Masthead

ଭୋଟରଙ୍କୁ ପ୍ରତିଶ୍ରୁତି ଦେଇ ପାରୁନାହାନ୍ତି ବିଜେଡି ବିଧାୟିକା ପ୍ରାର୍ଥୀ

ପାରାଦୀପ (ବଡ଼ ଖବର ବ୍ୟୁରୋ): ଭୋଟରଙ୍କୁ ପ୍ରତିଶ୍ରୁତି ଦେଇ ପାରୁନାହାନ୍ତି ବିଜେଡି ବିଧାୟିକା ପ୍ରାର୍ଥୀ। କିନ୍ତୁ ଦଳରେ ନଥିବା ଜଣେ ନେତା ଜନତାଙ୍କ ସମସ୍ତ ଦୁଃଖ ଦୂର କରିବାକୁ ଦେଉଛନ୍ତି ପ୍ରତିଶ୍ରୁତି। ଯାହା ପାରାଦୀପବାସୀଙ୍କ ପ୍ରତି ବିଡମ୍ବନାର ବିଷୟ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି ବିଜେପି। ପାରାଦୀପରେ ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି, ଗମନାଗମନ ଓ ପିଇବା ପାଣିର ସମସ୍ୟା ଦୂର କରିବାରେ ବିଜେଡି ସରକାର ଏବଂ ପୂର୍ବତନ ବିଧାୟକ ସ୍ବର୍ଗତ ଦାମୋଦର ରାଉତ ଓ ତାଙ୍କ ପୁତ୍ର ସମ୍ବିତ ରାଉତରାୟ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।

ମାତ୍ର ବିଜେଡିର ବିଧାୟିକା ପ୍ରାର୍ଥୀ ମୋର ଶଶୁର ବହୁତ କାମ କରିଛନ୍ତି ବୋଲି ପ୍ରଚାର କରିବା ସହିତ ଭୋଟ ଭିକ୍ଷା କରୁଛନ୍ତି। କୌଣସି ସମସ୍ୟାର ସମାଧାନ କରିବାକୁ ଭୋଟରଙ୍କୁ ପ୍ରତିଶ୍ରୁତି ଦେଇ ପାରୁନାହାନ୍ତି। କିନ୍ତୁ ବିଜେଡି ଦଳରେ ନଥିବା ଜଣେ ନେତା ବିଭିନ୍ନ ସଭାରେ ଆପଣ ବିଜେଡିକୁ ଭୋଟ ଦିଅନ୍ତୁ ମୁଁ ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ କରିବି ଏବଂ ଏ ଦାୟିତ୍ୱ ମୋର ବୋଲି ପ୍ରତିଶୃତି ଦେଇ ଲୋକଙ୍କୁ ଭୁଆଁ ବୁଲାଇ ଭ୍ରମିତ କରୁଥିବା ବିଜେପି ଅଭିଯୋଗ କରିଛି।

ବହୁ ବିଜେଡି ସମର୍ଥୀତ ସରପଞ୍ଚ ଓ ସମିତି ସଭ୍ୟ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି। ତେଣୁ ବିଜେପି ଚଳିତ ନିର୍ବାଚନରେ ବହୁତ ଭଲ କରିବ ଏବଂ ବିଜୟୀ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ସାମ୍ବାଦିକ ସମ୍ମିଳନୀରେ ବିଜେପି ଦଳର ବହୁ ବରିଷ୍ଠ ନେତା ଯୋଗ ଦେବା ସହିତ ମଙ୍ଗରାଜପୁର ପଞ୍ଚାୟତ ର ୧୯ ନମ୍ବର ୱାର୍ଡରେ ଏବେ ବି ଲୋକେ ପୋଖରୀ ପାଣିକୁ ଗରମ କରି ପିଇବା ପାଣି ଭାବେ ବ୍ୟବହାର କରୁଥିବା ଅଭିଯୋଗ କରିଛି ବିଜେପି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼