Masthead

ସଜାଇ ଦେଲେ ଭିକାରି

ଛେଣ୍ଡିପଦା (ବଡ଼ ଖବର ବ୍ୟୁରୋ): ଛେଣ୍ଡିପଦା-ଅନୁଗୋଳ ୬୩ନଂ ରାଜ୍ୟ ରାଜପଥ ବ୍ଳକ ଛକଠାରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଉଛି । ସରକାରୀ ଜମିରେ ବେଆଇନ ଭାବେ ତିଆରି ହୋଇଥିବା ଅର୍ଦ୍ଧନିର୍ମିତ ଦୋକାନ ଘରଗୁଡିକୁ ଗୁରୁବାର ଉଚ୍ଛେଦ କରାଯାଉଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଛେଣ୍ଡିପଦା ବ୍ଲକ ଛକଠାରେ ରାଜ୍ୟ ରାଜପଥ ପାଶ୍ୱର୍ରେ ଥିବା ସରକାରୀ ଜମିକୁ ଜବରଦଖଲ କରାଯାଇ ଦୋକାନ ଗୃହ ନିର୍ମାଣ କରାଯାଉଥିବା ଅଭିଯୋଗ ହେଉଛି । ଛେଣ୍ଡିପଦା ତହସିଲ ପକ୍ଷରୁ ଏହାକୁ ବେଆଇନ ଘୋଷଣା କରି ନିର୍ମାଣାଧୀନ ଘରଗୁଡିକରେ ୧୪୫ ଧାରା ଅନୁଯାୟୀ ଲାଲ ପତାକା ଲଗାଯିବା ସହ ଘର ତିଆରି ନକରିବାକୁ ନୋଟିସ୍ କରାଯାଇଥିଲା । କିନ୍ତୁ ଏହାକୁ ଅବମାନନା କରି ସରକାରୀ ଜମିରେ ଦୋକାନ ଗୃହ ନିର୍ମାଣ କରାଯାଇଥିବା କୁହଯାଇଛି ।

ଅନ୍ୟପଟେ ଦୋକାନଗୁଡିକୁ ନ ଭାଙ୍ଗିବାକୁ ଦୋକାନ ମାଲିକମାନେ ବ୍ଲକ ପ୍ରଶାସନକୁ ଅନୁରୋଧ କରିଛନ୍ତି । କିଛି ଦିନର ସମୟ ହେଲେ ସେମାନେ ନିଜେ ଭାଙ୍ଗିବେ ବୋଲି କହିଛନ୍ତି । କିନ୍ତୁ ପ୍ରଶାସନ ପକ୍ଷରୁ ଏହାକୁ କର୍ଣ୍ଣପାତ କରାଗଲା ନାହିଁ । ସେଜିବି ଲଗାଇ ଦୋକାନ ଘରଗୁଡିକ ଭାଙ୍ଗିବା ବେଳେ ଦୋକାନ ନିର୍ମାଣକାରୀମାନେ ଏହାକୁ ବିରୋଧ କରିଥିଲେ । ଫଳରେ ସେଠାରେ କିଛି ସମୟ ପାଇଁ ଏକ ପ୍ରକାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ଦୋକାନ ନିର୍ମାଣକାରୀମାନଙ୍କୁ ପୋଲିସ ବୁଝାସୁଝା କରିବା ପରେ ଜବରଦଖଲକାରୀ ଘରଗୁଡିକୁ ନିଜେ ଭାଙ୍ଗି ଦେବା ପାଇଁ ସମୟ ନେଇଥିଲେ । ଆସନ୍ତା ୪ ତାରିଖ ଭିତରେ ଉକ୍ତ ଘରଗୁଡିକୁ ଜବରଦଖଲାକାରୀମାନେ ନଭାଙ୍ଗିଲେ ୫ ତାରିଖରେ ସରକାରୀ ନିୟମ ଅନୁଯାୟୀ ଛେଣ୍ଡିପଦା ତହସିଲ ପ୍ରଶାସନ ପକ୍ଷରୁ ଘରଗୁଡିକୁ ଭାଙ୍ଗିବ ବୋଲି ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ କହିଛନ୍ତି । ତେବେ ଦୋକାନିମାନଙ୍କୁ ପ୍ରଶାସନ ଦାଣ୍ଡର ଭିକାରି ସଜାଇଦେଇଥିବା ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ