ବିଜେଡିର ପୋଷ୍ଟର ମରାକୁ ନେଇ ହିଂସାକାଣ୍ଡ

ବାସୁଦେବପୁର (ବଡ଼ ଖବର ବ୍ୟୁରୋ): ଛକରେ ବିଜେଡିର ବ୍ୟାନର ଲଗାଇବାକୁ ନେଇ ଆକ୍ରମଣ । ଭଦ୍ରକ ଜିଲ୍ଲାର ବାସୁଦେବପୁର ନିର୍ବାଚନମଣ୍ଡଳିରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ରକ୍ତ ମୁଖା ହୋଇଛନ୍ତି ଭାରତୀୟ ଜନତାପାର୍ଟିର କାଉନସିଲର ଜଗବନ୍ଧୁ ଦାସ । ବାସୁଦେବପୁର ପୌରପାଳିକାର ପାଞ୍ଚ ନମ୍ବର ୱାର୍ଡର ବିଜେପି କାଉନସିଲରଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ସତ୍ୟକାନ୍ତ ନାୟକ । ଜଗବନ୍ଧୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଜଣାପଡ଼ିଛି ।

ବାସୁଦେବପୁର ଡାକ୍ତରଖାନାର ପ୍ରାଥମିକ ଚିକିତ୍ସା ପରେ କଟକ ରେଫର କରାଯାଇଛି । ସୂଚନା ଅନୁସାରେ ଛକରେ ବିଜେଡିର ବ୍ୟାନର ଲଗାଇବାକୁ ନେଇ ଜଗବନ୍ଦଉ ଓ ସତ୍ୟକାନ୍ତଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପାଟିତୁଣ୍ଡ । କାଉନସିଲର ଜଗବନ୍ଧୁ ଦାସ, ତାଙ୍କର ସାନଭାଇ ରୂପକ ଦାସ ଓ ସହଯୋଗୀଙ୍କ ସହ ଏକ ଭୁଜାଲିରେ କରିଥିଲେ ଆକ୍ରମଣ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଜଗବନ୍ଧୁ ଦାସଙ୍କୁ ଥାନାର ଅଟକ ରଖିଛନ୍ତି । ସେପଟେ ଜୀବନ ମରଣ ସହିତ ଲଢେଇ କରୁଥିବା ସତ୍ୟକାନ୍ତ ନାୟକଙ୍କୁ କଟକ ବଡ ମେଡିକାଲ ରେଫର କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ