Masthead

ଠେଙ୍ଗା ଧରି ଗାଁ ମୁଣ୍ଡ ଜଗିିଲେଣି ମହିଳା

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ଲୋକେ ସଚେତନ ହେଲେଣି । ନିର୍ବାଚନ ବେଳେ ନେତାଙ୍କ ପକ୍ଷରୁ ମିଥ୍ୟା ପ୍ରତିଶ୍ରୁତିକୁ ଆଉ ବିଶ୍ୱାସକୁ ନିଆ ଯିବନି । ହାତୀ ଦେବୁ ଘୋଡା ଦେବୁ, ସବୁ କଥା ବୁଝିବୁ, ଏଭଳି ମିଠା ପ୍ରତିଶ୍ରୁତି ଦେଇ ଆଉ ଭୋଟ ନେବା ସମ୍ଭବ ନୁହେଁ ବୋଲି ସେମାନେ ବୁଝି ସାରିଲେଣି । ସ୍ୱାଧୀନତାର ୭୫ ବର୍ଷ ପରେ ସେମାନଙ୍କ ଗାଁ କୁ ନାଁ ଅଛି ପକ୍କା ରାସ୍ତା, ନା ସେମାନଙ୍କୁ ମିଳୁଛି ପିଇବା ପାଇଁ ପାଇପ ପାଣି । ଏହାର ପ୍ରତିବାଦରେ ଏଥର ଭୋଟ ବର୍ଜ୍ଜନ ପାଇଁ ଚେତାବନୀ ଦେଇଛନ୍ତି ଛୋଟିଆ ଗାଁର ସଚେତନ ମହିଳା । କେବଳ ସେତିକି ନୁହେଁ ସେମାନଙ୍କ ଗାଁ ଭିତରକୁ କୌଣସି ନେତାଙ୍କୁ ପ୍ରଚାର ପାଇଁ ପ୍ରବେଶ ମନା ବୋଲି ବ୍ୟାନର ମାରି ସତର୍କ କରେଇ ଦେବାକୁ ସେମାନେ ଭୁଲି ନାହାନ୍ତି । ଏହି ଘଟଣା ହେଉଛି ବହୁ ଚର୍ଚ୍ଚିତ ମାହାଙ୍ଗା ନିର୍ବାଚନମଣ୍ଡଳିର ।

ଯେଉଁଠୁ ୩ ଥର ନିର୍ବାଚିତ ହୋଇଛନ୍ତି ବିଧାୟକ ପ୍ରତାପ ଜେନା । ପ୍ରତାପ ନବୀନ ବାବୁଙ୍କ ମନ୍ତ୍ରୀ ମଣ୍ଡଳରେ ଗ୍ରାମ୍ୟ ଉନ୍ନୟନ ଏବଂ ପାନୀୟ ଜଳ ଯୋଗାଣ ବିଭାଗର ମନ୍ତ୍ରୀ ବି ଥିଲେ । ଆଶ୍ଚର୍ୟ୍ୟର କଥା ଏହି ନିର୍ବାଚନମଣ୍ଡଳିର ବ୍ଲକ ସଦର ମହକୁମା ଶ୍ରୀକୃଷ୍ଣପୁର ପଞ୍ଚାୟତ ସବୁ କ୍ଷେତ୍ରରେ ଅବହେଳିତ । ଅଡମ ମହେଶପୁର ରାଜସ୍ବ ଗ୍ରାମର ଏକ ପଡା ଗାଁ ହେଉଛି ଚଡେଇ ପୁଟିଆ ଗାଁ । ଦେଶ ସ୍ୱାଧୀନ ହୋଇଛି ସତ ଏମାନେ ଆଜିବି ପରାଧୀନ । ବିକାଶ କଣ ଏମାନେ ଜାଣନ୍ତିନାହିଁ । ଗାଁର ୧,୨, ଏବଂ ୫ ନମ୍ବର ୱାର୍ଡରେ ପିଇବା ପାଣି ମୁନ୍ଦେ ପହଂଚି ପାରିଲାନାହିଁ । ଆଇରନ ପାଣି ବାହାରୁଚି ନଳ କୂଅରୁ । ଗାଡ଼ିଆ ପୋଖରୀ ପାଣି ଉପରେ ନିର୍ଭର କରନ୍ତି ଲୋକେ । ମାଟି ରାସ୍ତାରେ ଏମାନେ ଆଜିବି ଚାଲୁଛନ୍ତି ।

କୁଆଁପାଳ ଠାରୁ ଚଡେଇ ପୁଟିଆ ଦଳିତ ବସ୍ତି ଏବଂ ଚଡେଇ ପୁଟିଆରୁ ମାଲିହତା ଦେଇ ଚାୟାଁପାଳ ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନଥିବାରୁ ଗାଁ ଭିତରକୁ କେବଳ ଟ୍ରଲି ଛଡା କୌଣସି ଗାଡି ଯାଇପାରୁନି । ବିପଦ ଆପଦରେ ଗାଁ ଭିତରେ ଆମ୍ବୁଲାନ୍ସ କିମ୍ବା ଫାଇଆର ଗାଡି ବି ପହଂଚେନି । ବାହା ପର୍ବରେ ଚାରି ଚକିଆ ଯାନ ଏମାନଙ୍କ ଗାଁ ଭିତରକୁ ଆସି ପାରେନି । ଅନେକ ଥର ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭକରି ବିଡ଼ିଓ, ଜିଲ୍ଲାପାଳ, ବିଧାୟକ, ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ପର୍ଯନ୍ତ ଗୋଟି ଗୋଟି କରି ସମସ୍ତଙ୍କୁ ଗୁହାରି କରିଛନ୍ତି ଏହି ଗାଁ ର ଲୋକେ । କିନ୍ତୁ ସେମାନଙ୍କୁ ନିରାଶ ହେବାକୁ ପଡିଛି । କୁହାଯାଉଛି ଦଳିତ ବସ୍ତିପାଇଁ ବିକାଶ ସାତ ସପନ । ଅର୍ଥାତ ଆପତ୍ତି ଅଭିଯୋଗ ବାବଦକୁ ଫଳ ଶୂନ ।

ସେଥିପାଇଁ ହାତରେ ଠେଙ୍ଗା ଧରି ଗାଁ ମୁଣ୍ଡ ଜଗିଲେଣି ମହିଳା ମାନେ । ତାଙ୍କ ସ୍ୱରରେ ସ୍ୱର ମିଳେଇଛନ୍ତି ସାରା ଗାଁ । ଶାସକ ଦଳ ବିରୁଦ୍ଧରେ ଜନ ଅସନ୍ତୋଷ ତେଜିବାରେ ଲାଗିଛି । ବାପ ପରେ ପୁଅ ଏଠୁ ଟିକେଟ ପାଇ ଭୋଟ ମାଗିବାକୁ ଆସିବେ । ଗଣତନ୍ତ୍ର ନାଁରେ ରାଜତନ୍ତ୍ର ଶାସନକୁ ବରଦାସ୍ତ କରାଯିବନି ବୋଲି ରୋକ ଠୋକ କହୁଛନ୍ତି ଜନତା । କହୁଛନ୍ତି ଏଥର ଆର ପାର ଲଢେଇ ହେବ । ଆମେ ସେମାନଙ୍କୁ ଗାଁକୁ ପୁରେଇ ଦେବୁନୁ । ମିଛ ବିକାଶ ନାଁରେ ଆଉ ଶାସକ ବିଜେଡି ପ୍ରାର୍ଥୀଙ୍କୁ ଯେ ବିଗତ ନିର୍ବାଚନ ଭଳି ଚଳିତ ନିର୍ବାଚନରେ ଆଶା ଜନକ ଭୋଟ ମିଳିବନି । ଯାହା ଚଡେଇ ପୁଟିଆର ଜନ ଆକ୍ରୋଶରୁ ବାରିହୋଇ ପଡୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ