Masthead

ପାଟଣାଗଡ଼ ପୋଲିସର ମିଶନ କ୍ଲିନ

ପାଟଣାଗଡ଼, (ବଡ଼ ଖବର ବ୍ୟୁରୋ): ମଦ ମାଫିଆ, ଜୁଆ ସଟ୍ଟା, ଚୋର ଡକାୟତଙ୍କ ବିରୋଧରେ ମିଶନ କ୍ଲିନ ମାଧ୍ୟମରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ବିଜୟାଦଶମୀରୁ ଶପଥ ନେଇଛି ବଲାଙ୍ଗିର ପୋଲିସ। ବେଆଇନ କାର୍ୟ୍ୟକଳାପ ଉପରେ ରୋକ୍ ଲଗାଇବା ପାଇଁ ଜିଲ୍ଲାର ବିଭିନ୍ନ ଥାନାକୁ ଏସପିଙ୍କ ନିର୍ଦ୍ଦେଶ ପରେ ପାଟଣାଗଡ଼ ଥାନାରେ ମଧ୍ୟ ମିଶନ କ୍ଲିନ ଆରମ୍ଭ ହୋଇଛି। ଅଞ୍ଚଳର ଜୁଆ, ସଟ୍ଟା, ଖୁଡୁଖୁଡୁ, ମଦ, କୋରେକ୍ସ ବିକ୍ରେତା ତଥା ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ପାଇଁ ପାଟଣାଗଡ଼ ଆଇଆଇସି କେ. ପ୍ରିୟଙ୍କା ରାଉତରାୟଙ୍କ ନେତୃତ୍ୱରେ ଘନ ଘନ ଚଢ଼ାଉ ଆରମ୍ଭ ହୋଇଛି। ଆଜି ପାଟଣାଗଡ଼ କଲେଜ ଛକ ସ୍ଥିତ ଜଣେ ସଟ୍ଟା ଏଜେଣ୍ଟ ଶେଷଦେବ ଭରାସାଗରଙ୍କୁ ଗିରଫ କରାଯାଇଛି । ତାଙ୍କଠାରୁ ୭ ହଜାର ଟଙ୍କା ଏବଂ ମୋବାଇଲ ଜବତ କରାଯାଇଛି । ତାଙ୍କ ବିରୋଧରେ ଧାରା ୨୯୪(ଏ)/୭ ଏଲଆର ଆକ୍ଟ ଅନୁଯାୟୀ କେସ ନଂ ୨୨୬/୨୦ ରୁଜୁ କରାଯାଇଛି। ସେହିପରି ଭଇଁଷା ଗ୍ରାମର ସଞ୍ଜତ ଭୋଇଙ୍କୁ ଗିରଫ କରାଯାଇ ତାଙ୍କଠାରୁ ୨ ହଜାର ୪୦୦ ଟଙ୍କା, ମୋବାଇଲ ଫୋନ, ସଟ୍ଟା ଚାଟ ଜବତ କରାଯାଇଛି। ତାଙ୍କ ବିରୋଧରେ ମଧ୍ୟ ସମାନ ଦଫାରେ କେସ ନଂ-୨୨୭/୨୦ ରୁଜୁ କରାଯାଇଛି। ବେଆଇନ ମଦ ବିକ୍ରି ଉପରେ ରୋକ ଲଗାଇବା ପାଇଁ ଅଞ୍ଚଳର ଢାବାଗୁଡ଼ିକରେ ଚଢ଼ାଉ କରାଯାଇ ଜଣେ ଢାବା ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର