Masthead

ବିଜେଡି-କଂଗ୍ରେସ ଛାଡି ବିଜେପିରେ ଯୋଗଦେଲେ ୨୦୦୦ରୁ ଅଧିକ କର୍ମୀ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନିଜର କର୍ମୀଙ୍କୁ ନେଇ ଏବେ ଦଳ ସଜଡା ରାଜନୀତି ଆରମ୍ଭ କରିଛି। ଚାନ୍ଦବାଲିରେ ଭୋଟର ଏବେ ବିଜେଡି ଓ କଂଗ୍ରେସ ଛାଡି ଏବେ ବିଜେପି ମୁହାଁ ହେଉଛନ୍ତି ।ରାଜ୍ୟ ରାଜନୀତିରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ଥିଲା ବେଳେ ବିଜେପି ଦଳ ଚାନ୍ଦବାଲି ଦଖଲ କରିବା ପାଇଁ ତାର ରଣନୀତି ଆରମ୍ଭ କରି ଦେଇଛି । ଏନେଇ ଗତକାଲି ଭଦ୍ରକ ଜିଲ୍ଲା ପିରହାଟ ଠାରେ ବିଜେପି ବିଶାଳ ସମାବେଶ ଏଵଂ ମିଶ୍ରଣ ପର୍ବ କାର୍ଯ୍ୟକୟମ ଆରମ୍ଭ ହୋଇଛି।

ଏହି ସଭାରେ ବିଜେପି ରାଜ୍ୟ ସଭାପତି ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ମନମୋହନ ସାମଲ, ଭଦ୍ରକ ବିଜେପି ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ସିନେ ତାରକା ଏବଂ ଦିଗପହଣ୍ଡି ବିଜେପି ଲୋକସଭା ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର, ନୂତନ କରି ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଚାନ୍ଦବାଲି ବିଧାୟକ ବ୍ୟମକେଶ ରାଏଙ୍କ ମାମୁଁ ଅଜୟ ନାୟକ, ଭଦ୍ରକ ଜିଲ୍ଲା ବିଜେପି ମହିଳା ସମ୍ପାଦିକା ମାଳତୀ ଲତା ସାହୁ ଏବଂ ବିଜେପିର ଟାଣୁଆ ନେତା ଲଙ୍କେଶ୍ୱରୀ ମଣ୍ଡଳ ସଭାପତି ରାଜାରାମ ମହାକୁଡ ଉପସ୍ଥିତରେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷମାନେ କର୍ମୀ ସଭାରେ ଉପସ୍ଥିତ ଥିଲେ। ଗଦି ବଜାର ଠାରୁ ବିରାଟ ଶୋଭାଯାତ୍ରା ଆରମ୍ଭ କରି ପିରହାଟ ବାସନ୍ତୀ ପଡିଆରେ ହଜାର ହଜାର ସଂଖ୍ୟାରେ ବାଇକ୍ ଯୋଗେ ରାଲିରେ ପହଞ୍ଚି ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା