Masthead

ମାହାଙ୍ଗାରେ ମିଛ ମିଶ୍ରଣ ପର୍ବ

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ରାଜନୀତିରେ କିଏ ସତ କହୁଛି ଆଉ କିଏ ମିଛ । ଏ ଦଳରୁ ସେ ଦଳ, କିଏ କେମିତି ଡେଇଁ ପାରୁଛି ସେକଥାକୁ ନେଇ ଚର୍ଚ୍ଚା ଥମିବାର ନାଆଁ ଧରୁନି । ବିଧାୟକ ନିଜ ଘରକୁ ଦଳୀୟ କର୍ମୀଙ୍କ ଦ୍ୱାରା ଭୋଟରଙ୍କୁ ଡାକି ସେମାନଙ୍କ ବେକରେ ସାଗୁଆ ଗାମୁଛା ପକାଇ ଗଡ଼ ଜିଣିଲା ଭଳି ବେଶ ଆତ୍ମ ବିଭୋର ହୋଇପଡୁଛନ୍ତି । ଏଭଳି ମିଛ ମିଶ୍ରଣକୁ ନେଇ ଉଠୁଛି ପଡୁଛି ମାହାଙ୍ଗା । ମାହାଙ୍ଗା ନିର୍ବାଚନମଣ୍ଡଳିରେ ଶାସକ ବିଜୁ ଜନତା ଦଳରେ ମିଛ ମିଶ୍ରଣ ପର୍ବକୁ ନେଇ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି । ନିଜ ଦଳର ସମର୍ଥକ ମାନଙ୍କ ବେକରେ ଗାମୁଛା ପକାଇ ସେମାନଙ୍କୁ ବିଜେପି ଓ କଂଗ୍ରେସ ଦଳରୁ ଆସିଥିବା କହି ମିଡ଼ିଆକୁ ବୟାନ ଦିଆ ଯାଉଛି ।

କୁଆଡେ ବିଜେଡି ଶକ୍ତିଶାଳୀ ହେଉଥିବାର ଡିଣ୍ଡିମ ପିଟୁଛନ୍ତି ନେତା ଓ ତାଙ୍କ ଅନୁଗତ । ଅଧିକାଂଶ ବିରୋଧୀ ଦଳ ସମର୍ଥିତ ସରପଞ୍ଚ, ନୋମିନି ଏବଂ ୱାର୍ଡ ମେମ୍ବରଙ୍କୁ ଭୟଭୀତ ଏବଂ ଅସୁବିଧାରେ ପକେଇ ନିଜ ଦଳକୁ ଆଣିବା ଧାରା ଜାରି ରହିଛି । ସେହି କ୍ରମରେ ପୋଡାମରାଇ ପଞ୍ଚାୟତରେ କିପରି ମିଛ ମିଶ୍ରଣ ପର୍ବ କରିଛି ବିଜେଡି । ଯାହାର ପୁରୋଧା ସାଜିଛନ୍ତି ବିଧାୟକ ପ୍ରତାପ ଜେନା । ତାଙ୍କ ଅଳିଯୋଡ଼ା ଘରକୁ ଆସି ଜଣେ ୱାର୍ଡମେମ୍ବର ବିଜେଡିରେ ମିଶିବା ଘଟଣା ଗଣମାଧ୍ୟମରେ ପ୍ରସାରଣ ହେଲା । ଆଶ୍ଚର୍ଯ୍ୟର କଥା ମିଶ୍ରଣ ପର୍ବକୁ ୨୪ ଘଣ୍ଟା ନପୂରୁଣୁ ଜଣେ ୱାର୍ଡସଭ୍ୟ ବିସ୍ଫୋରକ ପ୍ରତିକ୍ରିୟା ଦେଇଛନ୍ତି ।

ତାଙ୍କୁ କୁଆଡେ ମିଛ କହି ସାଙ୍ଗରେ ଡାକିଆଣି ତାଙ୍କ ଅନିଚ୍ଛା ସତ୍ୱେ ସେହି ୱାର୍ଡମେମ୍ବରଙ୍କ ବେକରେ ବିଧାୟକ ପ୍ରତାପ ଜେନା ନୀଳ ଗାମୁଛା ପକେଇଥିଲେ । ବିଧାୟକ ଏହି ୱାର୍ଡମେମ୍ବରଙ୍କ ପିଠି ଥାପୁଡ଼େଇ ତାଙ୍କୁ ବିଜେଡିରେ ମିଶାଗଲା ବୋଲି ଗଣମାଧ୍ୟମକୁ କହିଲେ । ମାତ୍ର ସୁଶାନ୍ତ ପ୍ରଧାନ ନାମକ ଏହି ଯୁବକ ଜଣକ ନିଜ ଘରକୁ ଫେରି ବେକରୁ ଗାମୁଛା ଖୋଲି ଆଜିଠୁ ବିଜେଡି ଛାଡ଼ିଲି । ମୋ ଇଛା ବିରୁଦ୍ଧରେ ମୋତେ ଦଳରେ ମିଶାଯିବା ଘଟଣାର ଅସଲ ଗୁମର ଖୋଲିଛନ୍ତି ଏହି ୱାର୍ଡ ମେମ୍ବର ଜଣକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ