Masthead

‘ଓଡ଼ିଶାରେ ବଡ ପରିବର୍ତ୍ତନ ହେବାକୁ ଯାଉଛି’

ଝାରସୁଗୁଡା (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ମୋଦୀ ଲହର ବହୁଛି । ରାଜ୍ୟରେ ପରିବର୍ତ୍ତନ ଅବଶ୍ୟାମ୍ଭବୀ । ଆଜି ଝାରସୁଗୁଡା ରୋଡ ଶୋ’ରେ ଜନସମୁଦ୍ର ସେ ଦିଗରେ ବଡ ପରିଚୟ ଦେଉଛି ବୋଲି ରବିବାର ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଝାରସୁଗୁଡାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏଙ୍କ ସହ ବରଗଡ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ ଝାରସୁଗୁଡ଼ା ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ସମର୍ଥନରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ଦୀର୍ଘ ୨୫ ବର୍ଷ ଗୋଟିଏ ସରକାର କ୍ଷମତାରେ ପରେ ମଧ୍ୟ ବିଶୁଦ୍ଧ ପାନୀୟ ଜଳ ନାହିଁ । କୃଷି, ଜଳଚେସନରେ ଅବ୍ୟବସ୍ଥା ଦେଖାଯାଇଛି । ଯୁବକଙ୍କ ପାଇଁ ରୋଜଗାର ନାହିଁ । ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି । କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିବା ବେଳେ ମୋଦି ସରକାର ଏବେ ସୁଦ୍ଧା ଓଡ଼ିଶା ପ୍ରତି ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି। ସ୍ଥାନୀୟ ସରକାରର ଅଲୋକତାନ୍ତ୍ରିକ ପଦ୍ଧତି ଓ ଦୁର୍ନୀତି କାରଣରୁ ଓଡ଼ିଶାବାସୀଙ୍କ ମଧ୍ୟରେ ଅସନ୍ତୋଷ ଅଛି । ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ସେ କହିଛନ୍ତି ଯେ ମୋଦୀ ଗ୍ୟାରେଣ୍ଟି ଅର୍ଥ ବିକାଶ ।

ମୋଦୀ ଗ୍ୟାରେଣ୍ଟି ଅର୍ଥ ଲୋକକଲ୍ୟାଣ । ମୋଦୀ ଗ୍ୟାରେଣ୍ଟି ଅର୍ଥ ସମସ୍ତଙ୍କୁ ସମାନ ଅଧିକାର । ଏଥର ମୋଦୀଙ୍କୁ ଲୋକମାନେ ଭୋଟ ଦେଇ ତୃତୀୟ ଥର ପ୍ରଧାନମନ୍ତ୍ରୀ କରାଇବେ । ଏ ବିଶ୍ୱାସ ଆଜି ଲୋକମାନଙ୍କ ଭିତରେ ଆସିସାରିଛି । ଆଜି ଓଡ଼ିଶାସାରା ଲୋକମାନେ ଉତ୍ସାହରେ ଅଛନ୍ତି । ଏଥର ଦୁର୍ନୀତି ସରକାର ଯିବ ଏବଂ ବିଜେପି ସରକାର କ୍ଷମତାକୁ ଆସିବ ବୋଲି ଶ୍ରୀ ପ୍ରଧାନ କହିବା ସହ ଜନସାଧାରଣଙ୍କୁ ପଦ୍ମଫୁଲରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା