଉଛି ।

କୁଆଡେ ବିଜେଡି ଶକ୍ତିଶାଳୀ ହେଉଥିବାର ଡିଣ୍ଡିମ ପିଟୁଛନ୍ତି ନେତା ଓ ତାଙ୍କ ଅନୁଗତ । ଅଧିକାଂଶ ବିରୋଧୀ ଦଳ ସମର୍ଥିତ ସରପଞ୍ଚ, ନୋମିନି ଏବଂ ୱାର୍ଡ ମେମ୍ବରଙ୍କୁ ଭୟଭୀତ ଏବଂ ଅସୁବିଧାରେ ପକେଇ ନିଜ ଦଳକୁ ଆଣିବା ଧାରା ଜାରି ରହିଛି । ସେହି କ୍ରମରେ ପୋଡାମରାଇ ପଞ୍ଚାୟତରେ କିପରି ମିଛ ମିଶ୍ରଣ ପର୍ବ କରିଛି ବିଜେଡି । ଯାହାର ପୁରୋଧା ସାଜିଛନ୍ତି ବିଧାୟକ ପ୍ରତାପ ଜେନା । ତାଙ୍କ ଅଳିଯୋଡ଼ା ଘରକୁ ଆସି ଜଣେ ୱାର୍ଡମେମ୍ବର ବିଜେଡିରେ ମିଶିବା ଘଟଣା ଗଣମାଧ୍ୟମରେ ପ୍ରସାରଣ ହେଲା । ଆଶ୍ଚର୍ଯ୍ୟର କଥା ମିଶ୍ରଣ ପର୍ବକୁ ୨୪ ଘଣ୍ଟା ନପୂରୁଣୁ ଜଣେ ୱାର୍ଡସଭ୍ୟ ବିସ୍ଫୋରକ ପ୍ରତିକ୍ରିୟା ଦେଇଛନ୍ତି ।

ତାଙ୍କୁ କୁଆଡେ ମିଛ କହି ସାଙ୍ଗରେ ଡାକିଆଣି ତାଙ୍କ ଅନିଚ୍ଛା ସତ୍ୱେ ସେହି ୱାର୍ଡମେମ୍ବରଙ୍କ ବେକରେ ବିଧାୟକ ପ୍ରତାପ ଜେନା ନୀଳ ଗାମୁଛା ପକେଇଥିଲେ । ବିଧାୟକ ଏହି ୱାର୍ଡମେମ୍ବରଙ୍କ ପିଠି ଥାପୁଡ଼େଇ ତାଙ୍କୁ ବିଜେଡିରେ ମିଶାଗଲା ବୋଲି ଗଣମାଧ୍ୟମକୁ କହିଲେ । ମାତ୍ର ସୁଶାନ୍ତ ପ୍ରଧାନ ନାମକ ଏହି ଯୁବକ ଜଣକ ନିଜ ଘରକୁ ଫେରି ବେକରୁ ଗାମୁଛା ଖୋଲି ଆଜିଠୁ ବିଜେଡି ଛାଡ଼ିଲି । ମୋ ଇଛା ବିରୁଦ୍ଧରେ ମୋତେ ଦଳରେ ମିଶାଯିବା ଘଟଣାର ଅସଲ ଗୁମର ଖୋଲିଛନ୍ତି ଏହି ୱାର୍ଡ ମେମ୍ବର ଜଣକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ