ମା’ ହେଲା କୁମାତା

ପାଟଣାଗଡ଼,(ବଡ଼ ଖବର ବ୍ୟୁରୋ): ମା’ କେବେ କୁମାତା ହୋଇପାରେନା । ମା’ର ପଣତକାନି ଶ୍ରୀମନ୍ଦିର ନେତଠାରୁ ଆହୁରି ବଡ଼ । ଯେତେ ଦୁଃଖ ଆସୁ, କଷ୍ଟହେଉ ଜନ୍ମନେଇଥିବା ସନ୍ତାନକୁ ପଣତକାନିରେ ଘୋଡେଇ ରଖେ । ମାତ୍ର ଆମେ ଏପରି ଜଣେ ମା କଥା କହୁଛୁ, ଯିଏ ଜନ୍ମ ଦେଇଥିବା ଶିଶୁକନ୍ୟାକୁ କୋଳେଇ ନେବା ପରିବର୍ତ୍ତେ ଜଙ୍ଗଲରେ ଫୋପାଡ଼ି ଦେଇଛି । ତା ପାଇଁ ଅଲୋଡ଼ା ହୋଇଛି ନବଜାତ ଶିଶୁକନ୍ୟା । ଏଭଳି ଘଟଣା ଦେଖିବାକୁ ମିଳିଛି ସାଲେପାଲି ଗାଁ ନିକଟସ୍ଥ ଜଙ୍ଗଲରେ ।

ସୋମବାର ସକାଳୁ ପାଟଣାଗଡ଼ ବ୍ଲକ ସାଲେପାଲି ଗାଁ ନିକଟ ଜଙ୍ଗଲରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଗାଁ ଲୋକେ କନ୍ୟାଟିକୁ ଦେଖିବା ପରେ ସାଲେପାଲି ଗାଁର ଆଶାକର୍ମୀ ସୁଲୋଚନା ମେହେରଙ୍କୁ ଖବର ଦେଇଥିଲେ । ସୁଲୋଚନା ନବଜାତ ଶିଶୁକୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସା କରାଇଛନ୍ତି । ନବଜାତ ଶିଶୁଟି କାହାର ସ୍ପଷ୍ଟ ହୋଇନାହିଁ । କୁମାରୀ ମାତୃତ୍ୱ ଲାଗି ଏଭଳି ହୋଇଥିବା ଚର୍ଚ୍ଚା ହେଉଛି । ପୋଲିସ ଖବର ପାଇବା ପରେ ତଦନ୍ତ ଜାରି ରଖିଛି ।

ଆଜି ସକାଳେ ସାଲେପାଲି ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଶିଶୁର କାନ୍ଦ ଶୁଣିଥିଲେ କିଛି ଛେଳି ଚରାଳି । ପରେ ଆଶା କର୍ମୀଙ୍କୁ ଖବର ଦେଇଥିଲେ । ଆଶାକର୍ମୀ ତାଙ୍କ ସ୍ୱାମୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ନବଜାତ ଶିଶୁଟି ଦୟନୀୟ ହୋଇପଡିଥିବାର ଦେଖିଥିଲେ । ଛୁଆଟିର ଦେହସାରା ଜନ୍ଦା ପିମ୍ପୁଡି ଘେରିଯାଇଥିଲେ । ଗୁରୁତର ଶିଶୁକୁ ଘରକୁ ଆଣି କ୍ଷୀର ଖାଇବାକୁ ଦେଇଥିଲେ । ପରେ ପାଟଣାଗଡ଼ ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଛନ୍ତି । ବର୍ତ୍ତମାନ ଶିଶୁ କନ୍ୟାଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ସାଲେପାଲି ଗ୍ରାମର ଆଶାକର୍ମୀ ନବଜାତକକୁ ନିଜେ ଲାଳନପାଳନ କରିବା ସହ ନିଜ ଜନ୍ମିତ ଶିଶୁର ଅଧିକାର ଦେବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ବଲାଙ୍ଗୀର ଚାଇଲ୍ଡ ଲାଇନ ଶିଶୁର ଅବସ୍ଥା ଦେଖିଲା ପରେ ପୋଲିସକୁ ଜଣାଇ ସିଡବ୍ଲ୍ୟସିକୁ ହସ୍ତାନ୍ତର କରିବ । ପରେ ଆଇନ ଅନୁଯାୟୀ ଶିଶୁର ଲାଳନ ପାଳନ କରାଯିବ ବୋଲି ଚାଇଲ୍ଡ ଲାଇନ ସଦସ୍ୟା ମୀନାକ୍ଷୀ ପୁରୋହିତ ସ୍ପଷ୍ଟ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!